ଏମ୍‌କେସିଜିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ପଜେଟିଭ ବଦଳରେ ନେଗେଟିଭ ଗ୍ରୁପର ରକ୍ତ ଦିଆଯିବା ସହ ଠିକ ସମୟରେ ଚିକିତ୍ସା କରା ନଯିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଏହି ଅଭିଯୋଗକୁ ଏମକେସିଜି ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ଖଣ୍ଡନ କରିଛନ୍ତି। ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସଫେଇ ଦିଆଯାଇଛି।
ଗଞ୍ଜାମ ବ୍ଲକ କରପଡା ଗ୍ରାମର ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ସୁନେଲୀ (୨୪)ଙ୍କ ୨ ଦିନ ତଳେ ଗର୍ଭ ଯନ୍ତ୍ରଣା ହେବାରୁ ଛତ୍ରପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରେଫର ହୋଇ ଏମକେସିଜି ମେଡିକାଲକୁ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସୁନେଲୀଙ୍କୁ ଲେବର ରୁମରେ ଦିନସାରା ରଖାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବର କିଛି ଘଣ୍ଟା ପରେ ସୁନେଲୀଙ୍କ ରକ୍ତସ୍ରାବ ବଢ଼ିବାରେ ଲାଗିଥିଲା। ତାଙ୍କୁ ତୁରନ୍ତ ପ୍ରସୂତି ପରବର୍ତ୍ତୀ ଜରୁରୀକାଳୀନ କକ୍ଷରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସୁନେଲୀଙ୍କ ଚିକିତ୍ସା କରିବା ସହ ରକ୍ତ ଯୋଗାଡ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ତେବେ ସୁନେଲୀଙ୍କ ରକ୍ତ ଗ୍ରୁପ ପୂର୍ବ ମେଡିକାଲ ରିପୋର୍ଟ ଓ ମମତା କାର୍ଡରେ ‘ଓ’ ପଜିଟିଭ ଦର୍ଶାଯାଇଥିବା ବେଳେ ଏମକେସିଜି ମେଡିକାଲରେ ପରୀକ୍ଷା ପରେ ତାଙ୍କ ରକ୍ତ ଗ୍ରୁପ ‘ଓ’ ନେଗେଟିଭ ବୋଲି ଜଣାପଡିଥିଲା । ଫଳରେ ପରିବାର ଲୋକେ ପ୍ରଥମେ ‘ଓ’ ପଜିଭିଟ ରକ୍ତ ଆଣିଥିବା ବେଳେ ପରେ ସେମାନଙ୍କୁ ‘ଓ’ ନେଗେଟିଭ ରକ୍ତ ଆଣିବାକୁ କୁହାଯାଇଥିଲ। ଚିକିତ୍ସାଧୀନ ଅବସ୍ଥାରେ ସୁନେଲୀଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତେବେ ଭୁଲ ରକ୍ତ ଦିଆଯିବା ସହ ପ୍ରସବ ପରେ ଠିକ ଭାବେ ଚିକିତ୍ସା କରାନଯିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ରକ୍ତ ଗ୍ରୁପ କ୍ରସ ମ୍ୟାଚିଂ ରିପୋର୍ଟରେ ଲେଖାଗୁଡ଼ିକ ସଂଶୋଧନ କରାଯାଇଛି। ସୋମବାର ରାତିରେ ଭୁଲ ରକ୍ତ ଦିଆଯିବା ସମ୍ପର୍କରେ ସୁନେଲୀଙ୍କ ପରିବାର ପକ୍ଷରୁ ଏମକେସିଜିର ଅଧୀକ୍ଷକ ଓ ରେଜିଷ୍ଟା୍ରରଙ୍କୁ ଜଣାଇବାକୁ ଫୋନ ଦ୍ବାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ କରାଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପରିବାର ଲୋକେ ଦାବି କରିଛନ୍ତି । ଭାଜପା କୃଷକ ମୋର୍ଚ୍ଚା ଗଞ୍ଜାମ ବ୍ଲକ ପୂର୍ବତନ ସଭାପତି ତଥା ମୃତାଙ୍କ କକା ହେମନ୍ତ ନାହାକ କହିଛନ୍ତି, ସୁନେଲୀଙ୍କ ମମତା କାର୍ଡ ଓ ଛତ୍ରପୁର ମେଡିକାଲର ରିପୋର୍ଟରେ ତାଙ୍କର ରକ୍ତ ଗ୍ରୁପ ‘ଓ’ ପଜେଟିଭ ଥିବା ସତ୍ତ୍ୱେ ଏମକେସିଜି ଡାକ୍ତର ତାଙ୍କୁ ‘ଓ’ ନେଗେଟିଭ ରକ୍ତ ଦେଇଥିଲେ। ଡାକ୍ତରଙ୍କ ଏହି ତ୍ରୁଟି ଯୋଗୁଁ ମୋ ଝିଆରିର ମୃତ୍ୟୁ ଘଟିଛି। ଘଟଣାର ଠିକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ସ୍ଥାନୀୟ ବିଧାୟକଙ୍କ ସହାୟତାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଘଟଣାକୁ ନେଇ ଏମକେସିଜିର ଡିନ ତଥା ଅଧୀକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଚିକିତ୍ସା ଅବହେଳା ନୁହଁ ବରଂ ରକ୍ତହୀନତା ଓ ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁ ସୁନେଲୀଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନେଲୀଙ୍କ ରକ୍ତ ଗ୍ରୁପ ପରୀକ୍ଷା ପରେ ‘ଓ’ନେଗେଟେିଭ ଜଣାପଡିବା ପରେ ତାଙ୍କୁ ସେହି ଗ୍ରୁୃପର ୩ ୟୁନିଟ ରକ୍ତ ଦିଆଯାଇଥିଲା ବୋଲି ରକ୍ତଭଣ୍ଡାର ମୁଖ୍ୟ ପ୍ରଫେସର ଡା. ସବିତା ପଲେଇ କହିଛନ୍ତି । ‘ଓ’ନେଗେଟେିଭ ରକ୍ତ ନେବା ପରେ କାହାର ମୃତ୍ୟୁ ହୁଏନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ପ୍ରସବର କିଛି ସମୟ ପରେ ସୁନେଲୀଙ୍କ ପୋଷ୍ଟ ପୋର୍ଟନ ହେମେରେଜ(ପିପିଏଚ) ସମସ୍ୟା ଦେଖାଦେଇଥିଲା। ତାଙ୍କୁ ଅସ୍ତ୍ରୋପଚାର ଗୃହକୁ ନେଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ସମସ୍ତ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡା. ସଂଘମିତ୍ରା ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri