କମିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧: ବର୍ଷ ଆରମ୍ଭରୁ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଖୁସି ଖବର ମିଳିଛି। କମର୍ସିଆଲ ଗ୍ୟାସ୍‌ (୧୯କେ.ଜି) ଦରରେ ୧୬ ଟଙ୍କା ହ୍ରାସ ହୋଇଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.)ର ଦର ପୂର୍ବପରି ସ୍ଥିର ରହିଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍‌ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ମାସର ନୂତନ ଦରସୂଚୀ (ନୂଆ ଦର) ବୁଧବାରଠାରୁ ଲାଗୁ କରାଯାଇଛି। ଏପରିକି ନୂତନ ଦର ସୂଚୀ ଅନୁଯାୟୀ ଭୁବନେଶ୍ୱର ସହରରେ କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୬ ଟଙ୍କା କମି ୧୯୫୦.୫୦ ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଡିସେମ୍ବର) କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୯୬୬.୫୦ ଟଙ୍କା ଥିଲାବେଳେ ଘରୋଇ ଗ୍ୟାସ୍‌ (୧୪.୨ କେ.ଜି) ଦର ପୂର୍ବ ପରି ୮୨୯ ଟଙ୍କାରେ କାରବାର ହେଉଛି।
ସେହିଭଳି ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ (୧୯କେ.ଜି.) ଦର ୧୪.୫୦ ଟଙ୍କା ହ୍ରାସ ପାଇ ୧୮୦୪ ଟଙ୍କା ହୋଇଥିଲାବେଳେ ଘରୋଇ ଗ୍ୟାସ୍‌ (୧୪.୨କିଗ୍ରା) ଦର ୮୦୩ ଟଙ୍କାରେ ରହିଛି।
ଅପରପକ୍ଷରେ କୋଲାକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ଦେଶର ପ୍ରମୁଖ ମହାନଗର ଅଞ୍ଚଳରେ କମର୍ସିଆଲ ଗ୍ୟାସ୍‌ (୧୯କେଜି) ଦର ଯଥାକ୍ରମେ ୧୯୧୧ ଟଙ୍କା, ୧୭୫୬ ଟଙ୍କା ଏବଂ ୧୯୬୬ ଟଙ୍କାରେ କାରାବାର ହେଉଥିଲାବେଳେ ଉପରୋକ୍ତ ମହାନଗରଗୁଡିକରେ ଘରୋଇ ଗ୍ୟାସ୍‌ ଦର ଯଥାକ୍ରମେ ୮୨୯ ଟଙ୍କା, ୮୧୮.୫୦ ଟଙ୍କା ଏବଂ ୮୦୨.୫୦ ଟଙ୍କାରେ ବିକ୍ରି ହେଉଛି।
ସେହିପରି ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ନୂଆଦିଲ୍ଲୀରେ ପ୍ରାୟ ୧୪୦୧ ହ୍ରାସ ଘଟି ୯୦,୪୫୫.୪୭ ଟଙ୍କା ଥିଲାବେଳେ କୋଲାକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ମହାନଗରରେ ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ଯଥାକ୍ରମେ ୯୩,୭୫୨.୩୫ ଟଙ୍କା, ୮୪,୬୬୧.୦୨ଟଙ୍କା ଏବଂ ୯୩,୫୫୭.୧୦ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri