ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଥୁଆମୁଳ ରାମପୁର ଗ୍ରାମ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଅଟକଳ ୫ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ଗତ ୨୦୨୨/୨୩ ଆର୍ଥିକ ବର୍ଷରେ ଉକ୍ତ କାମ ଦର୍ଶାଇ ସରକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ, ଗାଁ ସାଥି, ଠିକା ସଂସ୍ଥା କର୍ମଚାରୀ ମିଶି ଆତ୍ମସାତ କରିଥିବା ଘଟଣା ଜଣାପଡିଛି। କାର୍ଯ୍ୟସ୍ଥଳରେ ଯେଉଁଭଳି ଏଲବିସିଡିର ପଥର ବନ୍ଧେଇ କାମ ହେବା କଥା ତାହା ହୋଇ ନାହିଁ l ଯାହାବି ହୋଇଛି ତାହା ସଂପୂର୍ଣ୍ଣ ଭୁଶୁଡ଼ି ଗଲାଣି ଏବଂ ପୁରୁଣା ପଥର ବ୍ୟବହାର ସହ କାମ ନିମ୍ନମାନର ହୋଇଛି l ଯେଉଁ ଉଦ୍ଦେଶ୍ୟରେ ଉକ୍ତ କାମ କରାଯାଇଛି ତାହା ସଂପୂର୍ଣ୍ଣ ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି।
ଠିକା ସଂସ୍ଥା କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି କାମର ମାତ୍ର ୩ ଲକ୍ଷ ଟଙ୍କା ଜବ୍‌ ଖାତା ହିତାଧିକାରୀ ବା କୁଲି ମଜୁରୀଙ୍କ ଆକାଉଣ୍ଟକୁ ସିଧା ଯାଇଛି। କିନ୍ତୁ ଯେଉଁମାନଙ୍କ ଖାତାକୁ ଟଙ୍କା ଯାଇଛି ଅଧାରୁ ଅଧିକ ସରକାରଙ୍କ ପକ୍ଷରୁ ପେନସନ ପାଉଥିବା ହିତାଧିକାରୀଙ୍କ ନାମ ଜବ ଡିମାଣ୍ଡ କରାଯାଇଛି l ତାହା ସଂପୂର୍ଣ୍ଣ ସରକାରୀ ନିୟମ ଉଲଘଂନ ହୋଇଛି l ଘଟଣାର ସଠିକ ତଦନ୍ତ କରାଯାଏ ତେବେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ଏବଂ ଏମିତି ଅନେକ ଦୁର୍ନୀତି ପର୍ଦ୍ଦାଫାଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍‌ ଧରିଛି l ଏନେଇ ଘଟଣା ଉପରେ ଅଧିକ ତଥ୍ୟ ଜାଣିବା ନେଇ ପଞ୍ଚାୟତ କର୍ମଚାରୀ ଓ ଉକ୍ତ ଗ୍ରାମର ମେଟଙ୍କ ସହିତ ସମ୍ବାଦିକ ଯୋଗଯୋଗ କରିଥିଲେ। ହେଲେ ମେଟ ସୁରେନ୍ଦ୍ର ନାଏକ ସମ୍ବାଦିକଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରି ଜନଗହଳି ସ୍ଥାନରେ ଦୁର୍ନୀତିକୁ ସମ୍ପର୍କରେ ଘଣ୍ଟ ଘୋଡେଇବା ଉଦ୍ଦେଶ୍ୟରେ ଗଣ୍ଡୋଗଲ କରି ଧମକ ଚମକ ଦେଇଥିବା ଜଣାପଡିଛି l ମେଟ ଜଣକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଥିବା କାରଣରୁ ସହଜରେ ଅନୁମାନ କରାଯାଏ ଯେ, ଏହି ମାନେ ଅଞ୍ଚଳର ବିକାଶ ପଥଭ୍ରଷ୍ଠ କରୁଥିବା ସ୍ପଷ୍ଟ ଗନ୍ଧ ବାହାରୁଛି। ସ୍ଥାନୀୟ କିଛି ଲୋକ ଅଞ୍ଚଳରେ ବିଭିନ୍ନ କାମର ଆଳ ଦେଖାଇ ସରକାରୀ ଅର୍ଥକୁ ହରିଲୁଟ କରୁଥିବା ଏବେ ଜଣାପଡୁଛି। ଯଦିବା ସେମାନେ ଅଞ୍ଚଳର ବିକାଶ ଚାହାନ୍ତି ତେବେ ଏଭଳି ନିମ୍ନମାନର କାର୍ଯ୍ୟ ଓ ବିନା କାମରେ ଅର୍ଥ ଉଠାଣ ଭଳି ସଙ୍ଗୀନ କାର୍ଯ୍ୟ କରନ୍ତେ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ପଞ୍ଚାୟତର ବିଭିନ୍ନ କାମରେ ସେମାନେ ହାତ କରି ଅର୍ଥ ଆଦାୟ କରାଯାଉଥିବା ଘଟଣାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ ଆମ ପାଖରେ ପୁରୁଣା ତଥ୍ୟ ନାହିଁ, ଯାହାବି କାମ ହୋଇଛି ପୂର୍ବ ଗ୍ରାମ ରୋଜଗାର ସେବକ ସବୁ ହେରଫେର କରିଛନ୍ତି ବୋଲି କହିବା ସହ ଗଣମାଧ୍ୟମକୁ ଏହି ଖବର ପ୍ରକାଶ ନ କହିଛନ୍ତି। ଯଦି ଆପଣମାନେ ଏମିତି ଖବର କରି ବସିବେ,ତେବେ ଆମେ ସମସ୍ତ ଅଧିକାରୀ ଫସିଯିବୁ ଆଉ ବହୁତ ହଇରାଣ ହେବୁ ବୋଲି କହିଛନ୍ତି l ଏଥିରୁ ସିଧା ଅନୁମାନ କରାଯାଉଛି, କେମିତି ଭାବରେ ସରକାରୀ ଟଙ୍କା ଲୁଟ ଚାଲିଛି। ଏଣୁ ଏହି ଘଟଣାକୁ ଜିଲା ବିଭାଗ କିମ୍ବା ଜିଲା ଭିଜିଲାନ୍ସ ଅଧିକାରୀ ସଠିକ ତଦନ୍ତ ନ କରନ୍ତି ତେବେ ଆଗାମୀ ଦିନରେ ଏହା ବ୍ୟାପକ ଭାବରେ ଘୋଟାଲା ବଢ଼ିଯିବାର ଆଶଙ୍କା କରାଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri