ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଏସ୍‌ଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଙ୍ଗଳବାର ଗଞ୍ଜାମ ଏସ୍‌ପିଙ୍କୁ ମୃତ ଛାତ୍ରଙ୍କ ପରିବାର ଏବଂ ଗ୍ରାମବାସୀ ଭେଟିଛନ୍ତି। ଛତ୍ରପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଗ୍ରାମର ପ୍ରହ୍ଲାଦ ପ୍ରଧାନଙ୍କ ପୁଅ କିରଣ ପ୍ରଧାନ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରହି ପାଠ ପଢୁଥିଲେ। ତାଙ୍କୁ ଷଡ଼ଯନ୍ତ୍ର କରି ବିଷ ଦେଇ ମାରି ଦିଆଯାଇଥିବା ମୃତ କିରଣଙ୍କ ବାପା ପ୍ରହ୍ଲାଦ ଲିଖିତ ଭାବେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଗତ ଅଗଷ୍ଟ ୨୫ରେ କିରଣଙ୍କ ଦେହ ଖରାପ ହେବା ଭାବି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲ ଆଣିଥିଲେ। ଏହାର ସୂଚନା ପାଇ କିରଣଙ୍କ ବାପାମା’ ଛତ୍ରପୁର ମେଡିକାଲରେ ପହଞ୍ଚିଥିଲେ। ସେତେବେଳେ କିରଣ କଥାବାର୍ତ୍ତା କରୁଥିବାରୁ ବାପାମା’ଙ୍କୁ କହିଥିଲେ, ‘ସ୍କୁଲରେ ପାଠ ପଢ଼ୁଥିବା ସମ୍ପର୍କୀୟ ଭାଇ ଲିଟୁ ପ୍ରଧାନ ପାଣି ବୋତଲରେ କିଛି କଳା ଜିନିଷ ମିଶାଇ ବାଧ୍ୟ କରି ପିଇବା ପାଇଁ କହିଥିଲେ। ସେ ସେହି ପାଣିକୁ ପିଇ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଏନେଇ ସେ ସ୍କୁଲ ସାରଙ୍କୁ ଜଣାଇଥିଲେ। ’ ଏନେଇ ପ୍ରହ୍ଲାଦ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ପୂର୍ବରୁ ଲିଟୁଙ୍କ ପରିବାର ସହ ଜମିଜମା ବିବାଦ ରହିଛି। ଏଣୁ ତାଙ୍କ ପରିବାର ଷଡ଼ଯନ୍ତ୍ର କରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସେ ସନ୍ଦେହ କରୁଥିବା ପ୍ରହ୍ଲାଦ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାର ଏସ୍‌ଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ କମାପଲ୍ଲୀ ଗ୍ରାମବାସୀ ଓ ମୃତ କିରଣଙ୍କ ପରିବାରବର୍ଗ ଗଞ୍ଜାମ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସର ରେ ଆଇନଜୀବି ଚୈତନ୍ୟ ପ୍ରଧାନ, ଭିକାରୀପଲ୍ଲୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ମଥୁରା ଚରଣ ସୁବୁଦ୍ଧି, ମାଗତା ପାତ୍ର, ପ୍ରଭାସି ବେହେରା, ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୌଡ଼ଙ୍କ ସମେତ କମାପଲ୍ଲୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri