୪ ଦିନ ହେଲା ଜଳବନ୍ଦୀ: ତହସିଲଦାରଙ୍କୁ ଦାବିପତ୍ର, ରାସ୍ତାରୋକୋ ଚେତାବନୀ

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ. ୱାର୍ଡ ବସଷ୍ଟାଣ୍ଡ ଅଞ୍ଚଳର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ ଦୋକାନ କରି ବ୍ୟବସାୟ କରୁଥିବା ଲୋକେ ଦୀର୍ଘ ୪ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ଓ ରାସ୍ତାକଡ ନର୍ଦ୍ଦମା ପାଣି ଘର ଓ ଦୋକାନରେ ପଶୁଛି।

ମୁଖ୍ୟରାସ୍ତାର ଉଭୟ କଡ଼ରେ ଜମି ରହୁଥିବା ବର୍ଷାପାଣି, ନାଳ ନର୍ଦ୍ଦମାର ଦୂଷିତ ଜଳର ସ୍ଥାୟୀ ନିଷ୍କାସନ ଦାବିରେ ଗୁରୁବାର ବହୁସଂଖ୍ୟକ ବାସିନ୍ଦା ତହସିଲଦାର ସନ୍ତୋଷ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶୁକ୍ରବାର ସୁଦ୍ଧା ପ୍ରଶାସନ ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ କରା ନ ଗଲେ ବସଷ୍ଟାଣ୍ଡ ନିକଟରେ ରାସ୍ତାରୋକୋ କରାଯିବ ବୋଲି ଅଞ୍ଚଳବାସି ଚେତାବନୀ ଦେଇଛନ୍ତି ।

ଦିଗପହଣ୍ଡି ସହର ଗଞ୍ଜାମ ଜିଲାର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ। ଦୈନିକ ଏଠାକୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ବ୍ୟବସାୟ ଏବଂ ବିଭିନ୍ନ ସାମଗ୍ରୀ କ୍ରୟ ପାଇଁ ଆସିଥାନ୍ତି। ସାମାନ୍ୟ ବର୍ଷା ହେଲେ ୧୭ ନଂ. ରାଜ୍ୟ ରାଜପଥ ଅଧୀନ ଉକ୍ତ ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। ନାଳ ନର୍ଦ୍ଦମାର ଦୂଷିତ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ବର୍ଷା ଜଳ ଓ ନାଳ ନର୍ଦ୍ଦମାର ପାଣି ଡ୍ରେନ ଯୋଗେ ନିଷ୍କାସନ ନ ହେବାରୁ ବସଷ୍ଟାଣ୍ଡର ଉଭୟ ପାଶର୍‌ବରେ ୩ ଫୁଟର ପାଣି ଜମି ରହୁଛି। ଫଳରେ ସ୍ଥାନୀୟ ଲୋକେ ଓ ଅନ୍ୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ୱରୁ ସ୍ଥାନୀୟ ବାସିନ୍ଦା ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ ଲାଗି ଅନୁରୋଧ କରିଥିଲେ। ମାତ୍ର ଏଯାଏ କୌଣସି ସୁଫଳ ମିଳିନାହିଁ।

ଅନ୍ୟପକ୍ଷରେ ଦାବିପତ୍ର ଦେବା ପରେ ଗୁରୁବାର ଅପରାହ୍ନରେ ତହସିଲଦାରଙ୍କ ସମେତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ ମହାରଣା, ଏନଏସି ନିର୍ୱାହୀ ଅଧିକାରୀ ଅବିନାଶ ମିଶ୍ର , ନଗରପାଳ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ ମିଶ୍ର, ରାଜସ୍ୱ ନିରୀକ୍ଷକ ଉପେନ୍ଦ୍ର ବେହେରା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ବର୍ଷାପାଣି, ନାଳ ନର୍ଦ୍ଦମା ଜଳ କିଭଳି ନିଷ୍କାସିତ ହୋଇପାରିବ ସେ ନେଇ ଗୁରୁତ୍ୱାରୋପ କରି ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ରାସ୍ତା ପାର ହେଉଥିଲେ ହରିଣ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ସୋରାଦେବୀ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଈ ହରିଣ ଛୁଆ ଗୁରୁତର…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

ଆବାସ ଯୋଜନାରୁ ବଞ୍ଚିତ ଦାଶକାଠିଆ କଳାକାରଙ୍କ ପରିବାର

ରିଷିଡ଼ା,୭ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରାଜପୁର ପଞ୍ଚାୟତ ଗ୍ରାମର ଲୋକପ୍ରିୟ ଦାଶକାଠିଆ କଳାକାର ସ୍ୱର୍ଗତ ଇନ୍ଦ୍ରମଣି ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ…

ଭୋଜି ହେଲା କାଳ: ନଦୀକୁ ଖସି ପଡ଼ି ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ

ହାଟଡିହୀ/ଛେନାପଦୀ,୭।୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହଦଗଡ଼ ସାଳନ୍ଦୀ ନଦୀକୁ ଖସି ପଡି ଜଣେ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବନ୍ତ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri