ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମର ଗାଡ଼ି ଚାଳକ କବିସୂର୍ଯ୍ୟ ପାତ୍ର ଓରଫ କବିଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି ଥାନା ମାମଲା ନଂ.୩୧/୨୫ ଅନୁଯାୟୀ କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ବ୍ରହ୍ମପୁର ଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ନଂ.ଓଡ଼ି ୦୭ ବି -୬୩୫୪) ମାଡ଼ିଯିବାରୁ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ପି. ରାନି ପାତ୍ର(୨୩) ନାମ୍ନୀ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।


