Posted inଜାତୀୟ

ମହାକୁମ୍ଭ ଦଳାଚକଟା: ମୃତ୍ୟୁସଂଖ୍ୟାରେ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୫।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ୨ ଦିନ ହେଲା ହଟ୍ଟଗୋଳ ଜାରି ରହିଛି। ଲୋକ ସଭାରେ ମଙ୍ଗଳବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାରକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦଳାଚକଟାରେ ବହୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ସରକାର ସଂଖ୍ୟାକୁ ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣା ଉପରେ ଏକ ସର୍ବଦଳୀୟ ବୈଠକ ଡକାଯିବା ସହ ମହାକୁମ୍ଭ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଦାୟିତ୍ୱ ସେନାକୁ ଦିଆଯାଉ ବୋଲି ଅଖିଳେଶ ଦାବି କରିଛନ୍ତି।
ଗତ ମାସ ୨୯ ତାରିଖ ମୌନୀ ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ କେତେଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ସେମାନଙ୍କ ମୃତଦେହ ଶବାଗାର ଓ ହସ୍ପିଟାଲରେ ପଡ଼ିରହିଥିବା ଜଣାପଡ଼ିଥିଲା। ପରେ ସରକାରୀ ହେଲିକପ୍ଟରରେ ପୁଷ୍ପ ଭର୍ତ୍ତି କରାଯାଇ ସେଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ଉପରେ ବର୍ଷା କରାଯାଇଥିଲା। ଏହା କି ପ୍ରକାର ସନାତନୀ ପରମ୍ପରା ବୋଲି ସମାଜବାଦୀ ପାର୍ଟି ଏମ୍‌ପି ପ୍ରଶ୍ନ କରିଛନ୍ତି। ସେଠାରେ କେତେ ସଂଖ୍ୟାରେ ଚପଲ, ଶାଢ଼ି ଓ ପୋଷାକ ପଡ଼ିଥିଲା, ତାହା ଭଗବାନ ଜାଣନ୍ତି। ସେଗୁଡ଼ିକୁ ଜେସିବି ମେଶିନ୍‌ ଓ ଟ୍ରାକ୍ଟର ଟ୍ରଲିରେ ଉଠାଇ ନିଆଯାଇ କେଉଁଠି ଫିଙ୍ଗାଗଲା, ତାହା କେହି ଜାଣନ୍ତି ନାହିଁ। ସବୁକିଛି ଘୋଡ଼ାଇଦେବା ପାଇଁ ଚାପ ପକାଯିବା ସହ ଖବର ଯେପରି ପଦାକୁ ନ ଆସିବ ସେଥିପାଇଁ ଲାଞ୍ଚ ଦିଆଯାଇଥିବା ଶୁଣାଯାଇଛି ବୋଲି ଅଖିଳେଶ କହିଛନ୍ତି। ମହାକୁମ୍ଭ ଦୁର୍ଘଟଣାର ମୃତ୍ୟୁସଂଖ୍ୟା, ଆହତଙ୍କ ଚିକିତ୍ସା, ଉପଲବ୍ଧ ଔଷଧ, ଡାକ୍ତର, ଖାଦ୍ୟ, ପାଣି ଓ ପରିବହନ, ସବୁକିଛି ପାର୍ଲାମେଣ୍ଟରେ ଉପସ୍ଥାପନ ହେବା ସହ ଯେଉଁମାନେ ଦୁର୍ଘଟଣା ପାଇଁ ଦାୟୀ ଏବଂ ଯେଉଁମାନେ ସତ୍ୟକୁ ଲୁଚାଇଛନ୍ତି, ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବା ଆବଶ୍ୟକ। ଡବଲ ଇଞ୍ଜିନ୍‌ ସରକାରର ଯଦି କିଛି ଭୁଲ୍‌ ନାହିଁ ତେବେ ମୃତ୍ୟୁସଂଖ୍ୟା ଲୁଚାଯାଇଛି କାହିଁକି। ସରକାରଙ୍କ ପ୍ରତି ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନଙ୍କ ଆସ୍ଥା ଫେରାଇଆଣିବା ପାଇଁ ମହାକୁମ୍ଭର ପ୍ରଶାସନ ଓ ପରିଚାଳନା ତୁରନ୍ତ ସେନାକୁ ହସ୍ତାନ୍ତର କରାଯାଉ ବୋଲି ଅଖିଳେଶ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ଏମ୍‌ପି ହେମା ମାଳିନୀ ଏସ୍‌ପି ନେତା ଅଖିଳେଶଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦଳାଚକଟା ସେଭଳି ବଡ଼ ଘଟଣା ନୁହେଁ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ସରକାର ମହାକୁମ୍ଭ ଭଳି ଏତେବଡ଼ କାର୍ଯ୍ୟକ୍ରମକୁ ବହୁତ ଭଲ ଭାବେ ପରିଚାଳନା କରୁଛନ୍ତି। ଦୁର୍ଘଟଣାକୁ ନେଇ ବିରୋଧୀମାନେ ବଢ଼େଇ ଚଢ଼େଇ କହୁଥିତ୍ବା ଭାଜପା ନେତ୍ରୀ ଅଭିଯୋଗ କରିଛନ୍ତି।
ରାଜ୍ୟ ସଭାରେ ଏହି ପ୍ରସଙ୍ଗରେ ବିରୋଧୀ ଆଲୋଚନା ଦାବି କରିଥିଲେ। ମହାକୁମ୍ଭ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ୍‌ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଦଳାଚକଟାରେ ୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ସେ କହିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ସଂଖ୍ୟାର ପ୍ରମାଣ ଉପସ୍ଥାପନ କରିବାକୁ ଗୃହର ଉପାଧ୍ୟକ୍ଷ ହରିବଂଶ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଉତ ମହାକୁମ୍ଭ ଟ୍ରାଜେଡି ପାଇଁ ଦୁର୍ବଳ ପରିଚାଳନାକୁ ଦାୟୀ କରିଛନ୍ତି। ରାଜନୈତିକ ପ୍ରଚାର ପାଇଁ ଏହା କାର୍ଯ୍ୟକ୍ରମକୁ ବ୍ୟବହାର କରାଯାଉଛି। ଅନ୍ୟ ଦେଶରେ ଏଭଳି ଘଟଣା ଘଟିଥିଲେ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥାନ୍ତା ବୋଲି ରାଉତ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୃତ୍ୟୁସଂଖ୍ୟା ୧,୦୦୦ ହେବ ବୋଲି କହିଥିଲେ। ସରକାରଙ୍କ ଅବହେଳା ଏବଂ ସମ୍ବେଦନହୀନତା ଯୋଗୁ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଗଲା ବୋଲି ବିରୋଧୀ ଅଭିଯୋଗ କରିବା ସହ ଏଥିପାଇଁ ସରକାର ନିଜକୁ ଉତ୍ତରଦାୟୀ କରନ୍ତୁ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri