ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣା ଚାରିଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଠାବ କରିବାରେ ପୋଲିସର ବିଫଳତା ନେଇ ବରଗଡ଼ ମହିଳା ସମିତି ଗଭୀର ଉଦ୍‌ବେଗ ପ୍ରକାଶ କରିଛି । ସମିତିର ଏକ ପ୍ରତିନିଧି ଦଳ ଗୁରୁବାର ବୁର୍ଲା ହସ୍ପିଟାଲକୁ ଯାଇ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ନ୍ୟାୟ ପ୍ରଦାନ ପାଇଁ ମହିଳା ସମିତି ସବୁବେଳେ ତାଙ୍କ ସହିତ ରହିବେ ବୋଲି ପ୍ରତିଶ୍ରୁତି ଦେଇ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରତିନିଧି ଦଳ ଭିମ୍‌ସାର ନିର୍ଦ୍ଦେଶକ ଡ଼ା. ଭାବଗ୍ରାହୀ ରଥଙ୍କୁ ଭେଟି ପୀଡ଼ିତାଙ୍କ ସ୍ଥିତାବସ୍ଥା ଏବଂ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ପୀଡ଼ିତାଙ୍କ ଗତକାଲି ସ୍କିନ ସର୍ଜରୀ ହୋଇଥିବା ଏବଂ ବିପଦମୁକ୍ତ ଥିବା ଡ଼ା. ରଥ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ପ୍ରଥମ ଦିନ ରାତିରେ ପୋଲିସରେ ରିପୋର୍ଟ ସତ୍ତ୍ୱେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦିଗରେ ପୋଲିସର ଅବହେଳା, ସନ୍ଦିଗ୍ଧ ଅପରାଧୀମାନଙ୍କ ଫୋନ କଲ ରେକର୍ଡ ଥିବା ସତ୍ତ୍ୱେ ସେ ଦିଗରେ ତଦନ୍ତରେ ଅବହେଳା ଆଦି ପରିବାର ବର୍ଗ ସମିତିର ପ୍ରତିନିଧି ମଣ୍ଡଳୀଙ୍କଠାରେ ଅଭିଯୋଗ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ପ୍ରଥମ ଦିନ ରିପୋର୍ଟକୁ ଗ୍ରହଣ ନ କରି ପୁଣି ତିନି ଦିନ ପରେ ଆଉଥରେ ରିପୋର୍ଟ ଦେବାକୁ ପୀଡ଼ିତା ପରିବାରଙ୍କୁ କୁହାଯିବା ରହସ୍ୟ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ନୁହେଁ କି ବୋଲି ମହିଳା ସମିତି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ବରଗଡ଼ ଇତିହାସରେ ଧନୁଯାତ୍ରା ସମୟରେ ଏଭଳି ଜଘନ୍ୟ ଅଭାବନୀୟ ଘଟଣା କେବେ ଘଟିନଥିଲା । ଘଟଣା ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବରଗଡ଼ ସହର ପୋଲିସ ଛାଉଣୀରେ ପରିଣତ ହୋଇଥିବା ସତ୍ତ୍ୱେ ଗୋଟିଏ ଝିଅ ଅପହୃତ ହେବା ଏବଂ ୪୮ ଘଣ୍ଟା ପରେ ରକ୍ତାକ୍ତ ଉଦ୍ଧାର ହେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ମହିଳା ସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଘଟଣାର ଉଚିତ୍‌ ତଦନ୍ତ ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହିତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବରଗଡ଼ ମହିଳା ସମିତି ଦାବି କରିଛି। ସମିତିର ସଭାନେତ୍ରୀ ହର୍ଜିନ୍ଦର୍‌ କୌରଙ୍କ ନେତୃତ୍ୱରେ ମନ୍ଦାକିନୀ ପତି, ଇନ୍ଦ୍ରାଣୀ ଶତପଥୀ, ରାଧାରାଣୀ ମିଶ୍ର, ମମତା ମିଶ୍ର ଏବଂ ସମିତିର ଉପଦେଷ୍ଟା ପ୍ରିତମ ସିଂହ ଓ ପ୍ରସନ୍ନ ମିଶ୍ର ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri