ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍‌ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର ଏକ ବଉଳା କୁମ୍ଭୀରକୁ ଭିତରକନିକା ଓ ଉଦୟପୁର ବନବିଭାଗ ମିଳିତ ଭାବେ କୌଶଳକ୍ରମେ ଗୁରୁବାର ରାତିରେ ପାଟ୍ରୋଲିଂ କରି ଧରିଛନ୍ତି। କୁମ୍ଭୀରକୁ ଧରି ଭିତରକନିକା ବନବିଭାଗ ସେଠାକୁ ନେଇଥିବାର ସୂଚନା ମିଳିଛି।

ପ୍ରକାଶ ଯେ, ଗତ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଭିତରକନିକା ଅଭୟାରଣ୍ୟରୁ ୬ଟି ବଉଳା କୁମ୍ଭୀର ନିଖୋଜ ଥିବାର ବନବିଭାଗ ପକ୍ଷରୁ କୁହାଯାଇଥିଲା। ଭୋଗରାଇବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍‌ରୁ ସମୁଦ୍ରକୂଳକୁ ସଂଯୋଗ ହୋଇଥିବା ନାଳରେ ଏକ ବଉଳାକୁମ୍ଭୀରକୁ ସ୍ଥାନୀୟ ସବୁଜ ବାହିନୀ ଏବଂ ନାଳରେ ବୋଟିଂରେ ଭ୍ରମଣ କରିବାକୁ ଯାଇଥିବା ପର୍ଯ୍ୟଟକମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଏହି ବଉଳା କୁମ୍ଭୀରକୁ ଧରିବା ଲାଗି କୌଶଳ କରାଯାଇଥିଲା ଏବଂ ଉଦୟପୁର ବନବିଭାଗ ପକ୍ଷରୁ ୨ ଦିନ ଧରି ଡାକବାଜି ଯନ୍ତ୍ରରେ ସମୁଦ୍ରକୂଳକୁ ନ ଯିବାଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଜଳେଶ୍ୱର ଉପଖଣ୍ଡ ବନବିଭାଗର ଏସିଏଫ୍‌ ଜୟଶ୍ରୀ ମୁର୍ମୁ, ବନପାଳ ସଞ୍ଜୟ କୁମାର ମହାନ୍ତି, ଭିତରକନିକା ବନବିଭାଗର ୧୪ ଜଣିଆ ସ୍କ୍ବାଡ୍‌ ସହିତ ସବୁଜ ବାହିନୀ ମାଂସ ଖିଆ ବଉଳା କୁମ୍ଭୀରକୁ ବହୁସମୟ ଧରି ସର୍ଚ୍ଚ ଅପରେଶନ ପରେ ଗତ ରାତିରେ ଜାଲରେ କାବୁ କରିଥିଲେ। ସୁବର୍ଣ୍ଣରେଖା ମୁହାଁଣରୁ ସମୁଦ୍ରକୁ ସଂଯୋଗ କରୁଥିବା ଅନେକ ନାଳ ଥିବାରୁ ଅନ୍ୟ କୁମ୍ଭୀର ଥିବାର ସ୍ଥାନୀୟ ଲୋକେ ଆଶଙ୍କା କରି ଭୟଭୀତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri