ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ ମାରାତ୍ମକ ଘଟଣା ବୋଲି କହିହେବ ନାହିଁ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରଚାର ହୋଇଛି ଏହି ନିଆଁ ଲାଗିବା ଘଟଣା, କାରଣ ମନେହେଉଥିଲା ଯେପରି ସବୁଆଡ଼ୁ ସୁରକ୍ଷାର ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ କୌଣସି ଦୁର୍ଘଟଣା ଘଟିବାକୁ ଦିଆଯିବ ନାହିଁ। ଏହି ବିରାଟକାୟ ଡ୍ରାମା ପଛରେ ସରକାରଙ୍କର ସିଧାସଳଖ ସମର୍ଥନ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଶହେ ପ୍ରତିଶତ ସଫଳ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ତାହା ନ ହୋଇଲା ଯୋଗୁ ଆଜି ଏତେ ପରିମାଣରେ ପ୍ରଚାର କରାଯାଉଛି। ସୂଚନାଯୋଗ୍ୟ ଯେ, ମହାକୁମ୍ଭ ସ୍ଥଳୀକୁ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏଲ୍‌ପିଜି ବିସ୍ଫୋରଣରୁ ସେକ୍ଟର ୧୯ରେ ଏହି ନିଆଁ ଲାଗିଥିବା ସରକାରୀ ଭାବେ କୁହାଯାଇଛି। ଦେଖିବାକୁ ଗଲେ କୁମ୍ଭମେଳାରେ ଏମିତି ଏକ ବଡ଼ ଧରଣର ଘଟଣା ଘଟିଲା ବୋଲି ତାହା ପଦାକୁ ଆସିଲା। କିନ୍ତୁ ଅନେକ ଛୋଟ ଘଟଣା ଘଟୁଥିବ, ଯାହା ପଦାକୁ ଆସିପାରୁ ନାହିଁ। ଉଲ୍ଲେଖନୀୟ ଯେ, ୧୪୪ ବର୍ଷ ଅର୍ଥାତ୍‌ ୧୨ କୁମ୍ଭଚକ୍ର ପରେ ପଡ଼ିଥିବା ଏହି ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ଲାଗି ଉତ୍ତରପ୍ରଦେଶ ରାଜ୍ୟ ସରକାର ଏହି ମେଳା ସକାଶେ ୬,୪୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୧୦ ହଜାର ଏକର ଜମିରେ ସୁସଜ୍ଜିତ ଏହି ମେଳାରେ ୫୦ଲକ୍ଷରୁ ୧ କୋଟି ସାଧୁସନ୍ଥ ଏବଂ ଅନ୍ୟ ଶ୍ରଦ୍ଧାଳୁମାନେ ରହିବାର ବ୍ୟବସ୍ଥା କରାଯାଇଛି। ବାସ୍ତବରେ ଏତେବଡ଼ ମେଳାରେ ଅନେକ ଲୋକଙ୍କର ସମାଗମ କରି ସରକାର ସେଥିରେ ପ୍ରଚାରକୁ ବଡ଼ ବୋଲି ଭାବିଛନ୍ତି। କୁମ୍ଭମେଳାକୁ ଭାଜପାଶାସିତ ରାଜ୍ୟମାନେ ଲୋକ ଭର୍ତ୍ତିକରି ବସ୍‌ ପଠାଉଛନ୍ତି। ଏହା ବ୍ୟତୀତ ଦେଶର ପର୍ଯ୍ୟଟନ ବିଭାଗ ମଧ୍ୟ ସବୁ ରାଜ୍ୟରୁ ପ୍ରୟାଗରାଜକୁ ବିମାନ ଚଳାଚଳ ବ୍ୟବସ୍ଥା କରିବା ସହ ଭାରତୀୟ ରେଳପଥ ୧୦,୦୦୦ ନିୟମିତ ଟ୍ରେନ୍‌ ଓ ୩,୦୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛି। ଏହିସବୁ ବନ୍ଦୋବସ୍ତ ସାଧାରଣ ଯାତାୟାତ ଉପରେ ନିଶ୍ଚିତ ଭାବେ କୁପ୍ରଭାବ ପକାଉଛି। ଅନ୍ୟ କୌଣସି କାର୍ଯ୍ୟ ସିଦ୍ଧ ହେଉ କି ନ ହେଉ କରଦାତାଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ସେମାନେ ଜାଣୁ ନାହାନ୍ତି ଯେ, କେତେ ଖର୍ଚ୍ଚ କରାଗଲା। ଯଦି କିଏ କହୁଥାଏ କେବଳ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯାଉଛିି, ତେବେ ତାହା ସମ୍ପୂର୍ଣ୍ଣ ଭ୍ରାନ୍ତ। କାରଣ ସବୁ ରାଜ୍ୟକୁ କେନ୍ଦ୍ର ଅର୍ଥ ଦେଇଥାଏ। ସବୁ ରାଜ୍ୟର ଆଭ୍ୟନ୍ତରୀଣ ଟିକସ ମଧ୍ୟ ରହିଥାଏ। ସେଥିପାଇଁ କୁମ୍ଭମେଳାର ବନ୍ଦୋବସ୍ତରେ କେବଳ ଉତ୍ତରପ୍ରଦେଶ ଅର୍ଥ ଖର୍ଚ୍ଚ କରୁଛି ତାହା ନୁହେଁ, ସେଥିରେ ସମ୍ପୂର୍ଣ୍ଣ ଭାରତୀୟ କରଦାତାଙ୍କ ଅର୍ଥ ଲାଗିଛି।
ମହାକୁମ୍ଭ ଆରମ୍ଭ ବେଳେ କୁହାଯାଉଥିଲା, ଏହି ବିରାଟକାୟ ମେଳାରେ କୌଣସି ବିଚ୍ୟୁତି ଘଟିବ ନାହିଁ। ମହାକୁମ୍ଭକୁ ‘ଡିଜି କୁମ୍ଭ’ରେ ପରିଣତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ସହାୟତାରେ ବି ଏକ ଆପ୍‌ ଆରମ୍ଭ କରାଯାଇଥିଲା। ଏହାସହ ମେଳାରେ ୪୫,୦୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯିବା ଘଟଣା ମହାକୁମ୍ଭର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମେ ଆଶା କରିବା ଯେ, ମେଳାରେ ଆଉ ଆଗକୁ ଏମିତି କୌଣସି ଅଘଟଣ ନ ଘଟୁ ଏବଂ ତୀର୍ଥଯାତ୍ରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରୁହନ୍ତୁ। ଏହାସହ ମେଳାରେ ଏକ ବଡ଼ ବିଷୟ ହେଉଛି ଏନ୍‌ଆର୍‌ଆଇ ଅର୍ଥାତ୍‌ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଉପସ୍ଥିତି। ଆମେରିକା, ଇଂଲଣ୍ଡ ଆଦି ଦେଶରୁ ଅନେକ ଏନ୍‌ଆର୍‌ଆଇ ମହାକୁମ୍ଭକୁ ଆସିଥିବା ବିଷୟକୁ ବଡ଼ କରି ପ୍ରଚାର କରାଯାଉଛି। ପ୍ରକୃତରେ ଏନ୍‌ଆର୍‌ଆଇମାନେ କିଏ ତାହା ମଧ୍ୟ ଦେଶବାସୀ ସଚେତନ ହେବା ଦରକାର। ଭାରତୀୟ କରଦାତାଙ୍କ ଅର୍ଥରେ ସୃଷ୍ଟି କରାଯାଇଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି), ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ (ଏଆଇଆଇଏମ୍‌ଏସ୍‌) ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ଆଜି ବିଶ୍ୱସ୍ତରୀୟ ହେବା ପଛରେ କେବଳ ଛାତ୍ରୀଛାତ୍ରଙ୍କର ନୁହେଁ, ଏହି ଦେଶର ପ୍ରତ୍ୟେକ ନାଗରିକଙ୍କ ଝାଳବୁହା ଅର୍ଥ ସେହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗଢ଼ିତୋଳିବା ପାଇଁ ଖର୍ଚ୍ଚ କରାଯାଇଛି। ସେଠାରେ ପଢ଼ୁଥିବା ଛାତ୍ରୀଛାତ୍ର ଦେଶର କାମରେ ଆସିବା ପରିବର୍ତ୍ତେ ତାଙ୍କର ନିଜର ଯୌବନରେ ବିଦେଶ ପଳାଇଥିଲେ। ସ୍ବଇଚ୍ଛାରେ ଯାଇଥିବାରୁ ସେମାନଙ୍କର ନୂଆ ମାତୃଭୂମି ପାଇଁ ନିୟୋଜିତ ହୋଇଗଲେ। ଏବେ ଯେତେବେଳେ ବୟସ ବଢ଼ୁଛି ସେତେବେଳେ ସେମାନଙ୍କର ଧର୍ମ ମନେପଡ଼ିବା ସହିତ ଘରକୁ ଫେରିବାର ଇଚ୍ଛା ମୁଣ୍ଡ ଟେକୁଛି, ଯାହା କୁମ୍ଭରେ ଲକ୍ଷ୍ୟ କରାଯାଉଛି। ସେହିଭଳି ନାଗରିକ ଭାରତର ପ୍ରଗତିରେ ଅଂଶୀଦାରି ହୋଇପାରିବେ କି ନାହିଁ କହିବା କଷ୍ଟକର। କିନ୍ତୁ ବୋଝ ନିଶ୍ଚିତ ଭାବେ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri