ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ

କଥାରେ ଅଛି ଯେଉଁ ସମ୍ପର୍କରେ ମାନ ଅଭିମାନ ନାହିଁ ସେଠି ଜୀବନର ଆନନ୍ଦ ନାହିଁ । ବିଶେଷ କରି ସ୍ବାମୀସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ଝଗଡ଼ା ଏବଂ ରାଗରୁଷା ପରବର୍ତ୍ତୀ ସମୟରେ ପରସ୍ପରକୁ ବୁଝାଇବାରେ ଭଲପାଇବା ବଢ଼ାଇଥାଏ। କିନ୍ତୁ ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ସାମାନ୍ୟ ଝଗଡ଼ା ବି ମନାନ୍ତର ଏବଂ କେବେ କେବେ ବିବାହ ବିଚ୍ଛେଦର କାରଣ ସାଜୁଥିବା ଦେଖିବାକୁ ମଳୁଛି । ହେଲେ କେତେକ ଦିଗ ପ୍ରତି ଯତ୍ନଶୀଳ ହୋଇପାରିଲେ ବିବାହ ଭଳି ଏକ ନିବିଡ଼ ସମ୍ପର୍କ ଅତୁଟ ହୋଇ ରହିପାରିବ…

ହେବାକୁ ପଡ଼ିବ ନିଃସ୍ବାର୍ଥପର: ବୈବାହିକ ସମ୍ପର୍କକୁ ଅତୁଟ ରଖିବା ଲାଗି ନିଃସ୍ବାର୍ଥପର ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯେଉଁମାନେ କୌଣସି ସ୍ବାର୍ଥ ରଖି ବିବାହ କରିଥାନ୍ତି, ସେମାନେ ନିଜର ସ୍ବାର୍ଥ ପୂରଣ ପରେ ଜୀବନସାଥୀ ଅଲୋଡ଼ା ଭାବନ୍ତି। ଯାହାକି ଅନ୍ୟକୁ ଗଭୀର ମାନସିକ ଆଘାତ ଦେଇଥାଏ, ଆଉ ତାହାହିଁ ବିବାହ ବିଚ୍ଛେଦର ସବୁଠୁ ବଡ଼ କାରଣ ସାଜିଥାଏ।
ଆବଶ୍ୟକ ଦୃଢ଼ ବିଶ୍ୱାସ: ଜୀବନସାଥୀଙ୍କ ମଧ୍ୟରେ ବିବାହ ବିଚ୍ଛେଦର ସବୁଠୁ ବଡ଼ କାରଣ ହେଉଛି ଅବିଶ୍ୱାସ। କୌଣସି କାର୍ଯ୍ୟ ଦ୍ୱାରା ଯଦି ଜଣଙ୍କର ବିଶ୍ୱାସ ଥରେ ଭାଙ୍ଗିଯାଏ ତାହା ପୁନର୍ବାର ସୃଷ୍ଟିହେବା ଖୁବ୍‌ କଷ୍ଟ। ତେଣୁ ବିଶ୍ୱାସରେ ବିଷ ଦେବା ଭଳି କୌଣସି କାର୍ଯ୍ୟ କରିବା ଆଦୌ ଉଚିତ୍‌ ନୁହେଁ। ପରସ୍ପର ପ୍ରତି ବିଶ୍ୱାସ ରଖିବା ହିଁ ଏକ ସୁଖୀ ଦାମ୍ପତ୍ୟ ଜୀବନର ସବୁଠୁ ବଡ଼ ମନ୍ତ୍ର।
ସନ୍ଦେହ ବି ହୋଇପାରେ କ୍ଷତିକାରକ: ସନ୍ଦେହ ଏମିତି ଏକ ନକାରାତ୍ମକ ଚିନ୍ତା ଯାହା ଏକ ନିବିଡ଼ ସମ୍ପର୍କକୁ କ୍ଷଣକରେ ଭାଙ୍ଗି ଦେଇପାରେ। ତେଣୁ ବୈବାହିକ ସମ୍ପର୍କକୁ ଅତୁଟ ରଖିବାକୁ ହେଲେ ସନ୍ଦେହକୁ ମନରେ ଆଦୌ ସ୍ଥାନ ଦେବା ଠିକ୍‌ ନୁହେଁ। ଅନେକେ ଏମିତି ଅଛନ୍ତି ଯେଉଁମାନେ ଅନ୍ୟର ଶୁଣା କଥାରେ ନିଜ ଜୀବନସାଥୀଙ୍କୁ ସନ୍ଦେହ କରନ୍ତି, ସେ କାହା ସହ ଖୁସିରେ କଥା ହେଲେ ବିରକ୍ତ ହୁଅନ୍ତି, ଏମିତିକି ତାଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲରେ ମେସେଜ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଆଦି ଚେକ୍‌ କରିବାକୁ ପଛାନ୍ତି ନାହିଁ। ହେଲେ ଏହାଦ୍ୱାରା ମନାନ୍ତର ହୋଇ ଧୀରେ ଧୀରେ ବିଚ୍ଛେଦର କାରଣ ସାଜିପାରେ। ତେଣୁ ମନରେ ସନ୍ଦେହକୁ ସ୍ଥାନ ଦିଅନ୍ତୁ ନାହିଁ ବରଂ ଆବଶ୍ୟକ ସ୍ଥଳେ ପରସ୍ପର ସହ କଥା ହୋଇ ସନ୍ଦେହ ଦୂର କରନ୍ତୁ।
ଠିକ୍‌ ନୁହେଁ କମ୍ୟୁନିକେଶନ ଗ୍ୟାପ୍‌: ଦମ୍ପତିଙ୍କ ମଧ୍ୟରେ କେବେ କେବେ ଝଗଡ଼ା, ରାଗ ରୁଷା ହୁଏ। ଆଉ ଏଥିପାଇଁ କିଛି ସମୟ ରାଗରେ କଥାବାର୍ତ୍ତା ବି ବନ୍ଦ ହୁଏ। ହେଲେ ଏହାର ଅର୍ଥ ନୁହେଁ ରାଗ ଅବା ସନ୍ଦେହରେ ମନ ଭିତରେ ଦୁଃଖକୁ ଚାପିରଖି ଦୀର୍ଘ ସମୟ ଚୁପ୍‌ ରହିବା। କାରଣ ଏହା ଦ୍ୱାରା ଧୀରେ ଧୀରେ କମ୍ୟୁନିକେଶନ ଗ୍ୟାପ୍‌ ବଢ଼ିଥାଏ, ଯାହାକି ଶେଷରେ ମନାନ୍ତର ଏବଂ ବିଚ୍ଛେଦର ରୂପ ନେଇଥାଏ। ତେଣୁ ବୁଝାମଣା ଅଭାବରୁ ଗ୍ୟାପ୍‌ ଯେପରି ନ ବଢ଼ିଯାଏ ସେଥିପାଇଁ ଚୁପ୍‌ ନ ରହି କିମ୍ବା ନ ରାଗି ପରସ୍ପର ମଧ୍ୟରେ କଥା ହୋଇ ଏହାର ସମାଧାନ କରିବାକୁ ଚେଷ୍ଟା କଲେ ବୈବାହିକ ସମ୍ପର୍କ ଅତୁଟ ହୋଇଥାଏ।
ସଚ୍ଚୋଟ ହେବା ଦରକାର: ଜୀବନସାଥୀ ପରସ୍ପରକୁ କୌଣସି କଥା ଲୁଚାଇବା ଠିକ୍‌ ନୁହେଁ। କାରଣ ଲୁଚାଇଲେ ଅବିଶ୍ୱାସ ଏବଂ ସନ୍ଦେହ ଜନ୍ମନିଏ, ଯାହାକି ସମ୍ପର୍କକୁ କ୍ଷତି ପହଞ୍ଚାଏ। ତେଣୁ ନିଜ ଲାଇଫ୍‌ ପାର୍ଟନରଙ୍କ ଆଗରେ ସବୁବେଳେ ସଚ୍ଚୋଟ ହୋଇ ହୃଦୟ ଖୋଲା ରଖି ସତ କହିଲେ ହିଁ ସମ୍ପର୍କ ମଧୁର ଏବଂ ଅତୁଟ ରହିଥାଏ।
ତୁଳନା ଠିକ୍‌ ନୁହେଁ: ଅନେକ ଦମ୍ପତ୍ତି ଅଛନ୍ତି, ଯେଉଁମାନେ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରିଥାନ୍ତି। ହେଲେ ଏହା ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ ସେକଥା ଭୁଲିଯାଆନ୍ତି। ଫଳରେ ସମ୍ପର୍କ ଖରାପ ହୋଇଥାଏ। ତେଣୁ ତୁଳନା ଛାଡ଼ି ନିଜ ପାର୍ଟନର ଯେମିତି ତାଙ୍କୁ ସେହିଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କଲେ ସମ୍ପର୍କ ମଜ୍‌ଭୁତ ହୋଇଥାଏ।
ବାକ୍‌ ସଂଯମତା ସବୁଠୁ ଗୁରୁତ୍ୱପୂର୍ଣ୍ଣ: ଦାମ୍ପତ୍ୟ ଜୀବନ ସୁଖମୟ ରଖିବା ଓ ନିଜ ସମ୍ପର୍କ ଅତୁଟ ରଖିବା ଲାଗି ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ବିଶ୍ୱାସ ରହିବା ଦରକାର। ହେଲେ କେବେ କେବେ ବିଭିନ୍ନ କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥାଏ। ଆଉ ରାଗରେ ପାଟିରୁ ଏମିତି କିଛି ଭୁଲ୍‌ କଥା ବାହାରିଆସେ ଯାହାକି ପରବର୍ତ୍ତୀ ସମୟରେ ସମ୍ପର୍କ ଖରାପ କରିଥାଏ। ତେଣୁ ଯେବେ ମନରେ ରାଗ ଥିବ ସେତେବେଳେ ‘ତୁମ ସହ ବିବାହ କରି ଭୁଲ୍‌ କରିଦେଲି, ମୁଁ ତୁମକୁ ଭଲ ପାଏ ନାହିଁ, ଘୃଣା କରେ, ‘କାସ୍‌, ତୁମକୁ ନ ବାହା ହୋଇ ଆଉ କାହାକୁ ବାହା ହୋଇଥାନ୍ତି, ଖୁସିରେ ରହିଥାନ୍ତି’ ଆଦି ଭଳି କଟୁ କଥା ଆଦୌ କୁହନ୍ତୁ ନାହିଁ। କାରଣ ଏହା ଜୀବନସାଥୀଙ୍କ ମନକୁ ଏହି କଥା ବାରମ୍ବାର ଆଘାତ ପହଞ୍ଚାଇଥାଏ, ଯାହାଦ୍ୱାରା ସମ୍ପର୍କର ଦୃଢ଼ତା ଧୀରେ ଧୀରେ କମିଯାଏ।
ପରସ୍ପର ପ୍ରତି ସମ୍ମାନ ରହିବା ଦରକାର: ପରସ୍ପର ପ୍ରତି ସମ୍ମାନ ହେଉଛି ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର। ଦାମ୍ପତ୍ୟ ଜୀବନରେ ଜଣେ ଜଣଙ୍କୁ ଅସମ୍ମାନ କରିବା ବା ନୀଚା ଦେଖାଇବା ଦ୍ୱାରା ମାନସିକ ସ୍ତରରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। କେବେ କେବେ ଏହାଦ୍ୱାରା ଆତ୍ମସମ୍ମାନ ହାନି ହେବା ଯୋଗୁ ବିବାହ ବିଚ୍ଛେଦର କାରଣ ସାଜିଥାଏ। ତେଣୁ ନିଜ ସମ୍ପର୍କକୁ ଦୃଢ଼ କରିବାକୁ ଚାହୁଁଥିଲେ ସବୁବେଳେ ଜୀବନସାଥୀଙ୍କୁ ସମ୍ମାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri