ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ କେଉଁଠି ୭୮ କେଜି ମାଗୁଛନ୍ତି ନଚେତ ଧାନ ଉଠିବ ନାହିଁ ବୋଲି ଚାଷୀଙ୍କୁ କହୁଛନ୍ତି ମିଲର । ଏହିଭଳି ଘଟଣା ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତି ଓ ଲକ୍ଷ୍ମୀପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଚଳିତ ଧାନ ଅମଳ ସମୟରେ ଦୁଇଥର ଲଗାଣ ବର୍ଷାରେ ଚାଷୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଏବେ ଏଫଏକ୍ୟୁ ମାନକୁ ନେଇ ମିଲର ମନମୁଖୀ ଶାସନ ପୁଣି ଚାଷୀର ଦଃୁଖକୁ ଦ୍ୱିଗୁଣିତ କରିଦେଇଛି । ଏହି ସମୟରେ ମିଲରଙ୍କ ରାଜୁତିରେ ଶିକାର ହେଉଛନ୍ତି ଶହ ଶହ ଚାଷୀ । ଏହି ବ୍ୟାପକ ଅବ୍ୟବସ୍ଥା ନେଇ ଶେଷରେ ସେମାନେ ଆଜି ବାଧ୍ୟ ହୋଇ ଜିଲା ଯୋଗାଣ ମୁଖ୍ୟାଳୟରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ୧୪ ତାରିଖ ଦିନ ଧାନ କିଣାର ବ୍ୟାପକ ଅବସ୍ଥା ନେଇ ବିପୁଳିଙ୍ଗି ସେବା ସମବାୟ ସମିତି କାର୍ଯ୍ୟାଳୟ ତାଲା ପକାଇଥିଲେ ଚାଷୀ। ପରେ ଏହାର ସମାଧାନ ନେଇ ଗତକାଲି ବୈଠକ ହୋଇଥିଲା। ଏପରିକି ୩ ରୁ ୪ ଥର ବୈଠକ ହୋଇ ଏକ ନିଷ୍ପତ୍ତି ମଧ୍ୟ ବାହାରିଥିଲା ବୋଲି ସେବା ସମବାୟ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ କହିଛନ୍ତି। ପୂର୍ବଥର ଯେପରି ଚାଲିଥିଲା ସେହିପରି ଚାଲିବ କିନ୍ତୁ ଆଜି ମିଲର ଚାଷୀଙ୍କୁ ୭୫ କେଜିରେ ଧାନ ବସ୍ତାରେ ୩ କେଜି ଅଧିକ ମାଗୁଥିବା କହିଥିଲେ ସଭାପତି । ସେହିପରି ଲକ୍ଷ୍ମୀପୁରରେ ମଧ୍ୟ ଅନୁରୁପ ଘଟଣା। ସେଠାରେ ୭୫ କେଜି ଧାନ ବସ୍ତାରେ ୪ କେଜି ଅଧିକ ମାଗୁଛନ୍ତି ବୋଲି ଲକ୍ଷ୍ମୀପୁର ଚାଷୀ ଏସ.ସୁର୍ଦଶନ ରେଡି କହିଛନ୍ତି । ଏହିପରି ମଣ୍ଡି ଅବ୍ୟବସ୍ଥା ଆଗରୁ କେବେ ଆମେ ଦେଖିନଥିଲୁ କହିଛନ୍ତି ଚାଷୀ ବୁଲୁ ବିଷୋଇ। ଏ ପର୍ଯ୍ୟନ୍ତ ମଣ୍ଡିରେ କୌଣସି ସରକାରୀ କର୍ମଚାରୀଙ୍କ ଦେଖାନାହିଁ। ଏ ସରକାର ଚାଷୀଙ୍କର ସରକାର ନୁହନ୍ତି, ଚାଷୀଙ୍କ ପାଇଁ ଏହି ସରକାର ଅଯୋଗ୍ୟ ସରକାର ବୋଲି କହିଛନ୍ତି। କିପରି ଧାନ ସୁରୁଖୁରୁରେ ଉଠିବ ତାର ବ୍ୟବସ୍ଥା କରାଯିବ ବୋଲି ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଚାଷୀଙ୍କୁ କଥା ଦେଇଛନ୍ତି। ଅନ୍ୟପକ୍ଷରେ ସଠିକ୍‌ ସମୟରେ ଧାନ ନ ଉଠିଲେ ଅଭାବୀ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେବେ । ଯାହାଫଳରେ ଚାଷୀ କୁଇଣ୍ଟାଲ ପିଛା ଯେଉଁ ୩୧ଶହ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ ସେମାନେ ବାଧ୍ୟ ହୋଇ ଦଲାର ଶିକାର ହୋଇ ୧୭ଶହରୁ ୧୮ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେବେ। ତେଣୁ ତୁରନ୍ତ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ଦାବି କରିଛନ୍ତି ଚାଷୀ ନେତା ସିମାଞ୍ଚଳ ନାହାକ, ନିଳକଣ୍ଠ ଦାଶ.ଶଙ୍କର ଦାଶ, ଦୀଲ୍ଲିପ ଛୋଟରାୟ ପ୍ରମୁଖ ନଚେତ ଜିଲାରେ ଚଳିତ ବର୍ଷ ୬୦ ରୁ ୭୦ ପ୍ରତିଶତ ଚାଷୀ ମଧ୍ୟ ମଣ୍ଡିରେ ବିକ୍ରି କରିବା କଷ୍ଟକର ହୋଇଯିବ ବୋଲି କହିଛନ୍ତି। ସୂଚନା ଥାଉକି ଜିଲାରେ ୪୭୮ ସୋସାଇଟ ଚଳିତ ବର୍ଷ ଧାନ କିଣାରେ ସାମିଲ ହୋଇଛନ୍ତି, ସେଥିମଧ୍ୟରୁ ୩୬୬ ସେବା ସମାବୟ ସମିତି, ୧୧୧ଟି ସ୍ବୟଂସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଚଳିତ ଥର ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜିଲାରେ ଚଳିତ ମାସ ତିନି ତାରିଖରୁ ମଣ୍ଡି ଖୋଲାଯାଇଥିବା ବେଳେ ଏଯାବତ ୪୧୪ଟି ମଣ୍ଡିରେ ୨୩୭୫ ଜଣ ଚାଷୀ ୧ଲକ୍ଷ ୨୦ହଜାର ୪୯୨.୭୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି । ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଜିଲାକୁ ଚଳିତ ବର୍ଷ ଚାଉଳ ବାବଦକୁ ୩୦୦୨୭୮ ମେଟ୍ରିକ ଟନ୍‌ ତଥା ୩୦ ଲକ୍ଷ ୨୭୮୦ କୁଇଣ୍ଟାଲ ପ୍ରଥମ ପର୍ଯ୍ୟାୟରେ ଟାର୍ଗେଟ ଆସିଛି। ଯାହାକି ଧାନ ବାବଦରେ ୪୪୮୧୭୬.୧୦ ମେଟ୍ରିକ ଟନ୍‌ ତଥା ୪୪ ଲକ୍ଷ ୮୧ହଜାର ୭୬୧ କୁଇଣ୍ଟାଲ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri