Posted inଜାତୀୟ

ଚର୍ଚ୍ଚାରେ IIT ବାବା, ଅଘୋରୀ ବାବାଙ୍କ ମେଞ୍ଚେ ପ୍ରେମିକା!

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ ବାବା, ନାଗାସାଧୁ ଓ ଅଘୋରୀଙ୍କ ପରି ବହୁ ସାଧୁ ଆସିଛନ୍ତି। ଏଥିରେ ଅନେକ ସାଧୁ ଲାଇମ୍‌ ଲାଇଟକୁ ମଧ୍ୟ ଆସୁଛନ୍ତି। ଯେପରି ଜଣେ ହେଲେ ହର୍ଷା ରିଚାରିଆ। ଜଣେ ସୁନ୍ଦରୀ ସ୍ବାଧୀ ଏବେ ସବୁଠି ଚର୍ଚ୍ଚାର ବିୟେ ପାଲଟିଛନ୍ତି। ଏହାପରେ ପରେ ଏବେ ଜଣେ ଆଇଆଇଟିଆନ ବାବା ଗଣମାଧ୍ୟମରେ ହେଡଲାଇନରେ ଆସିଛନ୍ତି।

ଅଭୟ ସିଂହ ଓରଫ ମଶାଣି ଗୋରଖ, ଯିଏକି ଆଇଆଇଟିଆନ ବାବା ଭାବରେ ମଧ୍ୟ ଜଣାଶୁଣା। ଚଳିତ ମହାକୁମ୍ଭରେ ପହଞ୍ଚିଛନ୍ତି। ଶାନ୍ତ ହସ, ପ୍ରଫୁଲ୍ଲ ଆଚରଣ ଏବଂ ତାଙ୍କ ଦାମ୍ଭିକ କଥାରେ ସେ ଏବେ ସାରା ଗଣମାଧ୍ୟମର ମନ ମୋହିଛନ୍ତି। ମଶାଣି ଗୋରଖ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ତଥାପି, ସେ ପରେ ବିଜ୍ଞାନ ଏବଂ ଅନ୍ତରୀକ୍ଷ ଜଗତ ଛାଡି ନିଜକୁ ବୁଝିବା ଏବଂ ଈଶ୍ୱରଙ୍କୁ ବୁଝିବା ପାଇଁ ଜଣେ ସନ୍ନ୍ୟାସୀ ପାଲଟିଛନ୍ତି।

ଅଭୟ ସିଂହ ତାଙ୍କ ନାମକୁ ମଶାଣି ଗୋରଖରେ ପରିବର୍ତ୍ତନ କରି ଭଗବାନ ଶିବଙ୍କୁ ତାଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ସେ ରାଘବ ଏବଂ ଜଗଦୀଶ ଭଳି ଅନ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ହରିୟାଣାର ବାସିନ୍ଦା ଏବଂ IIT ବମ୍ବେରେ ଚାରି ବର୍ଷ ପାଇଁ ଅଧ୍ୟୟନ କରିଥିଲେ। କିନ୍ତୁ ପରେ ଡିଜାଇନରେ ମାଷ୍ଟର ଡିଗ୍ରୀ ହାସଲ କରି ଏବଂ ଫଟୋଗ୍ରାଫିରେ କାମ କରି “କଳା ଆଡକୁ” ତାଙ୍କର କ୍ୟାରିଅର ପରିବର୍ତ୍ତନ କରିଥିଲେ। ସେ ଛାତ୍ରମାନଙ୍କୁ ପଦାର୍ଥ ବିଜ୍ଞାନର ଟ୍ରେନିଂ ମଧ୍ୟ ଦେଇଥିଲେ। IIT ବାବା ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ସେ “ଜୀବନର ଅର୍ଥ ବୁଝିବା” ପାଇଁ philosophy courses Post-Modernism, Socrates and Plato ପଢିଥିଲେ। ଅନେକ କ୍ୟାରିୟରରେ ବିଫଳ ହେବା ପରେ, ସେ ଘରକୁ ଚାଲି ଯାଇଥିଲେ।

“ଏବେ ମୁଁ ବୁଝିପାରୁଛି ଯେ ଏହା ପ୍ରକୃତ ଜ୍ଞାନ। ଯଦି ଆପଣ ମନ କିମ୍ବା ମାନସିକ ସ୍ବାସ୍ଥ୍ୟକୁ ବୁଝିବାକୁ ଚାହାଁନ୍ତି, ତେବେ ଆପଣ ଏହା (ଆଧ୍ୟାତ୍ମିକତା ମାଧ୍ୟମରେ) କରିପାରିବେ। ସେ ଆହୁରି କହିଛନ୍ତି, ଲୋକମାନେ କ’ଣ ଭାବୁଛନ୍ତି ତାହା ନିଶ୍ଚିତ ନୁହେଁ। ତୁମେ ଯାହା ଭାବୁଛ ତା’ ଉପରେ ଗୁରୁତ୍ୱ ଦିଅ।

ତେବେ ଆଇଆଇଟି ବାବାଙ୍କୁ ପଚରାଯାଇଥିଲା କି, ଇଞ୍ଜିନିୟର ଛାତ୍ରଙ୍କ ବହୁତ ପ୍ରେମିକା ଥାଆନ୍ତି? କ’ଣ ସେ ସମୟରେ ଆପଣଙ୍କର ବି ପ୍ରେମିକା ଥିଲେ। ଏହାର ଉତ୍ତରରେ ବାବା କହିଛନ୍ତି, ହଁ ସେତେବେଳେ ମୋର ବହୁତ ପ୍ରେମିକା ଥିଲେ। ସେହି ସମୟରେ ମୁଁ ଗୁଡାଏ ଓଲଟପାଲଟ କାମ କରୁଥିଲି। ଆଉ ଏବେ ଯେତେବେଳେ ସଂସାର ଛାଡି ଦେଇଛି ତେବେ ପ୍ରେମିକା ନ ଥିଲେ ବୋଲି ସଫେଇ ଦେବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri