ଶାନ୍ତି ସନ୍ଧାନରେ ମଣିଷ

ବହୁଦିନର ବ୍ୟବଧାନରେ ସେଦିନ ଜଣେ ବନ୍ଧୁଙ୍କ ଘରକୁ ଯିବାର ସୁଯୋଗ ମିଳିଥିଲା। ଜଣେ ସରକାରୀ ପଦସ୍ଥ ଅଫିସର ଭାବେ ସେ ଏବେ କାର୍ଯ୍ୟରତ ଥିଲେ ବି ତାଙ୍କ ଅବସର ସମୟ ପ୍ରାୟତଃ ପାଖେଇ ଆସିଲାଣି। ମୋଟା ଅଙ୍କରେ ଦରମା ପାଉଛନ୍ତି। କିଛି ବର୍ଷ ହେବ ଜାଗା କିଣି ସେଥିରେ ଦେଖିଲା ଭଳି ଖୁବ୍‌ ସୁନ୍ଦର କୋଠାଘର ନିର୍ମାଣ କରିଛନ୍ତି। ଘରର ଦୁଆର ମୁହଁରେ ଲେଖା ହୋଇଛି ‘ସୁଖ ନିବାସ’। ତାଙ୍କ ଘରେ କୌଣସି ଜିନିଷର ଅଭାବ ପରିଲକ୍ଷିତ ହେଉ ନ ଥିଲା। ସ୍ତ୍ରୀ, ପୁଅବୋହୂ ଓ ନାତିନାତୁଣୀଙ୍କୁ ନେଇ ବନ୍ଧୁଙ୍କର ପରିପୂର୍ଣ୍ଣ ସୁଖର ସଂସାର ଆଗକୁ ଆଗକୁ ଯେ ମାଡ଼ି ଚାଲିଥିବ ଏକଥା ଯେ କେହି ନିଃସନ୍ଦେହରେ କହିପାରିବ। ମାତ୍ର ଅସଲ କଥାଟା ବନ୍ଧୁପତ୍ନୀଙ୍କଠାରୁ ଜାଣିବା ପରେ ଖଟ୍‌କା ଲାଗିଲା। ପରିବାର ଭିତରେ ବାପ-ପୁଅଙ୍କର ସମ୍ପର୍କ ଭଲ ନାହିଁ। ଦୁଇଟାଯାକ ପୁଅ ଅବାଟରେ ପାଦ ଦେଇଛନ୍ତି। ବାପ ମୁହଁରେ ଜବାବ ଦେଉଛନ୍ତି। ଖାଲି କହୁଛନ୍ତି, ଆମକୁ ଟଙ୍କା ଦିଅ। ସବୁବେଳେ ଘରଟା ଭିତରେ କଥା କଟାକଟି ଓ ପାଟିତୁଣ୍ଡ। ବୋହୂମାନେ ବି ଠିକ୍‌ ସେମିତି। ଘରକୁ ଘର ବୋଲି ଭାବୁନାହାନ୍ତି। ଶାଶୁଶଶୁରଙ୍କ ସେବାଯତ୍ନ କରିବାକୁ ସେମାନଙ୍କର ଆଗ୍ରହ କି ଆନ୍ତରିକତା ନାହିଁ।
ପରିବାର ଭିତରେ ସବୁବେଳେ ବିଶୃଙ୍ଖଳା। ସତ କହିବାକୁ ଗଲେ, କେବଳ ମୋ ବନ୍ଧୁ ନୁହନ୍ତି ଆଜିକାଲି ଅନେକ ଧନଶାଳୀ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତି ସୁଦୃଶ୍ୟ ତଥା ଆକର୍ଷଣୀୟ ଅଟ୍ଟାଳିକା ନିର୍ମାଣକରି ଘରର ଦୁଆର ଆଗରେ କିଏ ‘ଶାନ୍ତି କୁଟୀର’ ତ ଆଉ କିଏ ‘ମମତା ନିଳୟ’ ଲେଖିଛନ୍ତି। ପୁଣି ଆଉ କେହି ବି ନିଜ ଘର ଦୁଆର ମୁହଁରେ ‘ଆନନ୍ଦ ଭବନ’ ଲେଖିଛନ୍ତି।
ଏହାକୁ ଦେଖିବା ପରେ ଆପଣଙ୍କ ମନରେ ସେମାନଙ୍କ ପାରିବାରିକ ଜୀବନକୁ ନେଇ ଭଲ ଧାରଣା ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ଅସଲ କଥା ଜାଣିବା ପରେ ଆପଣଙ୍କର ସେ ଧାରଣା ଦୂରହୋଇଯିବ। ଆଜି ଅନେକ ପରିବାରରେ ଅଶାନ୍ତି ଓ ଅସନ୍ତୋଷର କଳାବାଦଲ ଛାଇଯାଇଛି। ଏସବୁ ପରିବାରର ଦୟନୀୟ ସ୍ଥିତିକୁ ଦେଖିଲେ ଯେକୌଣସି ଲୋକର ମନରେ ଦୁଃଖ ଆସିବା ନିଶ୍ଚୟ। ଭଲ ରୋଜଗାର ଅଛି। ଅଚଳାଅଚଳ ଧନସମ୍ପତ୍ତି, ଚାକଚକ୍ୟପୂର୍ଣ୍ଣ ବଙ୍ଗଳା, ନୂଆ ଗାଡ଼ି ଆଦି ସହ ଘର ଭିତରେ ସୁଖ ପ୍ରଦାୟକ ସବୁ ପ୍ରକାର ସାମଗ୍ରୀ ଉପଲବ୍ଧ ରହିଛି। ହେଲେ କାହାରି ମନ କାହାକୁ ପାଉନାହିଁ। ବାପ-ପୁଅର ପଡୁନାହିଁ। ଭାଇ-ଭାଇ ଭିତରେ ଲଢ଼େଇ। ଶାଶୁକୁ ମୁହଁତୋଡ଼ ଜବାବ ଦେଉଛି ବୋହୂ। ଗୋଟିଏ ଛାତ ତଳେ ରହିଥିବା ମଣିଷଗୁଡ଼ାକ ଯେମିତ ପରସ୍ପରର ଅଚିହ୍ନା ଆଉ ଅଜଣା ଭଳି ମନେହେଉଛନ୍ତି। ସମ୍ପର୍କର ବନ୍ଧନ ଭିତରେ ଆଉ କେହି ଯେମିତି ବାନ୍ଧିହୋଇ ରହିବାର ମାନସିକତାରେ ନାହାନ୍ତି। ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ନାହିଁ। ପରିବାରରେ ସବୁବେଳେ ପାଟିତୁଣ୍ଡ ଆଉ କଳିଝଗଡ଼ା। ପାରସ୍ପରିକ ବାଦବିବାଦ, ଆକ୍ଷେପ ଓ ପ୍ରତିଆକ୍ଷେପ। ସ୍ବାର୍ଥପର ଓ ଅବିବେକୀ ମଣିଷ ଙ୍କର ଏଭଳି ଉପଦ୍ରବ ଦେଖି ଘର ଭିତରୁ ଶାନ୍ତି ଉଭାନ ହୋଇଗଲାଣି। ପାରିବାରିକ ସ୍ଥିତି ଧୀରେ ଧୀରେ ବିଗିଡ଼ିଯିବାକୁ ବସିଲାଣି।
ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଓ ଉଚ୍ଚଶିକ୍ଷିତ ପରିବାରଗୁଡ଼ିକରେ ଏଭଳି ଅଶାନ୍ତି ଅଧିକ ଅନୁଭୂତ ହେଉଛି। ଯେଉଁମାନେ ସ୍ବଳ୍ପ ଦରମାରେ ଛୋଟିଆ କାମଧନ୍ଦାଟେ କରୁଛନ୍ତି କିମ୍ବା ଦୈନିକ ମୂଲ ମଜୁରି ଲାଗି କିଛି ରୋଜଗାର କରୁଛନ୍ତି ଅଥବା ଛୋଟକାଟର ବେପାରଟେ କରି ଦି’ପଇସା ଉପାର୍ଜନ କରୁଛନ୍ତି ସେମାନେ ଭଲରେ ଅଛନ୍ତି।
ଯେତିକି ଉପାର୍ଜନ ସେତିକି ଭିତରେ ସେମାନେ ସେମାନଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି। ତେଣୁ ଅଭାବର ପ୍ରଶ୍ନ ଉଠୁନାହିଁ। ସେମାନଙ୍କ ଜୀବନଶୈଳୀ ବେଶ୍‌ ମାର୍ଜିତ ଓ ଶୃଙ୍ଖଳିତ ମଧ୍ୟ। ବେଶି କିଛି ପାଇବାର ଆଶା ନାହିଁ କି ବଡ଼ଲୋକୀ ପଣ ଦେଖାଇବାକୁ କିମ୍ବା କାହା ସହ ପ୍ରତିଯୋଗିତା କରିବାର ଆକାଂକ୍ଷା ନାହିଁ। ଅଳ୍ପରେ ସନ୍ତୁଷ୍ଟ ସେମାନେ। ତେଣୁ ଅଶାନ୍ତି ଓ ଅସନ୍ତୋଷ କଥା ଆସିବ କାହିଁକି ? ରାସ୍ତାକଡ଼ରେ ଚା’ଜଳଖିଆ, ଚାଟ୍‌, ଗୁପ୍‌ଚୁପ୍‌ କିମ୍ବା ଦହିବରା ଆଳୁଦମ ଅଥବା ଆଇସ୍‌କ୍ରିମ କି ଲସି ବିକୁଥିବା ଲୋକଟା କେତେ ଖୁସିରେ ଆଉ ଶାନ୍ତିରେ ଅଛି ତାହା ଥରଟେ ଆପଣ ନିଜ ଆଖିରେ ଦେଖିନେଲେ ହୁଏତ ଆପଣଙ୍କ ବିଶ୍ୱାସକୁ ପାଇବ। କେବେ ଯଦି ଆପଣ ସେମାନଙ୍କ ଘର ପାଖ ଦେଇ ଯିବାର ସୁଯୋଗ ପାଆନ୍ତି, ତା’ହେଲେ ଆପଣ ସେମାନଙ୍କ ସୁଖଶାନ୍ତିପୂର୍ଣ୍ଣ ପାରିବାରିକ ଜୀବନକୁ ଭଲଭାବେ ଅନୁଭବ କରିପାରିବେ। ସେମାନଙ୍କ ସଂସାରର ହସଖୁସି ଓ ପରସ୍ପର ପ୍ରତି ସ୍ନେହ ସଦିଚ୍ଛାପୂର୍ଣ୍ଣ ସମ୍ବୋଧନ ଆପଣଙ୍କୁ ଖୁବ୍‌ ଆନନ୍ଦ ପ୍ରଦାନ କରିବ ନିଶ୍ଚୟ।
ଜୀବନରେ ସକଳ ସୁଖ ଓ ପ୍ରାଚୁର୍ଯ୍ୟ ଭିତରେ ଯେବେ ଶାନ୍ତି ଟିକକର ଅଭାବ ରହିଛି ତେବେ ସେ କ୍ଷେତ୍ରରେ ଜୀବନ ଏକ ଶୁଷ୍କ ଓ ନିସ୍ତବ୍ଧ ମରୁଭୂମି ସଦୃଶ ପ୍ରତୀୟମାନ ହୋଇଥାଏ।
ଆଜି ବିଭିନ୍ନ ମଠ, ମନ୍ଦିର ଓ ଆଶ୍ରମରେ ଆଶ୍ରିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପରିବାର ଭିତରେ ସଦାସର୍ବଦା ଅଶାନ୍ତି ଓ ଅସନ୍ତୋଷ ଭିତରେ ଦିନ କାଟିବା ଅପେକ୍ଷା କେଉଁ ମଠ, ମନ୍ଦିର କି ଆଶ୍ରମରେ ଶାନ୍ତିରେ ଜୀବନ ବିତାଇବାକୁ ଲୋକେ ଅଧିକ ଶ୍ରେୟସ୍କର ମଣୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରୁଷ-ମହିଳା ନିର୍ବିଶେଷରେ ବିଭିନ୍ନ ଦେଶରୁ ଅନେକ ହଜାର ସଂଖ୍ୟାର ଲୋକ ଆଜି ଭାରତର ବିଭିନ୍ନ ମଠ, ମନ୍ଦିର ଓ ଆଶ୍ରମରେ ସବୁଦିନ ଲାଗି ନିଜକୁ ସାମିଲ କରିନେଇଛନ୍ତି। ସେମାନେ ପ୍ରାୟ ସମସ୍ତେ ଉଚ୍ଚଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ବି ସ୍ବଚ୍ଛଳ ବର୍ଗର। ଜୀବନକୁ ସୁନ୍ଦର ଓ ସୁଖମୟ କରିବାର ସବୁ କିଛି ସାଧନ ସେମାନଙ୍କ ପାଖରେ ରହିଛି। ଅଥଚ ଟିକେ ମାନସିକ ଶାନ୍ତି ଆଶାରେ ସେମାନେ ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନକୁ ପଛରେ ପକାଇ ଆଉ ନିଜ ପରିବାରର ସକଳ ବାଧାବନ୍ଧନକୁ ଛିଡ଼ାଇଦେଇ ଏଠାକୁ ଚାଲି ଆସୁଛନ୍ତି। ସକଳ ଅର୍ଥ ଓ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ିରହି ଯେବେ ଶାନ୍ତି ନାହିଁ ତେବେ ଜୀବନଟା ଦୁର୍ବିଷହ ହୋଇପଡ଼େ, ଏକଥା ସେମାନେ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ଏପରିସ୍ଥିତିରେ ଏବେ ସର୍ବତ୍ର ଶାନ୍ତି ଖୋଜାପଡ଼ିଛି। ଆଜି ବିଭିନ୍ନ କାରଣରୁ ଉଭାନ ହୋଇଯାଇଥିବା ପାରିବାରିକ ଶାନ୍ତିକୁ ଫେରାଇ ଆଣିବାକୁ ହେଲେ ଆଧ୍ୟାତ୍ମିକ ଚେତନାକୁ ଆମ ମନ ଭିତରେ ଜାଗ୍ରତ କରାଇବାକୁ ପଡ଼ିବ। ମନରୁ ତୁଚ୍ଛା ଅହଂକାର ଓ ସ୍ବାର୍ଥପରତାକୁ ଦୂରେଇଦେଇ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ପ୍ରତିଷ୍ଠା କରିବାକୁ ହେବ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri