Virat Kohli: ଆଜି କଟକରେ ଖେଳିବେ କି ନାହିଁ କୋହଲି, ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୯।୨: ବାରବାଟୀ ମହାମୁକାବିଲା ପାଇଁ ଆଉ କେଇ ମିନିଟ ବାକି ରହିଛି । ହୁଲସ୍ତୁଲ ହେବ ଷ୍ଟାଡିୟମ ଆଉ ମତୁଆଲା ହେବେ କ୍ରିକେଟ ପ୍ରେମୀ । ସବୁ ପ୍ରକାର ପ୍ରସ୍ତୁତି ବି ଶେଷ ହୋଇସାରିଛି । କେବଳ ଅପେକ୍ଷା ଟସ ପଡିବାକୁ । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ରେଜ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । ମହାମୁକାବିଲା ପାଇଁ ସବୁ ପ୍ରସ୍ତୁତି ବି ଶେଷ ହୋଇସାରିଛି । ଟିମ ଇଣ୍ଡିଆ ବର୍ତ୍ତମାନ ଭୁବନେଶ୍ବରରୁ ବାହାରି ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରୁଛନ୍ତି।

Barabati Match: କିନ୍ତୁ ଏବେ ବାରବାଟୀ ମ୍ୟାଚ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଯାହାକି କ୍ରିକେଟପ୍ରେମୀଙ୍କ ପାଇଁ ଦୁଖ ଖବର । ରନ ମେସିନ ବିରାଟ କୋହଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆହତ କାରଣରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପ୍ଲେଇଂ ଇଲେଭେନରେ ନଥିଲେ ବିରାଟ କୋହଲି । ନେଟ୍ସରେ ଅଭ୍ୟାସ କରୁଥିବା ବେଳେ କୋହଲି ସାମାନ୍ୟ ଆହତ ହୋଇଥିବାରୁ ପ୍ରଥମ ଦିନିକିଆରେ ଦଳରେ ନଥିଲେ। ଏବେ ବଡ଼ କଥା ହେଉଛି ବିରାଟ କୋହଲି ବାରବାଟୀ ମ୍ୟାଚ ଖେଳିବେ ତ? ୨ୟ ଦିନିକିଆରେ ବିରାଟ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ବାରବାଟୀରେ କୋହଲିଙ୍କ ଝଲକ ପାଇବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହିଥିବା ବେଳେ ଏବେ ସେ ଖେଳିବେ କି ନାହିଁ ସେ ନେଇ ଲାଗି ରହିଛି ସସପେନ୍ସ ।

ବିରାଟ ଆଣ୍ଠୁ ଯନ୍ତ୍ରଣା କାରଣରୁ ପ୍ରଥମ ଦିନିକିଆରୁ ବାଦ ପଡିଥିଲେ । ତେଣୁ ଯଦି କୋହଲି ଶୀଘ୍ର ଫିଟ ନୁହନ୍ତି ତେବେ ବାରବାଟୀରେ ଦର୍ଶକ ନିରାଶ ହେବା ନିଶ୍ଚିତ । କାରଣ କେବଳ କୋହଲିଙ୍କୁ ଦେଖିବାକୁ ବାରବାଟୀରେ ନିଆରା କ୍ରେଜ ଦେଖିବାକୁ ମିଳିଛି । Virat Kohli ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ଚାତକ ଭଳି ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ରାତି ଅଧରୁ ଯାଇ ଲାଇନରେ ଠିଆ ହୋଇ ଟିକେଟ ଖଣ୍ଡେ ଖଣ୍ଡେ କାଟିଛନ୍ତି । ଯଦି କୋହଲି ବାରବାଟୀ ମ୍ୟାଚ ନଖେଳନ୍ତି ତେବେ ନିରାଶ ଓ ଅତୋତ୍ସାହିତ ହେବେ ହଜାର ହଜାର ଦର୍ଶକ । ତେବେ ବିରାଟ କୋହଲିଙ୍କ ଆହତ ସମସ୍ୟାକୁ ନେଇ ବଡ ଅପଡେଟ ଦେଇଛନ୍ତି ଶୁଭମନ ଗିଲ । ସେ କହିଛନ୍ତି, ଅଭ୍ୟାସ ବେଳେ କୋହଲି ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ ୨ୟ ମୁକାବିଲାରେ ସେ ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି।

ସୂଚନା ଯେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୩ ଟିକିଆ ଦିନିକିଆ ସିରିଜରେ ଦ୍ବିତୀୟ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ OCA ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଦିନ ୧ଟା ୩୦ରୁ ଆରମ୍ଭ ହେବ ମ୍ୟାଚ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri