ଆମ୍ବ ଟାକୁଆ ଯାଉ ଘଟଣାପରେ ପ୍ରଶାସନର ତତ୍ପରତା: ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର: ଏଣିକି ଚାଷ ପାଇଁ ମିଳିବ ଋଣ 

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ମାଣ୍ଡିପଙ୍କା ଗସ୍ତପରେ ଉକ୍ତ ଅଞ୍ଚଳର ଚିତ୍ର ବଦଳିବା ନେଇ ଲୋକଙ୍କ ମଧ୍ୟରେ ଆଶାସଞ୍ଚାର ହୋଇଛି।। ଜିଲାପାଳଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମାଣ୍ଡିପଙ୍କା ସମେତ ସମଗ୍ର ଦାରିଙ୍ଗବାଡି ବ୍ଲକରେ ରହିଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି କ୍ରମରେ ଓଡ଼ଶା ଜୀବିକା ମିଶନକୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉକ୍ତ ଅଞ୍ଚଳରେ ରହିଥିବା  ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ଜିଲାପ୍ରଶାସନ ଦେଇଥିବା ନିର୍ଦ୍ଦେଶ କ୍ରମେ ଓଡିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକଙ୍କ ତତ୍ୱାବଧାନରେ ବ୍ଲକ ଜୀବିକା ସଂଯୋଜକ ସାନୁଜ ପ୍ରଧାନ ଉକ୍ତ ଅଞ୍ଚଳର ଏସଏଚଜିର ସଦସ୍ୟାଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ।  ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅତି କମରେ ୫୦ ହଜାର ଟଙ୍କାସର ଋଣ ବ୍ୟବସ୍ଥା ସହ ଛତୁ ଚାଷ, ଫୁଲ ଚାଷ , ଛେଳି,  କୁକୁଡ଼ା ଚାଷ  କରିବାକୁ ପରାମର୍ଶ ଦେଇଥିଲେ । କୁକୁଡ଼ା ଚ ପାଇଁ ୫ ଶହ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବା ସହ ୩୦ଟି ଫିମେଲ ୨ଟି ମେଲ ଛେଳି ପ୍ରଦାନ କରାଯିବ। ଏଥିପାଇଁ ପ୍ରାଣୀଧନ ଚିକିତ୍ସା ବିଭାଗର ସହାୟତରେ ମିଶନଶକ୍ତି ମାଧ୍ୟମରେ ଏହି ସବୁ ସୁବିଧା କରାଯିବ। ମାଣ୍ଡିପଙ୍କା ଅଞ୍ଚଳରେ ପ୍ରାୟ ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀ ରହଛି। ସେମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରାଯିବା ପାଇଁ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବୋଲି ବିପିଏମ ପିଣ୍ଟୁ ନାୟକ କହିଛନ୍ତି। ସେ କହିଛନ୍ତି ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଏହି ସବୁ ସୁବିଧା ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି ।
ସୂଚନା ଯୋଗ୍ୟଯେ ଗଦାପୁର ପଞ୍ଚାୟତର ଏହି ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣା ଘଟିବା ଦିନ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ବଡିିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସ୍ବାସ୍ଥ୍ୟ ବିଭାଗର ଟିମ ସେଠାରେ ପହଞ୍ଚିଥିଲେ।  ଜିଲାପାଳ ଦାରିଙ୍ଗବାଡିରେ ପହଞ୍ଚି  ତଦନ୍ତ କରିଥିଲେ । ଦ୍ୱିତୀୟଦିନ ଜିଲାପାଳ ବ୍ରାହ୍ମଣୀଗାଁରେ ପହଞ୍ଚି ଚାଉଳ ବଣ୍ଟନ କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ପୁଣି ସୋମବାର ଜିଲାପାଳ ଘଟଣାସ୍ଥଳକୁ ଯିବା ସହ ତାର ଆଖପାଖ ଅଞ୍ଚଳକୁ ଗସ୍ତ କରିଥିଲେ ଓ ଉକ୍ତ ଅଞ୍ଚଳର ଅନେକ ସ୍କୁଲ, ଅଙ୍ଗନାୱାଡି କେନ୍ଦ୍ର, ବିଭିନ୍ନ ପ୍ରକଳ୍ପ ଆଦି ବୁଲିଦେଖିବା ସହ ତାର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri