ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର ପୁନରୁଦ୍ଧାର କରାଯାଉଛି। ମାତ୍ର ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବ୍ଲକରେ ବିଟିଶ ସରକାରଙ୍କ ଅକଥନୀୟ ନିର୍ଯାତନା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ମୁକସାକ୍ଷୀ ହୋଇ ରହିଥିବା ବ୍ରିଟିଶ କୋଠି ସଂସ୍କୃତି ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ରିଟିଶ ସରକାର ଆମ ଦେଶକୁ ଶାସନ କରିବାବେଳେ ଏରସମା ମାଟିର ଅନେକ ଦେଶ ପ୍ରେମୀ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି କୋଠିରେ ନିର୍ଯାତନା ଦେଇଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହାସିକ କୋଠି ଏବେ ଭୂତକୋଠି ପାଲଟିଲାଣି।
ଅଳକା ନଦୀପଠାରେ ଥିବା ଏହି ଅଟ୍ଟାଳିକାରେ ୭ଟି କୋଠରୀ ରହିଛି। ଏଥିସହ ପ୍ରଶସ୍ଥ ବାରଣ୍ଡା ଓ ବାୟୁ ଚଳାଚଳ ପାଇଁ ବିଶାଳ ଝରକା କରାଯାଇଛି। ଏବେ ୨ଟି ବଡ଼ କୋଠରୀର ଛାତ ଭାଙ୍ଗିଗଲାଣି। ଝରକା ଓ ପ୍ରବେଶ ପଥର ଦରଜା ମାଟିରେ ମିଶିଗଲାଣି। ଏବେ ମଧ୍ୟ ୫ କୋଠରୀର ଛାତ ବୃହତ କାଠବୀମ ଉପରେ ରହିଛି। ଅନେକ ସ୍ଥାନରେ ପ୍ଲାଷ୍ଟର ଖସି ୧୦ ଇଞ୍ଚତ୍ଆ ପ୍ରସ୍ଥ ବିଶିଷ୍ଟ ଇଟା ଦେଖାଯାଉଛି। ଛାତ ଓ କାନ୍ଥରେ ଗଛ ଉଠିବା ଦ୍ୱାରା ଅନେକ ସ୍ଥାନ ଫାଟିଗଲାଣି। ଏ ସମ୍ପର୍କରେ ସାହାଡ଼ା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ କୁହନ୍ତି, ଏହି ବ୍ଲକର ଗୋଡ଼ା, ଜାନକାଦେଈପୁର ଥିଲା ଲୁଣ ଉତ୍ପାଦନର କେନ୍ଦ୍ରସ୍ଥଳ। ମାତ୍ର ଇଂରେଜ ସରକାର ଲୁଣ ମାରିବାକୁ ବେଆଇନ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଲବଣ ସତ୍ୟାଗ୍ରହ ହୋଇଥିଲା। ଏହାକୁ ଦମନ କରିବା ପାଇଁ ଇଂରେଜମାନେ ଏରସମାର ବଣ ଜଙ୍ଗଲ ଘେରା ଅପନ୍ତରା ଅଞ୍ଚଳକୁ ଜଳପଥରେ ଆସି ଅଳକା ନଦୀ କୂଳରେ ଥିବା ବ୍ରିଟିଶ ଡାକବଙ୍ଗଳାରେ ରହି ଯୋଜନା କରିଥିଲେ। ବଳପୂର୍ବକ ଲବଣ ସତ୍ୟାଗ୍ରହ ଦମନ ପାଇଁ ସଂଗ୍ରାମୀମାନଙ୍କୁ ଲାଠି ପ୍ରହାର କରିବା ସହ ସେମାନଙ୍କ ଛାତି ଉପରେ ଘୋଡ଼ା ଚଢାଇ ଦେଇଥିଲେ। ନରସିଂହପୁରର ଦାସ ମଳିକ ସେତେବେଳେ ଗ୍ରାମରକ୍ଷୀ ଥିଲେ। ସଂଗ୍ରାମୀମାନଙ୍କ ଡାକରାରେ ଅନୁପ୍ରାଣିତ ହୋଇ ସେ ନିଜ ପୋଷାକକୁ ମାଟିରେ ପୋତି ଦେଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସାହାଡ଼ାର ମାନ ସାମଲ, ବଳରାମ ବିଶ୍ୱାଳ, ଗତେଶ୍ୱରପୁରର ଜୁଳି ଦେଈ, ବିଳାସୀ ଦେଈ, ବଳରାମପୁରର ମଦନ ଜେନା ପ୍ରମୁଖଙ୍କୁ ବ୍ରିଟିଶ ସେନା ଏହି କୋଠିରେ ବନ୍ଦୀ କରି ବାଡେଇ ବାଡେଇ ଲହୁ ଲୁହାଣ କରିଦେଇଥିଲା। ଏହି କୋଠି ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତ ରଞ୍ଜିତ ସ୍ମୃତିପୀଠ। ସଂସ୍କୃତି ବିଭାଗ ଏହାର ପୁନରୁଦ୍ଧାର କରିବା ଆବଶ୍ୟକ। ସ୍ବାଧୀନତା ସଂଗ୍ରାମରେ ଏରସମାର ପୃଷ୍ଠଭୂମି ସମ୍ପର୍କରେ ଆକାଶବାଣୀର ବରିଷ୍ଠ ଗୀତିକାର ସ୍ବର୍ଗତ ଶୁଭନାରାୟଣ ସ୍ବାଇଁଙ୍କ ରଚିତ ସଂଗ୍ରାମୀ ସ୍ମରଣେ ଉପନ୍ୟାସରେ ଉଲ୍ଲେଖ ଅଛି ଯେ, ଏହି କୋଠିରେ ୩୦ରୁ ଊର୍ଦ୍ଧ୍ୱ ବ୍ରିଟିଶ ସୈନିକ ରହୁଥିଲେ। ୧୦ରୁ ୧୫ଟି ଘୋଡ଼ା ରଖାଯାଇଥିଲା। ଅଳକା ନଦୀର ଲୁଣା ପାଣିରୁ ଲୁଣ ମାରିବାକୁ ଉଦ୍ୟମ କଲେ ଗୋରା ସିପାହୀ ମାଡ଼ ମାରିବା ସହ ଘୋଷାରି ଘୋଷାରି ନେଇ ଏହି କୋଠିରେ ନିର୍ଯାତନା ଦେଉଥିଲେ। ଏହା ଏକ ଐତିହାସିକ ସ୍ମୃତିପୀଠ ହୋଇଥିବାରୁ ଏହାର ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri