ଗନ୍ଧମାର୍ଦ୍ଦନରେ ଆଦାନୀର ଜମିକିଣା ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):ବରଗଡ଼ ଓ ବଲାଙ୍ଗୀର ଜିଲାକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଘରୋଇ କମ୍ପାନୀ ଆଦାନୀ ଗ୍ରୁପ୍‌ର ଜମିକିଣାକୁ ନେଇ ବିଧାନସଭାରେ ବିଜେଡି ଓ ଭାଜପା ମୁହଁାମୁହିଁ ହୋଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡିର ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼ ସହିତ ହିନ୍ଦୁମାନଙ୍କର ଭାବାବେଗ ଜଡ଼ିତ ଅଛି। ରାବଣ ସହିତ ଯୁଦ୍ଧବେଳେ ଆହତ ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ଗନ୍ଧମାର୍ଦ୍ଦନ ପାହାଡ଼ରୁ ହନୁମାନ ଔଷଧୀୟ ବୃକ୍ଷ ନେଇଥିବା ପୁରାଣରେ କୁହାଯାଇଛି। ଏହି ପାହାଡ଼କୁ ଏବେ ଘରୋଇ କମ୍ପାନୀ କବ୍‌ଜା କରିବାକୁ ବସିଛି। ଗନ୍ଧମାର୍ଦ୍ଦନ ପାହାଡ଼ରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ବୃକ୍ଷ ଥିବାବେଳେ ପ୍ରଚୁର ପରିମାଣର ବକ୍ସାଇଟ ମହଜୁଦ ଅଛି। ଅନେକ ସମୟରେ ଏହି ପାହାଡ଼କୁ ଘରୋଇ କମ୍ପାନୀକୁ ଦେବାକୁ ଉଦ୍ୟମ ହୋଇଛି। ଏହାକୁ ନେଇ ୧୯୯୦ରେ ଆନ୍ଦୋଳନ ହୋଇଥିଲା। ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନମତଙ୍କ ଚାପରେ ଚୁକ୍ତିକୁ ବାତିଲ କରିଥିଲେ। ଏବେ ଏକ ବହୁଦେଶୀୟ କମ୍ପାନୀ ଗନ୍ଧମାର୍ଦ୍ଦନ ପାଦଦେଶରେ ବହୁ ହଜାର ଏକର ଜମି କିଣି ସାରିଲାଣି। ଏହି କମ୍ପାନୀ ଭାରତବର୍ଷକୁ ସମଗ୍ର ବିଶ୍ୱରେ ନିନ୍ଦିତ କରିଛି।

କୁହାଯାଉଛି କିଣାଯାଇଥିବା ଜମିରେ ଆଦାନୀ ନୂଆ ଜଙ୍ଗଲ ସୃଷ୍ଟି କରିବ। ଏହା ସତେଯେମିତି ସମୁଦ୍ରରେ ଜଳାଶୟ କରିବା ଭଳି ଲାଗୁଛି। ବିବିଧତାଭରା ଏହି ପାହାଡ଼କୁ ବହୁ ହଜାର ପରିଦର୍ଶକ ବୁଲିବାକୁ ଯାଉଛନ୍ତି। ୧୦ ଏକରରୁ ଅଧିକ ଜମି କିିଣିଲେ ସରକାରଙ୍କ ଅନୁମୋଦନ ନେବାକୁ ପଡ଼େ। ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି କି। ଏନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ଯଦି ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇନାହାନ୍ତି ତେବେ ସରକାର ସେ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି। ନଚେତ ଗାଁ ଗାଁରେ ଜନଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି।
ଭାଜପା ସଦସ୍ୟ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି, ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଛନ୍ତି। ମୋହନ ମାଝୀ ସରକାର କାରଖାନା କରିବାକୁ କୌଣସି କମ୍ପାନୀକୁ ଗନ୍ଧମାର୍ଦ୍ଦନ ପାହାଡ଼ ଦେବନାହିଁ। ଯଦି ଦିଏ ତେବେ ମୁଁ ଆପଣଙ୍କ ସହ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବି। ବିଜେଡି ସରକାର ଆଦାନୀକୁ ସେହି ଜମି ଦେଇଛନ୍ତି। ଗୃହରେ ବିଜେଡି ସଦସ୍ୟ ସ୍ବୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ରାମାୟଣ ସମୟରୁ ଗନ୍ଧମାର୍ଦ୍ଦନର ଗୁରୁତ୍ୱ ରହିଛି। ଆମ ସଂସ୍କୃତିକୁ ଭଙ୍ଗ କରିିବା ପାଇଁ କାହାକୁ ଦିଆଯିବ ନାହିଁ। ଆପଣଙ୍କ ସହ ଆମେ ମଧ୍ୟ ଆନ୍ଦୋଳନରେ ଛିଡ଼ା ହେବୁ ବୋଲି କେ.ଭି. କହିଛନ୍ତି ।
ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼କୁ ୧୯୮୩ରେ ବାଲ୍‌କୋ କମ୍ପାନୀକୁ କିଏ ଦେଇଥିଲେ। ସେଠାରେ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ୧୧ ବର୍ଷ ଧରି ଆନ୍ଦୋଳନ ଚାଲିବା ପରେ ଚୁକ୍ତିକୁ ବାତିଲ କରାଯାଇଥିଲା। ସେହି ପାହାଡ଼ ଜୈବବିବିଧତା ପାଇଁ ପ୍ରସିଦ୍ଧ। ଯେଉଁମାନେ କାନ୍ଦୁଛନ୍ତି ସେହିମାନେ ହିଁ ଜମି ଦେଇଛନ୍ତି ବୋଲି ଟଙ୍କଧର କହିଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସନ୍ନଙ୍କ ଅଭିଯୋଗର କଡ଼ା ଜବାବ ଦେଇ କହିଛନ୍ତି, ୧୯୮୩ରେ କଂଗ୍ରେସ ସରକାର ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‌ ଉତ୍ତୋଳନ କରିବାକୁ ବାଲ୍‌କୋ କମ୍ପାନୀ ସହ ଚୁକ୍ତିନାମା କରିଥିଲେ। ସେହି ସମୟରେ ପ୍ରସନ୍ନ ବାବୁ, ମୁଁ ଏବଂ ଜୟନାରାୟଣ ମିଶ୍ରଙ୍କ ଭଳି ଅନେକ ନେତା ଏହାକୁ ବିରୋଧ କରିଥିଲୁ। ୧୯୯୧ରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲେ। ସେ ମଧ୍ୟ ବାଲ୍‌କୋ ସହ ଚୁକ୍ତି କରିଥିଲେ। ସମସ୍ତ ଚୁକ୍ତି ରାଜସ୍ବ ବିଭାଗରେ ରହିଛି, କହିଲେ ମୁଁ ତାହା ପ୍ରମାଣ ସହ ଦେଇଦେବି। ସେତେବେଳେ କଂଗ୍ରେସକୁ ହଟାଇବା ପାଇଁ ଜନତା ଦଳ ସହ ମେଣ୍ଟ କରିଥିଲୁ। ପରବର୍ତ୍ତୀ ସମୟରେ ବିଜେଡି ମଧ୍ୟ ଧୋକା ଦେଲା। ଆପଣ ବନ୍ଧୁକଥା ଛାଡ଼ନ୍ତୁ ଶତ୍ରୁ ପଦବାଚ୍ୟ ମଧ୍ୟ ନୁହନ୍ତି। ଲୋକଙ୍କ ଭାବାବେଗକୁ ହତ୍ୟାକରି କୌଣସି କମ୍ପାନୀକୁ ଆମ ସରକାର କେବେ ଜମି ଦେବନାହିଁ। ପର୍ଯ୍ୟଟନ ଓ ସେଠାରେ ଥିବା ନୃସିଂହନାଥଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri