ଲେଉଟିଲା ଓଲିଉଡ୍‌ କଳି: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

କଟକ/ଭୁବନେଶ୍ୱର, ୧୩ା୧୧(କାର୍ତ୍ତିକ ସାହୁ/ସତ୍ୟଜିତ୍‌ ରାଉତ):ଓଲିଉଡ୍‌ କଳି ପୁଣି ତୀବ୍ର ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍‌ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏତଲା ଦେଇଥିବାବେଳେ ଏପଟେ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ସାମ୍ନାକୁ ଆସି ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କୁ ଆକ୍ଷେପ କରି ମନୋଜ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସଂଘ ଏତଲାରେ ଅଭିଯୋଗକରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅପରପକ୍ଷରେ ନିର୍ଦ୍ଦେଶକ ସଂଘ ବିରୋଧରେ ଶ୍ରୀଧର ଭୁବନେଶ୍ୱର ସାଇବର ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ମାଇଣ୍ଡଗେମ୍‌କୁ ଫ୍ଲପ୍‌ ହୋଇଥିବା କହି ନିର୍ଦ୍ଦେଶକ ସଂଘ ଅପପ୍ରଚାର କରୁଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ଏପରିକି ଫିଲ୍ମର କ୍ଷତି ହେଲେ ସେ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଶ୍ରୀଧର କହିଛନ୍ତି। ଓଲିଉଡ୍‌ ଏବେ ତାର ପୁରୁଣା ଧାରାକୁ ଫେରୁଥିବାବେଳେ ପୁଣି ଏଭଳି ବିବାଦ ମୁଣ୍ଡ ଟେକିଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ନିର୍ଦ୍ଦେଶକ ସଂଘ ଅଭିଯୋଗ ଅନୁଯାୟୀ, ମନୋଜଙ୍କ ଏଭଳି ମନ୍ତବ୍ୟ ଓଡ଼ିଆ ସିନେ ନିର୍ଦ୍ଦେଶକମାନଙ୍କ ପ୍ରତି ଅପମାନସୂଚକ ହୋଇଛି। ଏଥିସହ ସିନେମାକୁ ଭଲ ପାଉଥିବା ଦର୍ଶକଙ୍କ ନିକଟକୁ ଏକ ଖରାପ ବାର୍ତ୍ତା ପ୍ରସାରିତ ହେଉଛି। ମନୋଜଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସଂଘ ପକ୍ଷରୁ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ଅବ୍‌ତାର ସିଂ, ହରିଶ ମହାନ୍ତି, ତାପସ ସରଘରିଆ, ଜ୍ୟୋତି ଦାସ, ଦେବୁ ପଟ୍ଟନାୟକ, ଗିରିଶ ମହାନ୍ତି, ବବି ଇସ୍‌ଲାମ, ସଂଗ୍ରାମ ମହାନ୍ତି ପ୍ରମୁଖ ମେଳି ହୋଇ ମନୋଜଙ୍କ ବିରୋଧରେ ବାହାରିଛନ୍ତି। ଏନେଇ କଟକ ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ସହ ପେନ୍‌ ଡ୍ରାଇଭ୍‌ରେ କିଛି ଭିଡିଓ ସମ୍ବଳିତ ତଥ୍ୟ ପ୍ରଦାନ କରାଯାଇଛି। ଉକ୍ତ ପେନ୍‌ ଡ୍ରାଇଭ ତଥ୍ୟକୁ ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏତଲା ନେଇ ମନୋଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ପ୍ରଯୋଜକ ମାର୍ଥା ଅଭିଯୋଗ କରିଛନ୍ତି ଯେ, ନିର୍ଦ୍ଦେଶକ ସଂଘ ପକ୍ଷରୁ ମନୋଜଙ୍କ ନାଁରେ ଏତଲା ଦିଆଯିବା ସହ ଗଣମାଧ୍ୟମରେ ବାଇଟ୍‌ ଦିଆଯାଉଛି। ଗଣମାଧ୍ୟମରେ ମାଇଣ୍ଡଗେମ୍‌ ଫ୍ଲପ୍‌ ହୋଇଛି ବୋଲି ସଂଘ ଅପପ୍ରଚାର କରୁଛି। ବବି ଇସ୍‌ଲାମ୍‌ ନାମକ ଜଣେ ନିର୍ଦ୍ଦେଶକ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମିଡିଆରେ ମାଇଣ୍ଡଗେମ୍‌କୁ ଫ୍ଲପ୍‌ ବୋଲି କହିଛନ୍ତି। ମାଇଣ୍ଡଗେମ୍‌ ଚଳଚ୍ଚିତ୍ର ଆଗକୁ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ଅଛି। ଏଥିରେ ସେ ବହୁତ ଟଙ୍କା ବିନିଯୋଗ କରିଛନ୍ତି। ଏହି ଅପପ୍ରଚାର ପାଇଁ ତାଙ୍କର ଯେଉଁ କ୍ଷତି ହେବ ସେଥିପାଇଁ କିଏ ଦାୟୀ ହେବ ବୋଲି ମାର୍ଥା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri