ମନ୍ଥରଗତିରେ ଚାଲିଛି ଅଞ୍ଚଳର ବିକାଶ କାର୍ଯ୍ୟ, ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସମିତିର ନବମ ଅଧିବେଶନ ବୈଠକ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୈଠକ ଆରମ୍ଭ ପୂର୍ବରୁ ବୈଠକ ସମ୍ପର୍କରେ ବିଡିଓ ପ୍ରୀତିରଞ୍ଜନ ରଥ କହିଥିଲେ। ଏହି ଅଧିବେଶନରେ ଯୋଗଦେଇଥିବା ବିଭିନ୍ନ ପଞ୍ଚାୟତର ସମିତି ସଦସ୍ୟାସଦସ୍ୟ, ସରପଞ୍ଚମାନଙ୍କୁ ବିଡିଓ ରଥ ଅଙ୍ଗବସ୍ତ୍ର ଓ ଡାଏରୀ ପ୍ରଦାନ କରି ସ୍ବାଗତ କରିଥିଲେ। ସେହିପରି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ନିର୍ବାଚନ ପୂର୍ବରୁ ଓ ପରେ ବ୍ଲକ ଅଞ୍ଚଳରେ ବିକାଶ କାର୍ଯ୍ୟ ମନ୍ଥରଗତିରେ ଚାଲିଛି। ଆମେ ବିଭିନ୍ନ ଦଳ, ଜାତି ଧର୍ମ ଓ ସମସ୍ତ ଲୋକପ୍ରତିନିଧିଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ିର ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ଜାନୁଆରୀରେ ହେବାକୁ ଥିବା ଶୀତ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସହ ଧୂମଧାମ୍‌ରେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଏମ୍‌ପିଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପିଟର ଦିଗାଲ, ୧୦ ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ୧୧ ନଂ ଜୋନର ଜିଲାପରିଷଦ ସଦସ୍ୟା ଦୀପିକା ମାଝୀ ପ୍ରମୁଖ ମଞ୍ଚାସୀନ ରହି ଦାରିଙ୍ଗବାଡ଼ିର ବିକାଶ ପାଇଁ ଆଲୋଚନା କରିଥିଲେ। ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ପୂର୍ବ ଅଧିବେଶନର ବିବରଣୀ ପଠନ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ ବୈଠକରେ କହିଥିଲେ ଯେ, ଯକ୍ଷ୍ମା ରୋଗ ପୁଣି ବୃଦ୍ଧି ପାଇବା ସହ ମ୍ୟାଲେରିଆ, ଫେକେରିଆ ଭଳି ଜ୍ୱର ହେଉଛି। ଏଥିପାଇଁ ସରକାର ଔଷଧୀୟ ମଶାରି ବଣ୍ଟନ କରାଯାଉଛି। ସିମନବାଡ଼ି ସମେତ ଆଉ କିଛି ପଞ୍ଚାୟତରେ ବଣ୍ଟନ ହୋଇପାରି ନ ଥିବା କୁହାଯାଇଛି।

ଏବିଇଓ ଗୋକୁଳାନନ୍ଦ ନାୟକ ବ୍ଲକ ଅଞ୍ଚଳରେ ସରକାରଙ୍କ ଶିକ୍ଷା ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ। ପୋଷାକ ବଣ୍ଟନ ହୋଇପାରିନି ଜିଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ପୋଷାକ ବଣ୍ଟନ ଦାୟିତ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ନେଇଛନ୍ତି ଅନେକ ସ୍ଥାନରେ ବଣ୍ଟନ ହୋଇନି କି ଯେଉଁଠି ବଣ୍ଟନ ହୋଇଛି। ନିମ୍ନମାନର ପୋଷାକ ବଣ୍ଟନ ନେଇ ସେ ପ୍ରକାଶ କରିଥିଲେ। ଏଥିରେ ବିଡିଓ ରଥ ଉଦ୍‌ବେଗ ପ୍ରକାଶ କରି ଏବିଇଓଙ୍କୁ କହିଥିଲେ ଯେ, ପୋଷାକ ବଣ୍ଟନର ଅଧ୍ୟକ୍ଷ ବିଡିଓ ରହିଥିଲେ ସୁଦ୍ଧା ବିଇଓ କାର୍ଯ୍ୟାଳୟ ପକ୍ଷରୁ କେବେ କହୁ ନ ଥିବା ଉଦ୍‌ବେଗ ପ୍ରକାଶ କରିଥିଲେ। ବିଇଓ କିମ୍ବା ଏବିଇଓମାନେ କେବେ ମଧ୍ୟ କୌଣସି ବିଦ୍ୟାଳୟ ପରିଦର୍ଶନ କରୁ ନ ଥିବା ବେଳେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷୟିତ୍ରୀଶିକ୍ଷକ ଗୋଟିଏ ସ୍କୁଲରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବଦଳି କାହିଁକି ହୋଇପାରୁନି ବୋଲି ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ତାଜୁଙ୍ଗିଆ ସମିତିସଭ୍ୟ ଅକ୍ଷୟ ନାୟକ ପ୍ରମୁଖ ଅଭିଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟର ଅଧିକାରୀମାନେ କେବଳ ତୋଷରପାତ ପ୍ରତି ଗୁରୁତ୍ୱ ଦେଉଥିବା ଅଭିଯୋଗ ହେବା ସହ ବୈଠକରେ ହଟ୍ଟଗୋଳ ହୋଇଥିଲା। ପରେ ସମନ୍ବିତ ଶିଶୁ ଓ ମହିଳା ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡା ନିଜ ଅଭିଭାଷଣରେ ସୁଭଦ୍ରା ଯୋଜନାରେ ମାର୍ଚ୍ଚ ୮ରେ ତୃତୀୟ କିସ୍ତି ପ୍ରଦାନ କରାଯିବ। ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ବାଦ ପଡ଼ିଛନ୍ତି। ସେମାନଙ୍କ ଇ-କଓ୍ବୋଇସି ଓ ସର୍ଭେ ପରେ ମିଳିବା ସମ୍ଭାବନା ରହିଥିବା କହିଥିଲେ। ବ୍ଲକ ସହକାରୀ କୃଷି ଅଧିକାରୀ ଅସଲେଶା ରଥ ନିଜ ବିଭାଗରେ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇବା ସହ କୃଷି ଓ କୃଷକମାନଙ୍କ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ସମିତିସଭ୍ୟ ଶ୍ୟାମଘନ ପ୍ରଧାନ ଅଭିଯୋଗ କରିଥିଲେ। ଏବେ ଅଞ୍ଚଳରେ ମକା ଚାଷ ପ୍ରବଳ ଭାବେ ହେଉଛି ଚାଷୀ ଫର୍ଟିଲାଇଜର ବ୍ୟବହାର କରି ଜମି ନଷ୍ଟ ହେଉଛି ତେଣୁ ମାଟି ପରୀକ୍ଷା କରି ତୁରନ୍ତ ଜଣାଇବାକୁ ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri