ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର

ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ ପରିବାର ମ୍ୟାନେଜିଂ ଡିରେକ୍ଟର ରାଜେଶ ଯାଦବଙ୍କ ପୁଅ ରିକିନଙ୍କ ବିବାହରେ ଯୋଗ ଦେଇଥିଲେ, ଯିଏକି ଦୀର୍ଘ ଦିନ ଧରି ବଚ୍ଚନ ପରିବାର ସହ ଜଡିତ ଥିଲେ। ଏହି ବିବାହରେ ଐଶ୍ୱର୍ଯ୍ୟା ରାୟଙ୍କୁ ଆଉ ଥରେ ଦେଖିବାକୁ ମିଳି ନଥିଲା, ଯେଉଁଥିପାଇଁ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଠିଛି।
ଏହି ବିବାହରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ବଚ୍ଚନ ଉପସ୍ଥିତ ଥିଲେ। ପାରମ୍ପାରିକ ଲୁକରେ ପୁରା ପରିବାରକୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଅମିତାଭ ବଚ୍ଚନଙ୍କୁ କଳା ରଙ୍ଗର ଇଣ୍ଡୋ-ୱେଷ୍ଟର୍ଣ୍ଣରେ ଦେଖିବାକୁ ମିଳିଥିବାବେଳେ ଅଭିଷେକ ବଚ୍ଚନ ବିବାହ କାର୍ଯ୍ୟରେ ଗୋଲାପୀ କୁର୍ତ୍ତାରେ ଷ୍ଟାଇଲିସ ଦେଖାଯାଉଥିଲେ।
ଜୟା ବଚ୍ଚନଙ୍କ ବିଷୟରେ କହିଲେ ସେ ପାରମ୍ପାରିକ ହ୍ୟାଣ୍ଡ ଏମ୍ବ୍ରୋଡୋରୀ ସହିତ ଏକ ଡୁଆଲ ଶେଡ ରେଶମ ଶାଢୀ ପିନ୍ଧିଥିଲେ । ଏହି ଶାଢୀକୁ କଲର କଣ୍ଟ୍ରାଷ୍ଟ ଟଚ୍‌ ଦିଆଯାଇଥିଲା। ଏହା ସହିତ ସେ ପୋଲକିରେ ତିଆରି ହାର ପିନ୍ଧିଥିଲେ, ଯେଉଁଥିରେ ସେ ହାତରେ ଏକ ପୋଟଲି ବ୍ୟାଗ ଧରିଥିଲେ।
ଶ୍ୱେତା ବଚ୍ଚନଙ୍କୁ ରାୟାଲ ବ୍ଲୁ ରଙ୍ଗର ଥ୍ରୀପିସ୍‌ ସେଟରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଆଣ୍ଠୁ ଲମ୍ବାର କୁର୍ତ୍ତା ସହିତ ଘାଗ୍ରା ଏବଂ ଦୁପଟ୍ଟା ମେଳ ଖାଉଥିଲା। ଶ୍ୱେତାଙ୍କ କୁର୍ତ୍ତା ହାଲୁକା କାମ ସହିତ ଥିଲା, ଯାହାର ବେସକୁ ସିଲଭର ଗୋଟା-ପଟିରେ ସଜାଯାଇଥିଲା । ଯେତେବେଳେ ଦୁପାଟ୍ଟା ଏକଦମ ନର୍ମାଲ ଥିଲା, ଏଥିରେ ଲାଗିଥିବା ଘାଗ୍ରା ପ୍ଳିଟ କାମ ସହିତ ଥିଲା। ଏହା ସହିତ କେଶକୁ ହାଫ ଡୁରେ ବାନ୍ଧି ଦିଆଯାଇଥିଲା। ସୂଚନାଯୋଗ୍ୟ, ନିକଟରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଆରାଧ୍ୟା ବଚ୍ଚନଙ୍କ ସ୍କୁଲ କାର୍ଯ୍ୟରେ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିଜ ଝିଅକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri