ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ। ତେଣିକି ସେ ପାଠପଢା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର୍‌। ତେବେ ଏହି ଫୂର୍ତ୍ତିପଣକୁ ବଢାଇବା ପାଇଁ ସେମିତି କିଛି ଖାସ୍‌ କାମ କରିବାର ଆବଶ୍ୟକତା ନଥାଏ। କେତୋଟି ସହଜ ଉପାୟ ଆପଣେଇ ମଧ୍ୟ ନିଜକୁ ଫିଟ୍‌ ରଖିବା ସହ ମନ ଭିତରେ ଆକ୍ଟିଭ୍‌ନେସ୍‌କୁ ବଢାଇହେବ। ଯେମିତିକି: ଠିକ୍‌ ସମୟରେ ସୁଷମ ଖାଦ୍ୟ ଖାଇବା ଓ ପ୍ରର୍ଯ୍ୟାପ୍ତ ପାଣି ପିଇବା। ରାତିରେ ଅନ୍ତତଃ ୮ ଘଣ୍ଟା ଭଲରେ ଶୋଇବା। କାରଣ ରାତିରେ ଭଲ ନିଦ ନହେଲେ ତା’ପରଦିନ କୌଣସି କାମ କରିବାକୁ ଇଚ୍ଛା ହୁଏନି, ଚିଡିଚିଡ଼ି ଲାଗେ, ଅଳସ ଲାଗେ। ସେହିପରି ପ୍ରତିଦିନ ବ୍ୟାୟାମ୍‌ କଲେ ବି ଶରୀର ଫୂର୍ତ୍ତି ରହିଥାଏ। ଆବଶ୍ୟକ ପଡିଲେ ସକାଳୁ କିଛି ସମୟ ଜଗିଙ୍ଗ୍‌ କରିପାରିବେ; ଏହାଦ୍ୱାରା ଶରୀରରେ ଥିବା ଚର୍ବି ଅଂଶ କମିବା ସହ ରକ୍ତ ସଞ୍ଚାଳନ ଠିକ୍‌ରେ ହୋଇଥାଏ। ଦରକାର ହେଲେ କିଛି ସମୟ ଆଉଟ୍‌ଡୋର୍‌ ଗେମ୍‌ ବି ଖେଳିପାରିବେ; ଏହା ବି ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏଥିସହିତ ନିଶାସେବନଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖିବା ସହ ଚିନ୍ତାମୁକ୍ତ ରହିବେ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଆପଣ ସେତେ ଦୃଢ ହୋଇପାରିବେ ଆଉ ଫୂର୍ତ୍ତି ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri