କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭାରତୀୟ ପତାକା ଧରି ମନ୍ଦିର ଯାଉଥିବା ଲୋକମାନଙ୍କୁ ପୋଲିସ ଆକ୍ରମଣ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। କାନାଡାର ଜଣେ ଖବରଦାତା ଉକ୍ତ ଭିଡିଓ ଶେୟାର କରିଛନ୍ତି।
କାନାଡାର ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ସୁଚିନ୍ତିତ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି। ଆମର କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସ ମଧ୍ୟ ସମାନ ଭାବରେ ଭୟଭୀତ। ଏଭଳି ହିଂସା କାର୍ଯ୍ୟ ଭାରତର ସଂକଳ୍ପକୁ କଦାପି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ନିୟମକୁ ସମର୍ଥନ କରିବେ।

କାନାଡାରେ ହିନ୍ଦୁମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ସୋମବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀ କାନାଡା ସରକାରଙ୍କୁ କହିଛି। ଯେଉଁମାନେ ହିଂସା ସହ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆଶା କରୁଛୁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଖଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁସଭା ମନ୍ଦିରରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଓଟ୍ଟାଓ୍ବାରେ ଥିବା ଭାରତୀୟ ହାଇକମିଶନ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।
କାନାଡା ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ମନ୍ଦିର ଆକ୍ରମଣକୁ ନିନ୍ଦା କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନେ ସବୁ ସୀମା ଅତିକ୍ରମ କରିଯାଇଥିବା ସେ କହିଛନ୍ତି। ମନ୍ଦିର ଆକ୍ରମଣକୁ କାନାଡାର ବିରୋଧୀ ଦଳ ନେତା ପିଏରେ ପୋଇଲେଭ୍ରେ, ଟରଣ୍ଟୋ ଏମ୍‌ପି କେଭିନ୍‌ ଭୁଓଙ୍ଗଙ୍କ ସମେତ ବହୁ ନେତା ନିନ୍ଦା କରିଛନ୍ତି। ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମ ନେତାମାନେ ବିଫଳ ହୋଇଥିବା ଟରଣ୍ଟୋ ଏମ୍‌ପି କହିଛନ୍ତି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଚିନ୍ତାଜନକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି। ସୁରକ୍ଷା ପ୍ରଦାନ ପାଇଁ ଭାରତୀୟ କନ୍‌ସୁଲେଟ୍‌ ବହୁ ପୂର୍ବରୁ କାନାଡା ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅଣଦେଖା କରିଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି।
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ନିନ୍ଦା କରିଛନ୍ତି। ହିନ୍ଦୁ ସଭା ମନ୍ଦିରରେ ଯେଉଁ ଆକ୍ରମଣ ଘଟିଲା, ତାହା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକ ସ୍ବାଧୀନ ଏବଂ ସୁରକ୍ଷିତ ଭାବେ ପୂଜାର୍ଚ୍ଚନା କରିବା ଅଧିକାର ରହିଥିବା ଟ୍ରୁଡୋ କହିଛନ୍ତି।

ପିଲ୍‌ ରିଜିଓନାଲ ପୋଲିସ କହିବା ଅନୁଯାୟୀ, ବ୍ରାମ୍ପ୍‌ଟନସ୍ଥିତ ହିନ୍ଦୁ ମନ୍ଦିରରେ ବିକ୍ଷୋଭ ବେଳେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବା ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରୁ ଦେଖିବାକୁ ମିଳିଛି। ହିନ୍ଦୁସଭା ମନ୍ଦିର ନିକଟରେ ଲୋକମାନେ ମୁଥ ମରାମରି ହେବା ସହ ଲାଠିରେ ଆକ୍ରମଣ କରିଥିଲେ ବୋଲି ଭିଡିଓରେ ଦେଖାଯାଇଥିବା କାନାଡା ବ୍ରଡ୍‌କାଷ୍ଟିଂ କର୍ପୋରେଶନ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri