ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି ଚାଷୀ ହେଉଛନ୍ତି ହନ୍ତସନ୍ତ। ରାଜ୍ୟ ସରକାର ୩୧ ଶହ ଟଙ୍କାରେ ଧାନ କିଣିବା ପାଇଁ ବିଜ୍ଞାପନ ଜାରି କରିଥିବାବେଳେ ଗ୍ରାମାଞ୍ଚଳର ଚାଷୀ ମହାଜନଙ୍କଠାରୁ ୪ ରୁ ୫ ଶତକଡା ମାସିକ ସୁଧ ହାରରେ କରଜ ଆଣି ଧାନ ଚାଷ କରିଥିବାବେଳେ ସୁଧଟଙ୍କା ଶୁଝିବା ପାଇଁ ଅଧା ଦରରେ ୧୬ ଶହରୁ ୧୮ ଶହ ଟଙ୍କା ମଧ୍ୟରେ ଦଲାଲ ମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି l ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି
ଔପଦା ବ୍ଲକ ଅଧୀନ କାଣ୍ଡଗରଡ଼ି ପଞ୍ଚାୟତର କାନପୁର ଛକରେ ଧାନ ଦଲାଲ ବିଦ୍ୟାଧର ବେହେରା।
ଆନ୍ଧ୍ର ଲରି ନମ୍ବର ଏପି 0୫ ଟିଡି ୩୭୮୯ ସହାୟତା ରେ ୨୦ ଟନ ଧାନ ଆନ୍ଧ୍ରକୁ ପଠାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଖବର ପାଇ ବିଭିନ୍ନ ଗଣମାଧ୍ୟମ ପହଁଞ୍ଚି ଖବର ସଂଗ୍ରହ କରିବା ସହିତ ନୀଳଗିରି ଆରଏମସି ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇ ଆରଏମସି ଅଫିସର ରତ୍ନାକର ବିଶ୍ୱାଳ ଘଟଣାସ୍ଥଳରେ ପହଁଞ୍ଚି ୪ ହଜାର ୬ ଶହ ଟଙ୍କାର ଫାଇନ କାଟି ଚାଲି ଯାଇଥିବା ଦେଖିବାକୁ ମିଳିଛି l ଏ ନେଇ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଆରଏମସିର କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ତୁରନ୍ତ ମଣ୍ଡି ଖୋଲିବା ସହିତ ଧାନର କଳାବଜାରୀକୁ ରୋକିବା ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri