ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗକ୍ରମେ ଭିଜିଲାନ୍ସ ଏହାର ତଦନ୍ତ କରି ଗତ ଡିସେମ୍ବର ୩୧ରେ ଭୁବନେଶ୍ୱର ଦୁର୍ନୀତି ନିବାରଣ ଡିଭିଜନରେ ୭ଜଣଙ୍କ ନାଁରେ ମାମଲା(ନଂ.୩୦/୨୪) ରୁଜୁ କରିଛି। ଉକ୍ତ ବ୍ଲକରେ କାର୍ଯ୍ୟରତ ଏପିଓ, କନିଷ୍ଠଯନ୍ତ୍ରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିଆରଏସ୍‌ଙ୍କ ସମେତ କାର୍ଯ୍ୟ କରୁଥିବା ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଖୋର୍ଦ୍ଧା ଭିଜିଲାନ୍ସ ଡିଏସ୍‌ପି ବ୍ରଜକିଶୋର ସାହୁ କହିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଦୁଇଥର ବେଗୁନିଆ ଏବଂ ଖୋର୍ଦ୍ଧାରେ ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଅଭିଯୋଗ କରିଥିବା ବେଳେ ନୂତନଭାବେ ଯୋଗଦେଇଥିବା ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ତେବେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ବିଭାଗୀୟ ତଦନ୍ତ କରାଯାଇନାହିଁ। ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୋଟିଏ ରାସ୍ତାରେ ୨ବର୍ଷରେ ଦୁଇଟି ବିଲ୍‌ କରାଯାଇଛି। ମିଥ୍ୟା ବିଲ୍‌ ଦେଇ ୮ଲକ୍ଷ ଟଙ୍କା ଠକି ନେଇଗଲେ। ଏହି ଘଟଣା କେତେଜଣ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏନେଇ ବ୍ଲକଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ବିଫଳ ହେବା ପରେ ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ମୁତାବକ, ଏହି ଗ୍ରାମ ଶ୍ମଶାନକୁ ଯିବା ପାଇଁ ରାସ୍ତା ନ ଥିଲା। ବାରମ୍ବାର ଦାବି ପରେ ୨୦୨୨-୨୩ରେ ପ୍ରଥମେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ସବିଶେଷ ତଥ୍ୟ ସୂଚନାଫଳକରେ ଉଲ୍ଲେଖ ରହିଥିଲା। ପରବର୍ତ୍ତୀ ସମୟରେ ଏହି ରାସ୍ତାର ପୁର୍ନବାର ଉନ୍ନତ୍ତୀକରଣ ପାଇଁ ପୁନଃ ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ପୁରୁଣା ଫଳକରେ କେବଳ ନୂଆ କାମର କୋଡ ନମ୍ବର ପରିବର୍ତ୍ତନ କରି କୌଣସି କାମ ନ କରି ଟଙ୍କା ଉଠାଇନେଲେ। ଏହି ହରିଲୁଟ ପଛରେ ବ୍ଲକ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀଙ୍କ ହାତ ରହିଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏହାର ଖୋଲତାଡ଼ ଆରମ୍ଭ ପରେ ଏହାର ଫଳକକୁ ଭାଙ୍ଗି ଦେଇଥିଲେ। ରାସ୍ତା ନିର୍ମାଣରେ ଅର୍ଥ ହରିଲୁଟ ସମ୍ପର୍କରେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri