Posted inଜାତୀୟ

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଳୀ,୧୨।୧୨: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।
ଏହାପୂର୍ବରୁ ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଜୋରଦାର ପ୍ରଚାର କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଅଧୀନରେ କୁରୁକ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବରାଜ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଗୌରବମୟ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ନିର୍ମାଣ କରାଯାଉଛି। ଖୁବଶୀଘ୍ର ଭାରତ ଆମ ଆଖି ଆଗରେ‘ବିଶ୍ୱ ଗୁରୁ’ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ସମଗ୍ର ବିଶ୍ୱ ଏହା ଜାଣେ। କିନ୍ତୁ ଭାରତର ପ୍ରଗତି ଏବଂ ବିକାଶରେ ବାଧା ସୃଷ୍ଟି କରୁଛି ବାରମ୍ବାର ନିର୍ବାଚନ।
ସୂଚନାଯୋଗ୍ୟ,ଆରମ୍ଭରୁ କେନ୍ଦ୍ର ସରକାର ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’କୁ ସମର୍ଥନ କରିଆସୁଛନ୍ତି। ତଥାପି, ବିଦ୍ୟମାନ ସିଷ୍ଟମକୁ ପରିବର୍ତ୍ତନ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଏଥିପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ପ୍ରାୟ ୬ଟି ବିଲ ଆଣିବାକୁ ପଡିବ। ସଂସଦରେ ଏସବୁ ପାସ କରିବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri