ମନ୍ଦିରକୁ ଓମ୍‌ଫେଡ୍‌ ଯୋଗାଉଛି ୬୦ ଟନ୍‌ ଘିଅ

ଭୁବନେଶ୍ୱର,୫ା୧୨(ଅନିଲ ଦାସ):ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମ୍‌ଫେଡ୍‌ ବର୍ଷକୁ ୬୦ ଟନ୍‌ ଘିଅ ଯୋଗାଣ କରୁଛି। ଏହାମଧ୍ୟରେ ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର ଥିବା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ ଓ ଘିଅ ଉପତ୍ାଦନ ସଂକ୍ରାନ୍ତରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓମ୍‌ଫେଡ୍‌ ବାର୍ଷିକ ୫ଲକ୍ଷ ୪୦ହଜାର କିଲୋ ଦୁଗ୍ଧ ସଂଗ୍ରହ କରୁଥିବା ବେଳେ ସେଥିରୁ ବାର୍ଷିକ ୧୩୦୪.୧୬ ଟନ୍‌ ଘିଅ ପ୍ରସ୍ତୁତ କରୁଛି। ବର୍ତ୍ତମାନ ବଜାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ବୀକୃତିପ୍ରାପ୍ତ ବିତରକମାନଙ୍କ ମଧ୍ୟରେ ମୋଟ ୧୨୫୮.୫୩ ଟନ୍‌ ଘିଅ ବିକ୍ରି କରୁଛି। ବିକ୍ରି ହେଉଥିବା ଏହି ଘିଅ ମଧ୍ୟରୁ ୬୦ଟନ୍‌ ଘିଅ ବିଭିନ୍ନ ଦେବାଳୟକୁ ଯାଉଛି। ଦେବାଳୟ ମଧ୍ୟକୁ ଯାଉଥିବା ଘିଅ ମଧ୍ୟରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୩୦ଟନ୍‌ ଘିଅ ଯାଉଥିବାବେଳେ ଛତିଶଗଡର ଚନ୍ଦ୍ରହାସିନୀ ମନ୍ଦିରକୁ୩ଟନ ଘିଅ ଯୋଗାଇ ଦିଆଯାଉଛି। ଅନ୍ୟ ମଧ୍ୟରେ ବଲାଙ୍ଗିରରନୃସିଂହନାଥ ମନ୍ଦିରକୁ ୦.୭ ଟନ, ବରଗଡର କାଳୀ ମନ୍ଦିରକୁ ୧.୮ଟନ,କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦରିକୁ ୦.୧୨ ଟନ, ଜଗସିଂହପୁରରଶାରଳା ମନ୍ଦିରକୁ ୦.୩ ଟନ, ବ୍ରହ୍ମପୁରର ମା’ ବାଳକୁମାରୀ ମନ୍ଦିରକୁ୦.୦୫ ଟନ, କେନ୍ଦୁଝରର ତାରିଣୀ ମନ୍ଦିରକୁ ୦.୦୮ ଟନ, ବାରିପଦାରଜଗନ୍ନାଥ ମନ୍ଦିରକୁ ୦.୧୧ ଟନ, ବାଲେଶ୍ୱରର ଝାଡେଶ୍ୱର ମନ୍ଦିରକୁ୦.୦୫ ଟନ, କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ୦.୦୬ ଟନ ଘିଅଯୋଗାଣ ହେଉଥିବାବେଳେ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରକୁ ୨୩.୭ ଟନ ଘିଅ ଓମଫେଡ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri