ଗଞ୍ଜେଇ ଗଛ ନ କାଟିବାକୁ ଉତ୍କୋଚ ଦାବି, ଅଡ଼ିଓ ଭାଇରାଲ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଗଞ୍ଜେଇ ଗଛ କଟାଯାଉଛି। ଏଥିରେ ଦାରିଙ୍ଗବାଡ଼ି ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଗଞ୍ଜେଇ ଗଛ କଟାଚାଲିଛି। ଏକ ସପ୍ତାହ ମଧ୍ୟରେ ୩୪୫ ଏକର ଜମିରେ କରାଯାଉଥିବା ଗଞ୍ଜେଇ ଗଛ କଟା ସରିଛି। ଗଞ୍ଜେଇ ଗଛ ଲାଗିଥିବା ଅଞ୍ଚଳରୁ ଇନ୍‌ଫର୍ମରଙ୍କ ଜରିଆରେ ତଥ୍ୟ ସଂଗ୍ରହ କରି କଟାଯାଉଥିବା ବେଳେ ଏହି ଚାଷ କରୁଥିବା ଲୋକଙ୍କୁ ଗଛ ନ କାଟି ଛାଡ଼ି ଦିଆଯିବ। ଶୀଘ୍ର ଆସି ବଡ଼ ସାରଙ୍କୁ ଭେଟିବା ସହ ଉତ୍କୋଚ ଦେବାକୁ ଦାବି କରାଯାଇଛି। ଫୁଲବାଣୀରୁ ଗଞ୍ଜେଇ ଗଛ କଟାଯିବାକୁ ଅଧିକ ପୋଲିସ ଫୋର୍ସ ଆସୁଛନ୍ତି। ତାହା ପୂର୍ବରୁ ଯଦି ତୁମ ଗଞ୍ଜେଇ ଗଛ ବଞ୍ଚେଇବାକୁ ଚାହୁଁଛ ଶୀଘ୍ର ଆସିକି ଦେଖାକର ବୋଲି କହିବା ସହ ମଝିରେ ମଝିରେ ଗଞ୍ଜେଇ ଚାଷୀଙ୍କୁ ଧମକ ଓ ଗାଳି ମଧ୍ୟ କରାଯାଉଥିବା ଉକ୍ତ ଅଡିଓରେ ଶୁଣିବାକୁ ମିଳୁଛି। ଯିଏ ଆସିକି ବଡ଼ ସାର୍‌ଙ୍କୁ ଭେଟି ଉତ୍କୋଚ ଦେବ। ତାର ଗଛ ଛାଡ଼ି ଅନ୍ୟମାନଙ୍କ ଗଛ କଟାଯିବ ବୋଲି କୁହାଯାଉଛି। ଏଥିରେ ଗଞ୍ଜେଇ ଚାଷୀ ଜଣଙ୍କ ନେହୁରା ହେଉଛନ୍ତି ଆଉ ସନ୍ଧ୍ୟାରେ ଥାନାରେ ପହଞ୍ଚିବାକୁ ନିବେଦନ କରିବା ସହ ଟିକେ ଫୋନ୍‌ ରିସିଭ କରିବା ସହ ବଡ଼ ସାରଙ୍କ ସହ ଭେଟେଇ ଦେବାକୁ ନିବେଦନ ମଧ୍ୟ କରାଯାଉଛି। ତେବେ ଚାଷୀ ଜଣଙ୍କ କିଛି ସ୍ବଳ୍ପ ଅର୍ଥ ଅନ୍ୟ ଚାଷୀଙ୍କଠାରୁ ଆଦାୟ କରି ଦେବୁ କହିଲେ ଫୋନ୍‌ରେ ଉତ୍କୋଚ ମାଗୁଥିବା ବ୍ୟକ୍ତି ଜଣଙ୍କ ବଡ଼ ସାରଙ୍କୁ ଅଧିକା ଅର୍ଥ ଦେବାକୁ ସେ ଦାବି କରିଛନ୍ତି। ଏହା ଥାନାର ଜଣେ ହୋମଗାର୍ଡର ସ୍ବର ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ଆଇଆଇଆସି ଅଶୋକ କୁମାର ହାଁସଦାଙ୍କୁ ପଚାରିବାରୁ ସେ ଏହା କେହି ଜଣେ ପୂର୍ବ ହୋମଗାର୍ଡ ଏଭଳି ପୋଲିସକୁ ବଦନାମ କରିବାକୁ ଚକ୍ରାନ୍ତ ଚଳାଇଥାଇ ପାରନ୍ତି ବୋଲି କହିବା ସହ ଏବେକାର ହୋମଗାର୍ଡ ଏବଂ ଥାନାର ଅଧିକାରୀଙ୍କୁ ହଇରାଣ କରିବାକୁ ଏଭକି ଚକ୍ରାନ୍ତ କରିଥିବା ସେ କହିଛନ୍ତି। ଏହାର ସେ ତଦନ୍ତ ପ୍ରଶ୍ନ ରେ ସେ କହିଛନ୍ତି ଯେ, ଏହା ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri