ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି। ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି, ଯାହା ଅତ୍ୟନ୍ତ ବୀଭତ୍ସ। କେଉଁଠି ଏକତରଫା ପ୍ରେମ ପାଇଁ ଯୁବତୀଙ୍କ ମୁହଁରେ ଏସିଡ୍‌ ପକାଗଲାଣି ତ ଅନ୍ୟ କେଉଁଠି ପ୍ରତିଶୋଧ ନେବା ପାଇଁ। ପ୍ରତିଦିନ ଏଭଳି ଘଟଣା ସମ୍ପର୍କରେ ଖବରକାଗଜରେ ପଢ଼ିବାକୁ ମିଳୁଛି। ଏସିଡ୍‌ ଆଟାକକୁ ନେଇ ଦେଶରେ କଡ଼ା ନିୟମ ରହିଛି। ହେଲେ ଏହି ନିୟମର ପ୍ରଭାବ କମ୍‌ ପଡ଼ୁଥିବା ବିଭିନ୍ନ ସମୀକ୍ଷାରୁ ଜଣାପଡ଼ୁଛି। ଦେଶରେ ପ୍ରତି ସମୟରେ ଏହି ଅପରାଧ ବଢ଼ିବାରେ ଲାଗିଛି। ଏକ ସର୍ଭେ ଅନୁସାରେ ୨୦୧୪ରେ ୨୦୩, ୨୦୧୫ରେ ୨୨୨, ୨୦୧୬ରେ ୨୩୮, ୨୦୧୭ରେ ୨୫୨, ୨୦୧୮ରେ ୨୨୮ଟି ଏସିଡ୍‌ ଆଟାକ୍‌ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ସେହିଭଳି ୨୦୧୯ରେ ପାଖାପାଖି ୨୪୯ ଓ ୨୦୨୦ରେ ୧୮୨ଟି ମାମଲା ରୁଜୁ ହୋଇଛି। ଏହି ତଥ୍ୟରୁ ଜଣାପଡ଼େ ଦେଶରେ ଏସିଡ୍‌ ଆଟାକର ମାମଲା କମିବା ବଦଳରେ ବଢ଼ି ଚାଲିିଛି। କୌଣସି ଆଇନ କିମ୍ବା ଦଣ୍ଡର ଡର ଏମାନଙ୍କୁ ଏଭଳି ଅପରାଧ କରିବାରୁ ରୋକିପାରୁନାହିଁ। ଏଭଳି ଅପରାଧ ଦେଶର ସବୁ ରାଜ୍ୟରେ ହେଉଥିବାବେଳେ ସବୁଠାରୁ ଅଧିକ ମାମଲା କୋଲକାତାରେ ଦେଖିବାକୁ ମିଳିଛି। ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, କୋଲକାତାରେ ପାଖାପାଖି ୩୦ଟି ଏସିଡ୍‌ ଆଟାକ ମାମଲା ସାମ୍ନାକୁ ଆସିଥିଲା। ସେହିଭଳି ଉତ୍ତରପ୍ରଦେଶରେ ୧୮ଟି ମାମଲା ସହ ଦ୍ୱିତୀୟରେ, ୮ଟି ମାମଲା ସହିତ ଦିଲ୍ଲୀ ତୃତୀୟରେ, ସାତୋଟି ମାମଲା ସହ ଆସାମ ଚତୁର୍ଥରେ ରହିଛି। ତେବେ ଏହି ସମସ୍ତ ମାମଲାକୁ ତର୍ଜମା କଲେ ଜଣାପଡ଼େ ଯେ, ଦେଶରେ ଏସିଡ୍‌ ଆଟାକ୍‌କୁ ନେଇ ଥିବା ନିୟମରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହାକୁ ଆହୁରି କଡ଼ାକଡ଼ି କରାଯିବା ଦରକାର।
ଏସିଡ୍‌ ଆଟାକ୍‌ ମାମଲା ବଢ଼ିବାରୁ ଦୀର୍ଘ ୯ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଏସିଡ୍‌ କିଣାବିକାକୁ ନେଇ କିଛିଟା ନିୟମ କରିଥିଲେ। ହେଲେ ବିଭିନ୍ନ ସମୟରେ ଏହି ନିୟମର ପାଳନ ହୋଇ ନଥିବା ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ଏଥିରୁ ଅନେକ ନିୟମ କେବଳ କାଗଜକଲମରେ ରହିଛି। ତେବେ ନିୟମ ଅନୁସାରେ ୧୮ବର୍ଷରୁ କମ୍‌ ବ୍ୟକ୍ତିଙ୍କୁ ଏସିଡ୍‌ କିଣିବା ପାଇଁ ଅନୁମତି ନାହିଁ। ସେହିଭଳି ଦୋକାନୀ ଯେଉଁମାନେ ଏସିଡ୍‌ ବିକିବେ ସେମାନେ ଗ୍ରାହକଙ୍କର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଜରୁରୀ। ଏହି ତଥ୍ୟରେ ଗ୍ରାହକଙ୍କର ଠିକଣା ରହିବା ଉଚିତ। ସେହିଭଳି ଦୋକାନୀଙ୍କ ପାଖରେ କେତେ ପରିମାଣର ଏସିଡ୍‌ ବିକ୍ରି ପାଇଁ ରହିଛି, ସେ ନେଇ ପ୍ରଶାସନ ପାଖରେ ସୂଚନା ରହିବା ଆବଶ୍ୟକ। ହସ୍ପିଟାଲ, ବିଭିନ୍ନ ଲ୍ୟାବ୍‌, ଶିକ୍ଷାନୁଷ୍ଠାନ ଆଦିରେ ଯେଉଁଠି ଏସିଡ୍‌ର ବ୍ୟବହାର ହେଉଛି, ତାହାର ଲିଖିତ ତଥ୍ୟ ରଖିବାକୁ ନିୟମ ରହିଛି। ହେଲେ ବିଭିନ୍ନ ସମୟରେ ଏହି ନିୟମ ପାଳନ ହେଉ ନ ଥିବାର ଦେଖିବାକୁ ମିଳୁଛି। ବଜାରରେ ଯିଏ ଚାହୁଁଛି ସିଏ ଏସିଡ୍‌ କିଣିପାରୁଥିବାବେଳେ ଏହାର କୌଣସି ହିସାବ ଦୋକାନୀଙ୍କ ପାଖରେ ରହୁନାହିଁ। ସେହିଭଳି ଏହି ଗ୍ରାହକଙ୍କର କୌଣସି ତଥ୍ୟ ଦୋକାନୀ ରଖୁ ନ ଥିବା ଜଣାପଡ଼ିଛି। ଯାହାଫଳରେ ଯେତେବେଳେ ବି କୌଣସି ଅପରାଧ ଘଟୁଛି ପୋଲିସ ଅପରାଧୀ ବିଷୟରେ ସନ୍ଧାନ ପାଇବାରେ ହଇରାଣ ହେଉଛି।
ବର୍ତ୍ତମାନ ଯେକୌଣସି ଅପରାଧ ହେଉ ଏହାକୁ ନେଇ ଅନେକ କଡ଼ା ନିୟମ ପ୍ରସ୍ତୁତ କରାଯାଉଛି। ଏହି ନିୟମ ଅପରାଧକୁ ରୋକିବାକୁ ତିଆରି କରାଯାଉଛି। ତେବେ ଏସିଡ୍‌ ଆଟାକ୍‌କୁ ନେଇ ପୂର୍ବରୁ କୌଣସି ଅଲଗା ନିୟମ ଏଥିପାଇଁ ନ ଥିଲା। ଏହି ମାମଲା ୩୨୬ ଅଧୀନରେ ରେଜିଷ୍ଟ୍ରି ହେଉଥିଲା। ଏହି ଧାରା ଅଧୀନରେ ଅପରାଧୀ ଉପରେ ଗମ୍ଭୀର ଭାବେ ଆହତ କରିବାର ମାମଲା ଲାଗୁଥିଲା। ହେଲେ ପରେ ଏଥିରେ ୩୨୬ ଏ ଓ ବି ଯୋଡ଼ା ଯାଇଥିଲା। ଯେଉଁ ଧାରା ଅଧୀନରେ ଏହାକୁ ଜାମିନ ରହିତ ଅପରାଧ ଭାବେ ଗଣାଯାଇଥିଲା। ଏହି ଅପରାଧ ଜଘନ୍ୟ ହୋଇଥିଲେ ଆଜୀବନ କାରାଦଣ୍ଡର ବିଧାନ ରହିଛି। ସେହିଭଳି ଅପରାଧୀଠାରୁ ଫାଇନ ଆଦାୟ କରି ପୀଡ଼ିତାଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି।

ଗଙ୍ଗାଧର ସାମଲ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୪୩୭୨୨୬୬୪୭


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri