Posted inଖେଳ

ବିନା ମ୍ୟାଚ୍‌ ଖେଳି ବିଶ୍ୱରେକର୍ଡ କଲା ଭାରତ: ୨୦୦ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଅଛି। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛନ୍ତି। ଏହି ସିରିଜର ଶେଷ ମ୍ୟାଚ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଆସନ୍ତା ବର୍ଷ ଜୁନ୍‌ରେ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ଦୁଇ ଦଳ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ। ବିଶ୍ୱ ସିରିଜ ଚାମ୍ପିଅନସିପ ଫାଇନାଲ ପରେ ଏହି ସିରିଜ ଆରମ୍ଭ ହେବ। ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯେ ଏହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ବର୍ମିଂହାମରେ ଖେଳାଯିବ, ଯେଉଁଥିପାଇଁ ପ୍ରଥମ ୪ ଦିନର ସମସ୍ତ ଟିକେଟ ବିକ୍ରି ହୋଇସାରିଛି।

ଭାରତ ବନାମ ଇଂଲଣ୍ଡ ବର୍ମିଂହାମ ଟେଷ୍ଟ ମ୍ୟାଚ ୨ ଜୁଲାଇ ୨୦୨୫ରେ ଆରମ୍ଭ ହେବ। ଏହି ମ୍ୟାଚ୍‌ ପାଇଁ ୨୦୩ ଦିନ ବାକି ଅଛି। ପ୍ରାୟ ୭ ମାସ ପୂର୍ବେ ବିକ୍ରି ହୋଇଥିବା ଟିକେଟ୍‌ ହେଉଛି ପ୍ରମାଣ ଯେ ଇଂଲଣ୍ଡ ଏବଂ ଭାରତରେ କ୍ରିକେଟ ପାଇଁ କ୍ରେଜ ଭିନ୍ନ ସ୍ତରରେ ଅଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସିରିଜକୁ ପଟୌଦି ଟ୍ରଫି ରଖାଯାଇଛି, ଯାହାର ପ୍ରଥମ ମ୍ୟାଚ ୨୦ ଜୁନରୁ ଲିଡ୍ସରେ ଖେଳାଯିବ। ବର୍ମିଂହାମ୍‌ରେ ହେବାକୁ ଥିବା ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏବେ ଯଦି ଅନ୍ୟ କେହି ଦ୍ୱିତୀୟ ଟେଷ୍ଟକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେ କେବଳ ପଞ୍ଚମ ଦିନ ପାଇଁ ଟିକେଟ କିଣିପାରିବେ।

ଏଜବାଷ୍ଟନ ଷ୍ଟାଡିୟମର ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି ଯେ,ପ୍ରଥମ ଚାରି ଦିନ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଏଠାରେ ଟିକେଟ ମୂଲ୍ୟ ୨୭୦୦ ରୁ ଆରମ୍ଭ ହୋଇ ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ଯାଏ। ଯେତେବେଳେ କି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଟିକେଟ ମୂଲ୍ୟ ୧୦ ପାଉଣ୍ଡରେ ରଖାଯାଇଛି। ଯଥା ପ୍ରାୟ ୧,୦୮୦ ଟଙ୍କା। ଆଶେସ ସିରିଜ୍‌କୁ ବାଦ୍‌ ଦେଇ ପ୍ରଥମ ଥର ପାଇଁ ମ୍ୟାଚର ପ୍ରଥମ ଚାରି ଦିନ ପାଇଁ ଟିକେଟ ଆଗରୁ ବିକ୍ରି ହୋଇଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଟିକେଟ ୭ ମାସ ପୂର୍ବରୁ ବିକ୍ରି ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri