୧୮୩୧ରେ ଆଗ୍ନେୟଗିରି ଉଦ୍‌ଗିରଣରୁ ନୀଳ ହୋଇଥିଲା ସୂର୍ଯ୍ୟ

ଏଡିନବର୍ଗ, ୧୨ା୧:ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ବାୟୁମଣ୍ଡଳରେ ସୂର୍ଯ୍ୟ ନୀଳରଙ୍ଗ ହେବାର ରହସ୍ୟ ଉପରୁ ବୈଜ୍ଞାନିକମାନେ ପରଦା ଉଠାଇଛନ୍ତି। ୧୮୩୧ ମସିହାରେ ହୋଇଥିବା ଏକ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ସୂର୍ଯ୍ୟଙ୍କ ରଙ୍ଗରେ ପରିବର୍ତ୍ତନ ଘଟି ନୀଳରଙ୍ଗ ହୋଇଥିବା ନେଇ ଏକ ଅଧ୍ୟୟନରେ କୁହାଯାଇଛି। ଉକ୍ତ ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ବ୍ୟାପକ ମାତ୍ରାରେ ସଲ୍‌ଫର ଡାଇଅକ୍ସାଇଡ୍‌ ଗ୍ୟାସ୍‌ ବାୟୁମଣ୍ଡଳରେ ବ୍ୟାପି ଯାଇଥିଲା। ଏଣୁ ବୈଶ୍ୱିକ ସ୍ତରରେ ଶୀତର ପ୍ରଭାବ ବଢ଼ିଥିବା ସହ ପୃଥିବୀକୁ ଅଜବ ଜଳବାୟୁ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ଶନିବାର ଏନେଇ ଏକ ଅଧ୍ୟୟନ ପ୍ରୋସିଡିଙ୍ଗସ ଅଫ୍‌ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ (ପିଏନ୍‌ଏଏସ୍‌)ରେ ପ୍ରକାଶିତ ହୋଇଛି।
ସମ୍ପ୍ରତି ରୁଷିଆ ଓ ଜାପାନ ମଧ୍ୟରେ ବିବାଦୀୟ ଅଞ୍ଚଳ ଭାବେ ପରିଚିତ ଥିବା ସୁଦୂର ସିମୁଶୀର ଦ୍ୱୀପପୁଞ୍ଜର ଜାଭାରିଟସ୍କିଠାରେ ୧୮୩୧ ମସିହାରେ ଆଗ୍ନେୟଗିରି ଉଦ୍‌ଗିରଣ ଘଟିଥିଲା, ଯାହା ପୃଥିବୀର ଜଳବାୟୁ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। ସ୍କଟଲାଣ୍ଡର ସେଣ୍ଟ ଆଣ୍ଡ୍ର୍ୟୁଜ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଅଧ୍ୟୟନରେ ୧୮୩୧ର ବରଫ ଖଣ୍ଡଗୁଡ଼ିକର ବିଶ୍ଳେଷଣ କରି ସିମୁଶୀର ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ ଦ୍ୱାରା ବୈଶ୍ୱିକ ଜଳବାୟୁ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି। ଏହି ଅଧ୍ୟୟନରେ ଉଚ୍ଚ ସାମୟିକ ରିଜୋଲ୍ୟୁଶନରେ ବରଫ ଖଣ୍ଡଗୁଡ଼ିକର ରସାୟନ ବିଜ୍ଞାନକୁ ବିଶ୍ଳେଷଣ କରାଯାଇଲା। ୧୮୩୧ର ବସନ୍ତ ଓ ଗ୍ରୀଷ୍ଣଋତୁରେ ଆଗ୍ନେୟଗିରି ଉଦ୍‌ଗିରଣ ହୋଇଥିବା ନେଇ ଉକ୍ତ ପରୀକ୍ଷଣରୁ ସେମାନେ ଅନୁମାନ କରିଛନ୍ତି। ଏହି ଉଦ୍‌ଗିରଣ ଅତ୍ୟଧିକ ବିସ୍ଫୋରକ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri