ଆମେରିକାରୁ ଅନେକ ଶହ ଆପ୍ରବାସୀ ବିଦା

ଓ୍ବାଶିଂଟନ୍‌,୨୫ା୧: ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବାର ୩ ଦିନ ପରେ ତାଙ୍କ ପ୍ରଶାସନ ଏବେ ବେଆଇନ ଆପ୍ରବାସୀମାନଙ୍କ ଉପରେ ଦମନଲୀଳା ଆରମ୍ଭ କରିଦେଇଛି। ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖି ବିପଜ୍ଜନକ ଭାବେ ଆମେରିକାକୁ ଆସିଥିବା ବହୁ ଶରଣାର୍ଥୀଙ୍କୁ ଏୟାରଲିଫ୍ଟ କରି ସେମାନଙ୍କ ଦେଶକୁ ଫେରାଇ ଦିଆଯାଇଛି। ୫୩୮ ବେଆଇନ ଆପ୍ରବାସୀଙ୍କୁ ଗିରଫ କରାଯାଇଥିବାବେଳେ ଅନେକ ଶହଙ୍କୁ ସାମରିକ ବିମାନ ଜରିଆରେ ପ୍ରତ୍ୟର୍ପଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଏକ ରାଜନୈତିକ ଫୁଟ୍‌ବଲ୍‌ରେ ପରିଣତ ହୋଇଥିବା କାରୋଲିନା ଓ ନର୍ଥ କାରୋଲିନାକୁ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଶୁକ୍ରବାର ପ୍ରଥମ ଗସ୍ତରେ ବାହାରିଛନ୍ତି। ନୂଆ ରାଷ୍ଟ୍ରପତିଙ୍କ ପ୍ରତିଶ୍ରୁତି ଅନୁଯାୟୀ ବେଆଇନ ଆପ୍ରବାସୀ ଅପରାଧୀଙ୍କ ଗଣପ୍ରତ୍ୟର୍ପଣ ଜାରି ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ୍‌ ଲେଆଭିଟ୍ଟ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ କାରୋଲିନ୍‌ ଏହାକୁ ଇତିହାସରେ ସବୁଠୁ ବଡ଼ ପ୍ରତ୍ୟର୍ପଣ ଅଭିଯାନ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ, ଟ୍ରେନ୍‌ ଡେ ଆରାଗୁଆର ୪ ସଦସ୍ୟ ଏବଂ ନାବାଳିକା ନାବାଳକଙ୍କ ବିରୋଧରେ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନେକଙ୍କ ସମେତ ୫୩୮ ବେଆଇନ ଆପ୍ରବାସୀ ଅପରାଧୀଙ୍କୁ ଗିରଫ କରିଛି। ଅନେକ ଶହ ବେଆଇନ ଆପ୍ରବାସୀ ଅପରାଧୀଙ୍କୁ ମିଲିଟାରି ଏୟାରକ୍ରାଫ୍ଟ ଜରିଆରେ ବିତାଡ଼ିତ କରାଯାଇଛି ବୋଲି ସେ କହିଛନ୍ତି।
ଟ୍ରମ୍ପ୍‌ ପ୍ରଶାସନ ଆମେରିକାର ସୀମାକୁ ସୁରକ୍ଷିତ କରିବା ପାଇଁ ନେଉଥିବା ପଦକ୍ଷେପର ଏକ ସଂକ୍ଷିପ୍ତ ଦୃଶ୍ୟକୁ ହ୍ବାଇଟ୍‌ ହାଉସ୍‌ ଶେୟାର କରିଛି। ଆମେରିକା ଇମ୍ରିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ଗିରଫ କରାଯାଇଥିବା କେତେଜଣ ବ୍ୟକ୍ତିଙ୍କ ନାମ ଏବଂ ସେମାନେ ଘଟାଇଥିବା ଅପରାଧର ଏକ ତାଲିକା ମଧ୍ୟ ଏଥିରେ ପ୍ରକାଶ କରାଯାଇଛି। ଏହି ଅପରାଧୀଙ୍କ ମଧ୍ୟରୁ କେତେଜଣ ଶିଶୁ ଓ କିଶୋରିକିଶୋରଙ୍କୁ ବଳାତ୍କାର କରିଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।
ଜାନୁଆରୀ ୨୦ରେ ଟ୍ରମ୍ପ୍‌ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଅନେକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତନ୍ମଧ୍ୟରେ ‘ଦେଶବାସୀଙ୍କୁ ଆକ୍ରମଣରୁ ସୁରକ୍ଷା ଦେବା’ ପାଇଁ ଉଦ୍ଦିଷ୍ଟ ଏକ ଅର୍ଡର ରହିଛି। ବିଗତ ୪ ବର୍ଷ ମଧ୍ୟରେ ଅନେକ ଲକ୍ଷ ବେଆଇନ ଏଲିଆନ୍ସ ସୀମା ଅତିକ୍ରମ କରି ଆମେରିକାକୁ ଅନୁପ୍ରବେଶ ପୂର୍ବକ ସଂଘୀୟ ଆଇନକୁ ଉଲ୍ଲଂଘନ କରୁଥିବା ଏଥିରେ ଦର୍ଶାଯାଇଛି। ୨୩ ତାରିଖରେ ଗ୍ରାଣ୍ଡ୍‌ ଓଲ୍ଡ ପାର୍ଟି (ଜିଓପି) ନେତୃତ୍ୱାଧୀନ ଲାକେନ୍‌ ରିଲେୟ ଆଇନକୁ କଂଗ୍ରେସ ସବୁଜ ସଙ୍କେତ ଦେଇଛି। ତଦନୁଯାୟୀ ବିନା କାଗଜପତ୍ରରେ ଆମେରିକାରେ ରହୁଥିବା ଆପ୍ରବାସୀମାନଙ୍କୁ ଅଟକ ପରେ ପ୍ରତ୍ୟର୍ପଣ କରାଯାଇପାରିବ। ଅନ୍ୟପକ୍ଷେ ନ୍ୟୁଜର୍ସିସ୍ଥିତ ନ୍ୟୁଓ୍ବାର୍କର ଡେମୋକ୍ରାଟିକ୍‌ ମେୟର ରାସ୍‌ ବାରାକା ଟ୍ରମ୍ପ୍‌ ପ୍ରଶାସନର ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri