Posted inଖେଳ

ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍‌ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍‌ ମିଶି ମୋଟ ୪୭ ଖେଳାଳିଙ୍କୁ ରିଟେନ୍‌ କରିଥିଲେ। ଏବେ ବାକି ଖେଳାଳି ଅକ୍ସନରେ ନଜର ଆସିବେ। ଏସବୁ ମଧ୍ୟରେ ଜଣେ ଭେଟେରାନ ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିପାରନ୍ତି। ବିସିସିଆଇର ନୂଆ ନିୟମକୁ ନେଇ ଉକ୍ତ ଖେଳାଳି ଅକ୍ସନରେ ନିଜ ନାମ ଦେବେ ନାହିଁ ବୋଲି କୁହାଯାଉଛି।

ଆଇପିଏଲ୍‌ ମେଗା ଅକ୍ସନ ଲାଗି ରେଜିଷ୍ଟ୍ରେଶନର ଅନ୍ତିମ ତାରିଖ ରବିବାର ଅର୍ଥାତ ୩ ନଭେମ୍ବର ଅଟେ। ହେଲେ ଏଥିରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ବେନ ଷ୍ଟୋକ୍ସ ଅକ୍ସନରେ ନିଜ ନାମ ଦେବେ ନାହିଁ। ଦ ଟେଲିଗ୍ରାଫ ରିପୋର୍ଟ ମୁତାବକ, ଷ୍ଟୋକ୍ସ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗତ ସିଜନରେ ମଧ୍ୟ ସେ ଖେଳି ନ ଥିଲେ। ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୧୬.୨୫ କୋଟିରେ କିଣିଥିଲା। ହେଲେ ସେ ଆହତ ହେବାକୁ ନେଇ କିଛି ମ୍ୟାଚ୍‌ ଖେଳିଥିଲେ।

ରିପୋର୍ଟ ମୁତାବକ, ଷ୍ଟୋକ୍ସ ଇଂଲଣ୍ଡ ପାଇଁ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳିବାକୁ ଚାହାନ୍ତି। ସେ ୨୦୨୨ରେ ଦଳ ପକ୍ଷରୁ ଅନ୍ତିମ ଟି୨୦ ଖେଳିଥିଲେ। ସେହିଭଳି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଅବସର ନିଷ୍ପତ୍ତିରୁ ଓହରିଯାଇ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ।ହେଲେ ଏବେ ସେ ପୁଣିଥରେ ଦିନିକିଆ ଏବଂ ଟି୨୦ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି। ଆସନ୍ତା ବର୍ଷ ଆରମ୍ଭରୁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏମିତିରେ ଷ୍ଟୋକ୍ସ ନିଜ କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି।

କେବଳ ଏତିକି ନୁହେଁ ଷ୍ଟୋକ୍ସ ଅକ୍ସନରୁ ହଟିବା ପଛର ଆଉ ଏକ କାରଣ ବିସିସିଆଇର ନୂଆ ନିୟମ ବୋଲି କୁହାଯାଉଛି। ଆଇପିଏଲ୍‌ ଗଭର୍ନି କାଉନସିଲର ନୂଆ ନିୟମ ମୁତାବକ ଅକ୍ସନରେ ବିକ୍ରି ହେବା ପରେ ଯଦି କେହି ବିଦେଶୀ ଖେଳାଳି କୌଣସି ଉପଯୁକ୍ତ କାରଣ ନ ଥାଇ ନିଜ ନାମ ଫେରାଇ ନିଅନ୍ତି ତେବେ ତାଙ୍କ ଉପରେ ୨ ବର୍ଷର ବ୍ୟାନ୍‌ ଲଗାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri