Posted inଜାତୀୟ

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’ ବୋଲି ବୁଧବାର କୁହାଯାଇଛି।

ମେଟା ଇଣ୍ଡିଆର ଉପାଧ୍ୟକ୍ଷ ଶିବନାଥ ଠୁକରାଲ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ଟୁଇଟ୍‌ କରିଛନ୍ତି-୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ ପୁନଃନିର୍ବାଚିତ ହୋଇ ନ ଥିବା ନେଇ ଜୁକରବର୍ଗଙ୍କ ବୟାନ ଅନେକ ଦେଶ ପାଇଁ ସତ, ହେଲେ ଭାରତ ପାଇଁ ନୁହେଁ। ଏହି ଅନିଚ୍ଛାକୃତ ତ୍ରୁଟିକୁ ନେଇ ଆମେ କ୍ଷମାପ୍ରାର୍ଥନା କରିବାକୁ ଚାହୁଁଛୁ। ଭାରତ ମେଟା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବେ ରହିଆସିଛି। ଆମେ ଏହାର ଅଭିନବ ଭବିଷ୍ୟତର କେନ୍ଦ୍ରରେ ରହିବା ନେଇ ଆଶା କରୁଛୁ ବୋଲି ସେ କହିଛନ୍ତି।

ଏହାପରେ ଠୁକରାଲଙ୍କ ପୋଷ୍ଟକୁ ରିଟୁଇଟ୍‌ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ, ଏହି କ୍ଷମା ପ୍ରାର୍ଥନା ଭାରତର ସାଧାରଣ ନାଗରିକଙ୍କ ବିଜୟ। ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧.୪ ବିଲିୟନ ଲୋକଙ୍କ ଆଶୀର୍ବାଦ ଏବଂ ବିଶ୍ୱାସ ରହିଛି। ମେଟା ଇଣ୍ଡିଆର ଜଣେ ଅଧିକାରୀ ଶେଷରେ ତାଙ୍କ ଭୁଲ ଲାଗି କ୍ଷମା ମାଗିଛନ୍ତି। ଏହା ଭାରତର ସାଧାରଣ ନାଗରିକଙ୍କ ବିଜୟ।

ସୂଚନାଯୋଗ୍ୟ, ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ ଦେଶରେ ନିର୍ବାଚନର ବର୍ଷ ଥିଲା। ସରକାରଙ୍କ କୋଭିଡ୍‌ ପରିଚାଳନା ଓ ତତ୍‌ ପରବର୍ତ୍ତୀ ମୁଦ୍ରାସ୍ଫୀତି କିମ୍ବା ଆର୍ଥତ୍କ ନୀତି ବିଶ୍ୱବ୍ୟାପୀ ନିର୍ବାଚନକୁ ପ୍ରଭାବିତ କରିଥିଲା। ଫଳରେ ଭାରତ ସମେତ କ୍ଷମତାରେ ଥିବା ଅନେକ ଦେଶର ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା କମିଥିଲା। ୨୦୨୪ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହରାଇଥିଲେ ମଧ୍ୟ ଶାସକ ମେଣ୍ଟ ବହୁମତ ବଜାୟ ରଖିପାରିଥିଲା। ଏଥିଯୋଗୁ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଯାଇଥିଲା ବୋଲି ଜୁକରବର୍ଗ କହିଥିଲେ।

ପରେ ଜୁକରବର୍ଗଙ୍କ ଏହି ମନ୍ତବ୍ୟକୁ ନେଇ ଭାରତର ସଂସଦୀୟ ସ୍ଥାୟୀ କମିଟି ତାଙ୍କୁ ସମନ ଜାରି କରିବାକୁ ଯାଉଛି। ଭୁଲ୍‌ ତଥ୍ୟ ପ୍ରସାର କରାଇଥିବାରୁ ମେଟାକୁ ସମନ କରାଯିବ ବୋଲି ଭାଜପା ଏମ୍‌ପି ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ମଙ୍ଗଳବାର କହିଥିଲେ। ଏଥିସହ ସଂସଦୀୟ କମିଟି ଏବଂ ଦେଶବାସୀଙ୍କ ନିକଟରେ ମେଟା କ୍ଷମା ମାଗୁ ବୋଲି ଦୁବେ ଦାବି କରିଥିଲେ। ଏହାର ଦିନକ ପୂର୍ବରୁ ଜୁକରବର୍ଗଙ୍କ ଦାବିକୁ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଖଣ୍ଡନକରି ଏହାକୁ ‘ତଥ୍ୟଗତ’ ଭୁଲ୍‌ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri