ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ

ଭୁବନେଶ୍ୱର,୯ା୧୨(ସୁନିତ୍‌ ମିଶ୍ର): ଆଇପିଏସ୍‌ ଅଫିସର ଡି.ଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା ଘୋଷଣା ହେବା ପରେ ଡି.ଏସ୍‌. କୁଟ୍ଟେଙ୍କ ବିଜ୍ଞପ୍ତି ଜାରି ହୋଇଛି। ବିଏସ୍‌ଏଫ୍‌ ଆଇଜି ଭାବେ କୁଟ୍ଟେ ଡେପୁଟେଶନରେ ଯିବେ। ଏବେ ସେ ଗୃହ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱରେ ଅଛନ୍ତି। ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସ୍‌ଏଫ୍‌ ଆଇଜି ଭାବେ ଡି.ଏସ୍‌. କୁଟ୍ଟେ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି। ଶନିବାର ଆଶିଷ ସିଂ ଆଇଟିବିପି ଆଇଜି ଭାବେ ବଦଳି ହୋଇଥିଲେ। ସୂଚନାଯୋଗ୍ୟ, ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେ ଏବଂ ଆଶିଷ ସିଂ ଗତ ସରକାର ସମୟରେ ବହୁ କ୍ଷମତାଶାଳୀ ହୋଇରହିଥିଲେ। କାର୍ତ୍ତିକ ପାଣ୍ଡିଆନଙ୍କ ଖାସ୍‌ ସହଯୋଗୀ ଭାବେ ଉଭୟଙ୍କ ନଁାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୋଧରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେଙ୍କୁ ଗତ ଅଗଷ୍ଟ ୨୧ରେ ଓ ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କୁ ଗତ ଅଗଷ୍ଟ ୬ରେ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ବିଜେଡି ପାଇଁ କାର୍ଯ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଉପରେ ଚାପ ପକାଇବାର ବଳିଷ୍ଠ ପ୍ରମାଣ କୁଟ୍ଟେଙ୍କ ବିରୋଧରେ ରହିଛି। ରାଜ୍ୟର ଦୁଇ ଆଇଏଏସ୍‌ ଅଫିସର ଏନ. ଥିରୁମାଳା ନାଏକ ଯିଏକି ତତ୍କାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରାଣା ସେତେବେଳେ ଲିଖିତ ଭାବେ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା। ହେଲେ ବିଜେଡି ସରକାର ଯିବାର ୬ ମାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେଶନକୁ ଯିବାରେ ଆଶିଷ ସକ୍ଷମ ହୋଇଛନ୍ତି। ତାଙ୍କୁ ତତ୍କାଳ କେନ୍ଦ୍ରୀୟ ଡେପୁଟେଶନରେ ପଠାଇବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଆଇଟିବିପି ଆଇଜି ଭାବେ ତାଙ୍କ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହାପରେ କୁଟ୍ଟେ ଖୁବ୍‌ଶୀଘ୍ର ଡେପୁଟେଶନ ଅବା ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିପାରନ୍ତି ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନ ତାଙ୍କୁ ମଧ୍ୟ ବିଏସ୍‌ଏଫ୍‌ ଆଇଜି ଭାବେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri