ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ

ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା ବଳର ମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ କିରିଲୋଭ୍‌ଙ୍କ ବିରୋଧରେ ୟୁକ୍ରେନ୍‌ର ସୁରକ୍ଷା ସେବା ବିଭାଗ ଆପରାଧିକ ଅଭିଯୋଗ ଆଣିବାର ଦିନକ ପରେ ବିସ୍ଫୋରଣରେ ସେ ନିହତ ହୋଇଛନ୍ତି। ସିକ୍ରେଟ୍‌ ସର୍ଭିସ୍‌ ଏହି ଆକ୍ରମଣ କରାଇଥିବା ୟୁକ୍ରେନ୍‌ର ଜଣେ ଅଧିକାରୀ କହିଛନ୍ତି। କିରିଲୋଭ୍‌ଙ୍କ ସହାୟକ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି।
ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ୫୪ ବର୍ଷୀୟ କିରିଲୋଭ୍‌ଙ୍କ କାର୍ଯ୍ୟ ପାଇଁ ବ୍ରିଟେନ୍‌, କାନାଡା ସମେତ ଅନେକ ଦେଶ ତାଙ୍କ ବିରୋଧରେ କଟକଣା ଲଗାଇଥିଲେ। ସେ ଯୁଦ୍ଧରେ ବେଆଇନ ରାସାୟନିକ ଅସ୍ତ୍ର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗରେ ସୋମବାର ୟୁକ୍ରେନ୍‌ ସିକ୍ୟୁରିଟି ସେବା (ଏସ୍‌ବିୟୁ) ତାଙ୍କ ବିରୋଧରେ ଆପରାଧିକ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କୁ ଯୁଦ୍ଧ ଅପରାଧୀ ଭାବେ ଅଭିଯୁକ୍ତ କରାଯାଇଛି। ୨୦୨୨ ଫେବୃଆରୀରୁ ରୁଷିଆ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇଥିବାବେଳେ ୪,୮୦୦ରୁ ଅଧିକ ଥର ରାସାୟନିକ ଅସ୍ତ୍ର ବ୍ୟବହାର କରିଥିବା ଏସ୍‌ବିୟୁ ରେକର୍ଡ କରିଛି। ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରଥମ ଥର ବ୍ୟବହୃତ ହୋଇଥିବା ବିଷାକ୍ତ ଗ୍ୟାସ୍‌ କ୍ଲୋରୋପିକ୍ରିନ୍‌କୁ ରୁଷିଆ ୟୁକ୍ରେନ୍‌ ସୈନ୍ୟଙ୍କ ବିରୋଧରେ ବ୍ୟବହାର କରିଥିବା ଗତ ମେ’ରେ ଆମେରିକା ପରରାଷ୍ଟ୍ର ବିଭାଗ କହିଥିଲା। ତେବେ ମସ୍କୋ ଅଭିଯୋଗକୁ ଖଣ୍ଡନ କରିବା ସହ କିଭ୍‌ ଯୁଦ୍ଧରେ ବିଷାକ୍ତ ସାମଗ୍ରୀ
ବ୍ୟବହାର କରୁଥିବା କହିଛି। ୨୦୧୭ରେ କିରିଲୋଭ୍‌ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅଭିଯୁକ୍ତ ହେବାରେ ସେ ଜଣେ ସର୍ବୋଚ୍ଚ ହାଇପ୍ରୋଫାଇଲ୍‌ ଅଫିସର। ମଙ୍ଗଳବାର ସେ ବାସଭବନରୁ ବାହାରୁଥିବାବେଳେ ସ୍କୁଟରରେ ପୂର୍ବରୁ ଖଞ୍ଜାଯାଇଥିବା ବୋମାକୁ ରିମୋଟ୍‌ ସହାୟତାରେ ବିସ୍ଫୋରଣ କରାଯାଇଥିଲା। ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରି ରୁଷିଆର ଶୀର୍ଷ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି। ଆକ୍ରମଣ ପାଇଁ ୟୁକ୍ରେନ୍‌କୁ ଦଣ୍ଡ ମିଳିବ ବୋଲି ମସ୍କୋରେ ଜଣେ ଅଧିକାରୀ କହିଛନ୍ତି। ୟୁକ୍ରେନ୍‌ ଏହାର ସାମରିକ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଏଭଳି ଆକ୍ରମଣ କରିଥିବା ରୁଷିଆ ସୁରକ୍ଷା ପରିଷଦର ଉପମୁଖ୍ୟ ଡିମିଟ୍ରି ମେଡ୍‌ଭେଡେଭ୍‌ କହିଛନ୍ତି। ରୁଷିଆ ଆକ୍ରମଣ କରିବା ଦିନଠାରୁ ଏହାର ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ୟୁକ୍ରେନ୍‌ ଟାର୍ଗେଟ କରି ଆକ୍ରମଣ କରିଛି। କ୍ରେମ୍‌ଲିନ୍‌ ସହ ଜଡ଼ିତ ରାଷ୍ଟ୍ରବାଦୀ ବିଚାରଧାରାର ବ୍ୟକ୍ତିତ୍ୱ ଆଲେକଜାଣ୍ଡାର ଡୁଗିନ୍‌ଙ୍କୁ ଟାର୍ଗେଟ କରି ୨୦୨୨ରେ କାର୍‌ ବିସ୍ଫୋରଣ କରାଯାଇଥିବାବେଳେ ଏଥିରେ ତାଙ୍କ ଝିଅ ତଥା ରୁଷିଆ ଟିଭି ଚ୍ୟାନେଲ ଉପସ୍ଥାପିକା ଦର଼୍ୟା ଡୁଗିନ୍‌ଙ୍କର ମୃତ୍ୟୁ ଘଟିଥିଲା। ୨୦୨୩ ଏପ୍ରିଲରେ ଲୋକପ୍ରିୟ ସାମରିକ ବ୍ଲଗର ଭ୍ଲାଡଲେନ୍‌ ଟାଟାରକ୍ସି ବିସ୍ଫୋରଣରେ ନିହତ ହୋଇଥିଲେ। ରୁଷିଆ ପଳାଇଥିବା ମସ୍କୋ ସପକ୍ଷବାଦୀ ପୂର୍ବତନ ୟୁକ୍ରେନ୍‌ ଆଇନ ପ୍ରଣେତା ଇଲିଆ କିଭାଙ୍କୁ ୨୦୨୩ ଡିସେମ୍ବରରେ ଗୁଳିକରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri