ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳର ଏଜେଣ୍ଟ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଓ ଚିକିଟି ଅଞ୍ଚଳର କିଛି ଅସାମାଜିକ ଗୋଷ୍ଠୀ ୪ଜଣ ଯୁବକଙ୍କୁ କିଛିଦିନ ଧରି ଅପହରଣ କରି ରଖିଥିଲେ। ଅପହରଣକାରୀ ଅସାମାଜିକ ଯୁବକମାନେ ସେମାନଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିବା ପୋଲିସ ସୂଚନା ଦେଇଛି। ପ୍ରଥମେ ଏହି ଅପହୃତ ୪ ଯୁବକଙ୍କୁ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଇଲାକାରେ ଅପହରଣ କରି ରଖିବା ପରେ ସେମାନଙ୍କୁ ଚିକିଟି ଗଡ଼ରେ ଗତ ୩ ଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା।
ଚିକିଟି ଗଡ଼ ଗ୍ରାମର ନୂତନଙ୍କ ଘର ବାଡ଼ିପଟେ ଥିବା ଏକ କୁଡ଼ିଆ ମଧ୍ୟରେ ଏମାନଙ୍କୁ ବନ୍ଧକ ରଖାଯାଇଥିଲା। ସେଠାରେ ଏକ ସାପ ବିଳା ରହିଛି। ସେଠାରେ ବହୁଳ ମାତ୍ରାରେ ଗଞ୍ଜେଇ ଗଛ ଲାଗିଥିବା ଜଣାପଡିଥିଲା। ନୂତନ ପାତ୍ର ଏବଂ ତାଙ୍କ ସହଯୋଗୀମାନେ ଉକ୍ତ ୪ ଜଣଙ୍କୁ ନର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ମାରିଦେବାକୁ ଧମକ ଦେଇ ଡରାଇ ରଖିଥିଲେ। ଅପହୃତ ୪ ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋରରୁ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ତହସିଲଦାରଙ୍କ କ୍ୱାର୍ଟର ଭିତରେ ପଶି ଆମକୁ ରକ୍ଷା କର ସେମାନେ ଆମକୁ ମାରି ଦେବେ ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ବାହାରକୁ ଆସି ଦେଖିବା ବେଳକୁ ଯୁବକ ଜଣକ ବାରମ୍ବାର ଚେତା ହରାଇ ବସୁଥିଲେ। ସେ ତାଙ୍କ ଡ୍ରାଇଭରଙ୍କୁ ଡାକି ଯୁବକ ଜଣକୁ ପାଣି ପିଇବାକୁ ଦେଇଥିଲେ। ଯୁବକ ଜଣକ ମୋତେ ପୋଲିସରେ ହାଜର କରିବାକୁ ନେହୁରା ହେବାରୁ ତହସିଲଦାର କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ଯୁବକଙ୍କ ସୂଚନା କ୍ରମେ ନୂତନଙ୍କ ଘର ଉପରେ ଚଢାଉ କରିବା ସହ ଗୋଡ଼ ହାତ ବନ୍ଧା ଅବସ୍ଥାରେ ୩ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର କରିବା ସହ ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ  କରିଥିବା ଜଣାପଡିଛି। ଅପହୃତ ଯୁବକମାନେ ଗତ ୪ ଦିନ ହେଲା ଭୋକିଲା ଥିଲେ।ସେମାନଙ୍କୁ ପୋଲିସ ଖାଇବାକୁ ଦେବା ସହ ସେମାନଙ୍କ ବୟାନ ରେକର୍ଡ କରିଛି।ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥା ବିଭିନ୍ନ ବ୍ୟବସାୟ ପାଇଁ ଋଣ ଦେଇଥାଏ। ଅସାମାଜିକ ଯୁବକମାନେ ସଂସ୍ଥାର ଜଣେ କର୍ମଚାରୀଙ୍କୁ କୌଶଳକ୍ରମେ ପ୍ରଥମେ ବ୍ରହ୍ମପୁର ଡ଼କାଇଥିଲେ।ଉକ୍ତ ସଂସ୍ଥାର କଟକ ଶାଖାର ୩ କର୍ମଚାରୀ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା।ପୋଲିସ ଅପହରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି। ବ୍ୟାଘାତ ସୃଷ୍ଟି ଆଶଙ୍କାରେ ପୋଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ଅପରପକ୍ଷରେ ଗଞ୍ଜେଇ ଚୋରା ବ୍ୟବସାୟ କେନ୍ଦ୍ରକରି ଏହି ଅପହରଣ ଘଟଣା ଘଟିଥିବା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri