ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି କାହାପାଇଁ ଭଲ ଯିବ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ତାହା ଜାଣିବା।
ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହ ହେଉଛନ୍ତି ଶକ୍ତି, ସାହସ ଏବଂ ଉର୍ଜାର ପ୍ରତୀକ। ଏହି ଗ୍ରହକୁ ଗ୍ରହର ସେନାପତି ବୋଲି କୁହାଯାଏ। ବୈଦିକ ଜ୍ୟୋତିଷ ଅନୁଯାୟୀ, ପ୍ରତି ୪୫ ଦିନରେ ମଙ୍ଗଳ ରାଶି ପରିବର୍ତ୍ତନ କରିଥାନ୍ତି। ୨୦୨୫ରେ ଏହା ୭ ଥର ରାଶି ପରିବର୍ତ୍ତନ କରି। ଏହାର ପ୍ରଭାବ ସମସ୍ତ ୧୨ ରାଶି ଜାତକଧାରୀଙ୍କ ଉପରେ ପଡ଼ିବାକୁ ଥିଲେ ହେଁ ଏଭଳି ୩ ରାଶି ଅଛି ଯାହାଙ୍କ ପାଇଁ ନୂଆ ବର୍ଷ ସଂଘର୍ଷପୂର୍ଣ୍ଣ ହୋଇପାରେ।
-ବୃଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ମିଶ୍ରିତ ଫଳ ଆଣିବ। ଏହି ୨୦୨୫ ବର୍ଷ ଆପଣଙ୍କୁ ସାବଧାନ ରହିବାକୁ ହେ। ବିଶେଷକରି ଆପଣଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବାକୁ ହେବ। ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି। ଚାକିରିରେ ଥିବା ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି। ଋଣ ଦେବା-ନେବା ମହଙ୍ଗା ପଡ଼ିପାରେ। ନବବିବାହିତଙ୍କ ଜୀବନରେ ଚିନ୍ତା ବଢ଼ିପାରେ। ଘରର ବୃଦ୍ଧଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟୀଙ୍କର ଆଶା ମୁତାବକ ଲାଭ ମିଳି ନ ପାରେ। ଆତ୍ମବିଶ୍ୱାସର ଅଭାବ ପଡ଼ିପାରେ।
ଧନୁ ରାଶି: ଧନୁ ରାଶି ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଆଥିିକ ଏବଂ ବ୍ୟକ୍ତିଗତ ଜୀନରେ ଅସୁବିଧା ଆଣିପାରେ। ଯିଏ ପୂର୍ବରୁ ଋଣ କରିଛନ୍ତି, ସେ ତାହାକୁ ପରିଶୋଧ କରିପାରିେ ନାହିଁ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗିବ ନାହିଁ। ଯୁବକମାନଙ୍କୁ ବନ୍ଧୁଙ୍କ ଝଗଡ଼ା କାରଣରୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।  ଟଙ୍କାପଇସାର ଅଭାବ ପଡ଼ିପାରେ। ଚାକିରି ବଦଳାଇବାର ନିଷ୍ପତ୍ତି ଠିକ୍‌ ରହିବ ନାହିଁ। ଯେକୌଣସି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ମକର ରାଶି: ଏହି ରାଶିର ବ୍ୟକ୍ତି ୨୦୨୫ରେ ସାବଧାନ ରୁହନ୍ତୁ। ଏହି ସମୟ ଆପଣଙ୍କ ପାଇଁ ସମ୍ପର୍କ ଏବଂ କ୍ୟାରିୟରରେ ସମସ୍ୟା ଆଣିପାରେ। ଅବିବାହିତ ଲୋକଙ୍କର ବିବାହର ସମ୍ଭାବନା କମ୍‌, ଯିଏ ସମ୍ପର୍କରେ ଅଛନ୍ତି ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଚାକିରି କ୍ଷେତ୍ରରେ ମାଲିକଙ୍କ ସହ ଝଗଡ଼ା ହୋଇପାରେ। କଳା ଏବଂ ସଙ୍ଗୀତ ସହ ଜଡ଼ିତ ଲୋକଙ୍କୁ ଆର୍ଥିକ କ୍ଷତି ହୋଇପାରେ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗି ନ ପାରେ। ଏଣୁ ପରୀକ୍ଷା ଖରାପ ହୋଇପାରେ। ଏହି ସମୟରେ ହେଉଥିବା କାମ ଖରାପ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri