ଆଜିଠୁ ଅଚଳ ହେବ ୩ ବର୍ଗର ବ୍ୟାଙ୍କ ଆକାଉଣ୍ଟ: ଆର୍‌ବିଆଇ

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କିଙ୍ଗ ସେକ୍ଟରରେ ଠକେଇ ରୋକିବା, ସ୍ବଚ୍ଛତା ରକ୍ଷା କରିବା ଓ ଡିଜିଟାଲାଇଜେଶନକୁ ପ୍ରୋତ୍ସାହିତ କରିବା ପାଇଁ ଆର୍‌ବିଆଇ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ନିଷ୍କ୍ରିୟ ଆକାଉଣ୍ଟ, ଜିରୋ ବାଲାନ୍ସ ଆକାଉଣ୍ଟ ଓ ଡରମେଟ୍‌ ଆକାଉଣ୍ଟ ଆଦି ୩ ପ୍ରକାରର ଆକାଉଣ୍ଟ ଏଥିରେ ରହିଛି। ଯଦି କୌଣସି ଆକାଉଣ୍ଟରେ ୧ବର୍ଷ ବା ୧୨ ମାସରୁ ଅଧିକ ଦିନ ଧରି କୌଣସି ଆର୍ଥିକ କାରବାର ହୋଇନାହିଁ ତେବେ ଏହି ଆକାଉଣ୍ଟକୁ ଇନ୍‌ଆକ୍ଟିଭ୍‌ ବା ନିଷ୍କ୍ରିୟ ବର୍ଗରେ ଗଣତି କରାଯିବା ସହ ଉକ୍ତ ଆକାଉଣ୍ଟକୁ ଅଚଳ କରିଦିଆଯିବ। ତେବେ ଆବଶ୍ୟକସ୍ଥଳେ ବ୍ୟାଙ୍କ ସହ ଯୋଗାଯୋଗ କରି ଉପଭୋକ୍ତା ତାଙ୍କ ଆକାଉଣ୍ଟଙ୍କୁ ପୁନଃ ସକ୍ରିୟ କରିପାରିବେ।
ସେହିପରି ଦୀର୍ଘ ଦିନ ଧରି ଜିରୋ ବାଲାନ୍ସ ବା ଶୂନ୍ୟ ଅର୍ଥ ଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ପହିଲାରୁ ଅଚଳ କରାଯିବ। ଏହି ଆକାଉଣ୍ଟକୁ କୌଣସି ଦୁରୁପଯୋଗରୁ ରକ୍ଷା କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ଦ୍ୱାରା ବ୍ୟାଙ୍କ କାରବାର ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ସେହିପରି ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା ଆକାଉଣ୍ଟକୁ ନିକଟସ୍ଥ ବ୍ୟାଙ୍କ ଶାଖାରେ କଓ୍ବୋଇସି କରାଇବା ପାଇଁ ଆକାଉଣ୍ଟଧାରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୨ବର୍ଷରୁ ଅଧିକ ସମୟ ଧରି କୌଣସି ଆର୍ଥିକ କାରବାର ହୋଇ ନ ଥିବା ଆକାଉଣ୍ଟ ଅର୍ଥାତ୍‌ ଡରମାଣ୍ଟ ଆକାଉଣ୍ଟକୁ ମଧ୍ୟ ଅଚଳ କରିଦିଆଯିବ। ଏହି ଆକାଉଣ୍ଟଗୁଡ଼ିକ ସାଇବର ଅପରାଧୀଙ୍କ ଟାର୍ଗେଟରେ ରହୁଥିବାବେଳେ ଏପରି ଆକାଉଣ୍ଟ ହ୍ୟାକ୍‌ କରି ପରବର୍ତ୍ତୀ ସମୟରେ ଆର୍ଥିକ ଠକେଇ କରିଥାନ୍ତିି। ତେଣୁ ଏପରି ଅପରାଧ ଏଡାଇବାକୁ ଆରବିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri