ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶର ବିଭିନ୍ନ ସାମଗ୍ରୀ ପାଇଁ ଷ୍ଟଲଗୁଡିକ ସ୍ଥାନ ପାଇଥିଲା। ଓଡିଶାରୁ ମଧ୍ୟ ମିଶନ ଶକ୍ତି ସମେତ ବିଭିନ୍ନ ହସ୍ତତନ୍ତ୍ର, ସମ୍ବଲପୁରୀ ଆଦି ଅନେକ ଷ୍ଟଲ ସ୍ଥାନ ପାଇଥିଲା। ଓଡିଶା ବ୍ୟବସାୟୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା। ବାଣିଜ୍ୟ ମେଳା ଚୟନ କମିଟି ପକ୍ଷରୁ ଓଡିଶାକୁ ଦିତୀୟ ସ୍ଥାନ ପ୍ରଦାନ କରି ପୁରସ୍କାର କରାଯାଇଥିବାବେଳେ ମଧ୍ୟପ୍ରଦେଶକୁ ପ୍ରଥମ ଓ ଆସାମକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇ ପ୍ରମାଣ ପତ୍ର ସହ ପୁରସ୍କାର, ଟ୍ରଫି ଆଦି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଓଡିଶା ମିଶନଶକ୍ତି ପକ୍ଷରୁ ପାରମ୍ପରିକ ଖାଦ୍ୟ, ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ସମେତ କନ୍ଧମାଳ ହଳଦୀ ଝୁଣା, ସୋରିଷ ଅଦା, ପାଳୁଅ, ଆଡିଶା ପିଠା, ତେନ୍ତୁଳି, ମହୁ, ମସଲା ଜାତୀୟ ସାମଗ୍ରୀ, କୋରାପୁଟ କଫି, ଏବଂ ବିଭିନ୍ନ ଜିଲ୍ଲାରୁ ଆଚାର ପାମ୍ପ ଓ ବିଭିନ୍ନ ବ୍ୟବହାରଯୁକ୍ତ ସାମଗ୍ରୀ ବିକ୍ରୀ କରିଥିଲେ। ଯାହାର କି ଉକ୍ତ ମେଳାରେ ଅଧିକା ଚାହିଦା ରହିଥିଲା। ଉକ୍ତ ମେଳାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏମପି ପ୍ରତାପ ଷଡ଼ଙ୍ଗୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଏକାଧିକ ବିଧାୟକ, ଏମପି ଗସ୍ତ କରି ଓଡିଶାର ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମେଳା ୧୪ରୁ ଆରମ୍ଭ ହୋଇ ୨୭ରେ ଉଦଯାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri