ଅନାସ୍ଥା ପ୍ରସ୍ତାବକୁ ନେଇ ତାତିଲେ ଗ୍ରାମବାସୀ

ମୋରଡା,୧୨।୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପଞ୍ଚାୟତ ଅଧୀନ ଝାଟିଅଡା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି।
ସୂଚନା ଅନୁଯାୟୀ,୧୬ଟି ୱାର୍ଡକୁ ନେଇ ଗଠିତ ଉକ୍ତ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବୁଦ୍ଧିଆ ମୁର୍ମୁଙ୍କ ବିରୋଧରେ ପଞ୍ଚାୟତର ନାଏବ ସରପଞ୍ଚ ସବିତା ଦେଙ୍କ ସହିତ ୧୩ ଜଣ ୱାର୍ଡ ସଭ୍ୟାସଭ୍ୟ ଏକାଠି ହୋଇଥିଲେ। ସରପଞ୍ଚ ବୁଦ୍ଧିଆ ମୁର୍ମୁ ପଞ୍ଚାୟତର ୱାର୍ଡ ସଦସ୍ୟମାନଙ୍କୁ ଗୁରୁତ୍ୱ ନ ଦେଇ କୌଣସି ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବେ କରୁନାହାନ୍ତି ବୋଲି କହିଛନ୍ତି। ନାଏବ ସରପଞ୍ଚ ସବିତା ଦେ,ସଞ୍ଜୀବ କୁମାର କୁଣ୍ଡୁ ଏବଂ ଅନ୍ୟ ୱାର୍ଡ ସଦସ୍ୟ l ତେଣୁ ଅସନ୍ତୁଷ୍ଟ ୱାର୍ଡ ସଦସ୍ୟମାନେ ଗତ ନଭେମ୍ବର ୪ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରି ସରପଞ୍ଚ ବୁଦ୍ଧିଆ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ପାଇଁ ନିଷ୍ପତି ନେଇଥିଲେ।
ଏ ବାବଦରେ ଆବଶକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୟୂରଭଞ୍ଜ ଉପଜିଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଗତ ନଭେମ୍ବର ୬ ତାରିଖରେ ପ୍ରଦାନ କରିଥିଲେ। ତେବେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଅନୁଯାୟୀ ଏନେଇ ଉପଜିଲାପାଳ ଆଜି ଡିସେମ୍ବର ୧୨ ତାରିଖ ପୂର୍ବାହ୍ନ ଏଗାରଟା ସମୟରେ ଝାଟିଅଡାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଆଗତ ବାବଦରେ ଏକ ବୈଠକ ମୋରଡା ବ୍ଲକ ବିଡ଼ିଓ ଅଣାକର ନାଏକଙ୍କ ଅଧକ୍ଷତାର ଅନୁଷ୍ଠିତ ହେବ ବୋଲି ଚିଠି ସଂଖ୍ୟା-୮୬୨୨ରେ ନୋଟିସ ଜାରି କରିଥିଲେ।
ତେବେ ଆଜି ୧୧ଟା ସମୟରେ ଅନାସ୍ଥା ପ୍ରସ୍ତାବ ବାବଦରେ ବୈଠକକୁ ସମସ୍ତ ୱାର୍ଡ ସଦସ୍ୟ ପହଞ୍ଚିଥିଲେ। କିନ୍ତୁ ସରପଞ୍ଚଙ୍କ ସମର୍ଥକ ତଥା ଶତାଧିକ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରପଞ୍ଚ ବୁଦ୍ଧିଆ ସିଂ ନିର୍ବାଚିତ ହେବା ପରଠୁ ଲୋକଙ୍କ ସୁବିଧା ଅସୁବିଧାରେ ଛିଡା ହୁଅନ୍ତି ଏବଂ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି l ତେବେ କୁଚକ୍ରାନ୍ତ କରି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଉଛି ଏବଂ ଏହା କରାଇବାକୁ ଦେବୁ ନାହିଁ ତଥା ସରପଞ୍ଚ ବୁଦ୍ଧିଆ ସିଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ ଗ୍ରାମବାସୀ ଅଞ୍ଜନ କୁମାର ଦତ୍ତ, ଶାନ୍ତି କୁମାର ସାମଲ ଏବଂ ଅନ୍ୟ ଶତାଧିକ ଗ୍ରାମବାସୀ l ତେବେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଚପଲମାଳ ଝୁଲାଇ ଥିଲେ, ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଆଜିର ଅନାସ୍ଥା ପ୍ରସ୍ତାବର ଅଧକ୍ଷତା କରିବାକୁ ଥିବା ମୋରଡା ବିଡ଼ିଓ ଅଣାକର ନାଏକ ଅସୁସ୍ଥତା ଯୋଗୁ ଅନୁପସ୍ଥିତ ରହିଥିଲେ ବୋଲି ଜିପିଈଓ ଶୁଭମ ସୁନ୍ଦର ଜେନା କହିଛନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବ ହୋଇ ପାରିନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ ତରେଇ, ଥାନା ଅଧିକାରୀଣୀ ସୁକାନ୍ତି କରେଇଙ୍କ ସହିତ ତିନି ସେକ୍ସନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri