କୋରମ ଅଭାବ: ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଦିଗପହଣ୍ଡି/ପାଟପୁର,୩ା୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ଦୀର୍ଘଦିନ ଧରି ଲାଗି ରହିଥିବା ରାଜନୈତିକ ଛକାପଞ୍ଝାର ଅବସାନ ଘଟିଛି । ଗୁରୁବାର ଆବଶ୍ୟକ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଅନୁପସ୍ଥିତ ତଥା କୋରମ ଅଭାବରୁ ଭୋଟିଂ ପ୍ରକିୟା ବାଧାପ୍ରାପ୍ତ ହୋଇଥିବା ବେଳେ କାଟ୍‌ ଖାଇଛି ଅନାସ୍ଥା ପ୍ରସ୍ତାବ। ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ କାର୍ଯ୍ୟାଳୟରେ ସାନଖେମୁଣ୍ଡି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଭୋଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ଆଶଙ୍କାରେ ଦିଗପହଣ୍ଡି ପୋଲିସ ପକ୍ଷରୁ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗତ ୨୦୨୪ ଅକ୍ଟୋବର ୧୮ରେ ସରପଞ୍ଚଙ୍କ ଖାମଖିଆଲି ମନୋଭାବ ଏବଂ ସରକାରଙ୍କ ବିକାଶ ଯୋଜନାକୁ ନିର୍ବାଚିତ ପ୍ରତିନିଧିଙ୍କୁ ଅବଗତ କରାଯାଉ ନ ଥିବା ନେଇ ପଞ୍ଚାୟତର ୧୮ ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ୧୫ଜଣ ବ୍ରହ୍ମପୁର ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ଏହାର କିଛିଦିନ ପରେ ୭ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌କୁ ବିରୋଧ କରି ଏକ ନାଟକୀୟ ଘଟଣାକ୍ରମେ ସରପଞ୍ଚଙ୍କ ସପକ୍ଷରେ ଯାଇ ବ୍ରହ୍ମପୁର ଉପଜିଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କୁ ବଦନାମ କରିବା ପାଇଁ ନାଏବ ସରପଞ୍ଚ ବିଟୁ ଗୌଡ଼ ସମସ୍ତଙ୍କୁ ମିଛ କହି ସ୍ବାକ୍ଷର ନେଇଥିଲେ ବୋଲି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏନେଇ ସେମାନେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ମଧ୍ୟ କରିଥିଲେ। କିନ୍ତୁ ଜିଲା ପ୍ରଶାସନ ସରପଞ୍ଚଙ୍କ ବିରୋଧରେ ପୂର୍ବରୁ ଦିଆଯାଇଥିବା ଅନାସ୍ଥା ନୋଟିସ୍‌କୁ ଭିତ୍ତିକରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଂ ପାଇଁ ଗୁରୁବାର ସମୟ ଧାର୍ଯ୍ୟ କରିଥିଲେ। ତେବେ ଭୋଟିଂ ସମୟରେ ସମୁଦାୟ ୧୮ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ମାତ୍ର ୧୨ ଜଣ ଉପସ୍ଥିତ ଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭୋଟିଂ ବକ୍ସ ସିଲ୍‌ କରାଯାଇ ଫଳାଫଳ ଘୋଷଣା କରାଯାଇ ନ ଥିବା ଦାୟିତ୍ୱରେ ରହିଥିବା ନିର୍ବାଚନ ପରିଚାଳନା ଅଧିକାରୀ ତଥା ତହସିଲଦାର ସୂଚନା ଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ପଞ୍ଚାୟତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ଏହା କେଉଁ ମୋଡ଼ ନେବ ସେ ନେଇ ସାଧାରଣରେ ନାନା ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri