ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି ଘରୋଇ ସିକ୍ୟୁରିଟି ସଂସ୍ଥାରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରର ଜଗବନ୍ଧୁ ଚାନ୍ଦଙ୍କୁ ବିବାହ କରି ସେ  ବଡ଼ ବଡ଼ ଲୋକଙ୍କୁ ହନି ଟ୍ରପ୍‌ କରି ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ। ରାଜନେତା, ବ୍ୟବସାୟୀ, ଫିଲ୍ମ ଜଗତର ପ୍ରଭାବଶାଳୀ ଲୋକଙ୍କୁ ଫସେଇ ସେ ଅର୍ଥ ରୋଜଗାର କରୁଥିଲେ ବୋଲି ଅଭିଯୋଗ ଆସିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଅନେକ କୋଟି ଟଙ୍କାର ମାଲିକାଣୀ ପାଲଟି ଯାଇଥିଲେ। ସେତେବେଳେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସରକାର ଚାଲୁଥିଲା। ସରକାରୀ ଦଳର ଏକାଧିକ ନେତାଙ୍କ ନାମ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତି ଥିବା ନେଇ ବିରୋଧୀ ଭାଜପା ସେତେବେଳେ ଅଭିଯୋଗ କରିଥିଲା। ଘଟଣାକ୍ରମେ ଅର୍ଚ୍ଚନା ଗିରଫ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ସେ ଜାମିନ ପାଇଥିଲେ। ଜେଲରୁ ବାହାରିବା ପରେ ସେ ସମସ୍ତଙ୍କ ମୁଖା ଖୋଲିବେ ବୋଲି ଗଣମାଧ୍ୟମକୁ କହିଥିଲେ। ହେଲେ ଏ ଯାବତ ସେ ମୁହଁ ଖୋଲିପାରି ନ ଥିବାରୁ ସେହି ଘଟଣା ଶିଥିଳ ହେବା ସହ ତାହା ଜନମାନସରୁ ଦୂରେଇ ଯାଇଛି।
ନିକଟରେ ଆଉ ଜଣେ ହାଇପ୍ରୋଫାଇଲ ମହିଳା ହଂସିତା ଅଭୀଲିପ୍ସାଙ୍କ ଠକେଇ ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କନ୍ଧମାଳରୁ ଆସିଥିବା ଏହି ମହିଳା ଖୁବ୍‌ କମ୍‌ ସମୟରେ ଭୁବନେଶ୍ୱରରେ ନିଜ କାୟା ବିସ୍ତାର କରିଥିଲେ। ସେ ବିବାହିତ ହୋଇ ମଧ୍ୟ ଠିକଣା ବଦଳାଇ ଅନିଲ ମହାନ୍ତିଙ୍କ ସହ ମିଶି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଠକେଇ ମାଧ୍ୟମରେ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିଥିବା ଖବର ପଦାକୁ ଆସିଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ହଂସିତା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଅନିଲଙ୍କୁ ଜ୍ୱାଇଁ ପରିଚୟ ଦେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଠକି ଚାଲିଥିଲେ। ଗତ ମାସ ଶେଷ ଆଡ଼କୁ ସେମାନଙ୍କ କଳାକାରନାମା ଆସିବା ପରେ ବହୁ ଗୁମୁର କଥା ପଦାକୁ ଆସୁଛି। ଏବେ ରାଜ୍ୟରେ ଭାଜପା ସରକାର ଚାଲିଛି। କେତେକ ଭାଜପା ନେତା କହୁଛନ୍ତି ହଂସିତା-ଅନିଲ ଯୋଡ଼ିଙ୍କ ସହ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଭିଜିଲାନ୍ସ ବିଭାଗ ଏହି ଘଟଣାର ତଦନ୍ତ କରୁଛି। ଭାଜପା ୭ ମାସ ହେବ ଶାସନକୁ ଆସିଲାଣି। ତେଣୁ ପ୍ରତି କଥାରେ ଏବକାର ଅପରାଧ କିମ୍ବା ଠକେଇ ସକାଶେ ପୂର୍ବ ସରକାରଙ୍କୁ ଦାୟୀ କରାଯିବା ସାଧାରଣରେ ଗ୍ରହଣୀୟ ହେଉନାହିଁ। କାରଣ ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ଚାହିଁଲେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କିନ୍ତୁ ପରସ୍ପରକୁ ଦୋଷ ଦିଆନିଆ ଚାଲିଲେ ନିଷ୍କର୍ଷରେ ପହଞ୍ଚତ୍ବା କଷ୍ଟକର ହୋଇପଡ଼ିବ।
କେତେକେ କହିଲେଣି ଯେ ଏଭଳି ହାଇପ୍ରୋଫାଇଲ ଠକେଇ ଘଟଣା ଜଣାପଡ଼ିଲେ କିଛି ଦିନ ତାହା ଉପରେ ଜୋରଦାର ଚର୍ଚ୍ଚା ହୋଇଥାଏ। ପରେ ସେସବୁ ଧୀରେ ଧୀରେ ଲୋକଲୋଚନରୁ ଦୂରେଇ ଯାଇଥାଏ। ଆଗରୁ ଅର୍ଚ୍ଚନା, ଏବେ ହଂସିତା ଓ ପରେ ଆଉ କିଏ ଆସିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri