ଜି ଉଦୟଗିରି ୧୭/୧( ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୋଲିସ ଏସଡିପି ଓ ବିଜୟ କୁମାର ବିଶି ଓ ସମ୍ମାନିତ ଅତିଥି ଭାବେ ବନପାଳ ତାଲିମ ବିଦ୍ୟାଳୟର ଉପବନ ସରଂକ୍ଷକ ଦିବାକର ବେହେରା ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସମ୍ପର୍କରେ କହିବା ସହ ବିଭିନ୍ନ ନାରୀ ସୁରକ୍ଷା ଆଇନ ବିଷୟରେ କସଚେତନ କରିଥିଲେ । ଅଧ୍ୟାପିକା ଡ଼ ବବିତା ରାଣୀ ପଟ୍ଟନାୟକ ଓ ସୁଧାରଣୀ ପାତ୍ର ତାଲିମରୁ ଗ୍ରହଣ କରିଥିବା କୌଶଳ ଆତ୍ମ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷାରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ମାଷ୍ଟର ଟ୍ରେନର ମାନସୀ ପ୍ରଧାନ ଓ ଅନିତା ନାୟକ ତାଲିମ ପ୍ରଦାନ କରିଥିଲେ । ନୋଡାଲ ଅଫିସର ଅଧ୍ୟାପିକା ସସ୍ମିତା ଦାଶ ଶିବିରକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


