ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ନ ଥିଲା ପରି ଚାଲିଛି। କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ବି ଏହାର ପ୍ରତିକାର ହେଉ ନାହିଁ ା ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଜେ.ଏସ୍‌. ଜାମଡ଼ିହା, ଚକ୍ରଧରପୁର, କୁଳିଅଳମ ଓ ଦେବଳା ଆଦି ପଞ୍ଚାୟତ ଅନ୍ତର୍ଗତ ୨୫ଟି ରାଜସ୍ବ ଗ୍ରାମର ଲୋକେ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରୁଛନ୍ତି।
ଆରମ୍ଭରୁ ଏହି ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଭିତ୍ତିଭୂମି ବିକାଶର ଅଭାବ ଓ ସ୍ବାସ୍ଥ୍ୟସେବା ପ୍ରତି ଅବହେଳା କରାଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରି ପ୍ରତିକାର ଦାବି କରି ଆସୁଛନ୍ତି। ଏହି ଉପାନ୍ତ ଅଞ୍ଚଳକୁ କେହି ଡ଼ାକ୍ତର ଆସିବାକୁ ଚାହଁୁ ନ ଥିବା ବେଳେ କେହି ଆସିଲେ ଅଳ୍ପ ଦିନ ରହି ଏଠାରୁ ଖସିବାକୁ ବାଟ ଖୋଜିଥାନ୍ତି। ବର୍ତ୍ତମାନ ଜଣେ ଆୟୁଷ ଡ଼ାକ୍ତରଙ୍କ ସମେତ ୨ ଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ କାର୍ଯ୍ୟ କରୁଛନ୍ତି। କିନ୍ତୁ ରୋଗୀମାନେ ଡ଼ାକ୍ତରଖାନା ଉପର ଭରସା ରଖି ନ ପାରି ଉଦଳା ଓ ପୋଡ଼ାଡ଼ିହା ଡ଼ାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା କହିଛନ୍ତି। ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଔଷଧ ଦିଆଯିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଠାରେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କୁହାଯାଉଛି। ଡାକ୍ତରଖାନାରେ ପାଚରି ନ ଥିବାରୁ ଏହା ପରିସର ବୁଲା ଗୋରୁଙ୍କ ଚାରଣଭୂଇଁ ପାଲଟୁଛି। ଡ଼ାକ୍ତରଖାନାରେ ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା ନ ହେବା ଏକ ବିଡମ୍ବନା। ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାରୁ ପାଣି ଅଣାଯାଇ ଏକ ଟାଙ୍କିରେ ଗଚ୍ଛିତ ରଖାଯାଇ ବ୍ୟବହାର କରାଯାଉଛି ା କର୍ମଚାରୀଙ୍କ ଲାଗି ନିର୍ମିତ କ୍ୱାର୍ଟର୍ସ ନିମ୍ନମାନର ହୋଇଥିବାରୁ ସେଠାରେ କେହି ରହୁ ନ ଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରେ ଥରେ ବିଜୁଳି କଟିଲେ କେବେ ଆସିବ ତା’ର କିଛି ଠିକଣା ରହୁ ନାହିଁ ା ଏଥିଲାଗି ସ୍ବାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହେଉଛି। ଏ ସମ୍ପର୍କରେ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ. ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଡାକ୍ତରଖାନା ସମସ୍ୟାର ପ୍ରତିକାର ଲାଗି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri