କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ ବର୍ଷ ପାଞ୍ଜିକୁ ନେଇ ଦେଖା ଦେଇଛି ଦ୍ବନ୍ଦ୍ବ। କେତେବେଳେ କାର୍ତ୍ତିକ ବ୍ରତ ତ, କେତେବେଳେ ସୋମନାଥ ବ୍ରତ। ଆଉ ଏବେ ଦୀପାବଳିକୁ ନେଇ ଦେଖାଦେଇଛି ବଡ଼ ଦ୍ବନ୍ଦ୍ବ। ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ, ଦୁଇ ଦିନ ରହିଛି ଅମାବାସ୍ୟା ତିଥି। ତେବେ କେବେ ପାଳିବେ ଦୀପାବଳି, ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୋହେନୂର କ୍ୟାଲେଣ୍ଡରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅକ୍ଟୋବର ୩୧ ତାରିଖରେ ପଡୁଛି ଦୀପାବଳି। ସେହିପରି ବିରଜା ପାଞ୍ଜିରେ ମଧ୍ୟ ଅକ୍ଟୋବର ୩୧ ତାରିଖରେ ଦୀପାବଳି ପଡୁଥିବା ଉଲ୍ଲେଖ ରହିଛି। ତେବେ ଅସଲି ଖଡିରତ୍ନ ପଞ୍ଜିକାରେ ୩୧ରେ ଶ୍ୟାମାକାଳୀ ପୂଜା ଉଲ୍ଲେଖ ରହିଛି। ଆଉ ନଭେମ୍ବର ୧ ତାରିଖରେ ବଡ଼ବଡ଼ିଆ ଡାକ ଓ ଦୀପାବଳି ପାଳନ ହେବା ନେଇ ସୂଚନା ରହିଛି।

ତେବେ ପାଞ୍ଜି ଅନୁମୋଦନ କରୁଥିବା ପୁରୀ ମୁକ୍ତି ମଣ୍ଡପର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ ସମ୍ପାଦକ କହିଛନ୍ତି, ଅକ୍ଟୋବର ୩୧ ତାରିଖ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ । ଅକ୍ଟୋବର ୩୧ ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ମଧ୍ୟ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ତେବେ ନଭେମ୍ବର ୧ରେ ଅମାବାସ୍ୟା ଉଦୟ ପର୍ବରେ ଥିବାରୁ ଶ୍ରୀମନ୍ଦିରରେ ସେହିଦିନ ପୟାଶ୍ରାଦ୍ଧ ସହ ଦୀପାବଳି ଅମାବାସ୍ୟା ପଳନ କରାଯିବ ବୋଲି ସେ କହିଛନ୍ତି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ନୀତିକାନ୍ତି ସହ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଧର୍ମନଗରୀ କାଶୀ ବା ବାରାଣାସୀର ପଣ୍ଡିତମାନଙ୍କ ମଧ୍ୟରେ ବି ଏହାକୁ ନେଇ ମତଭେଦ ଆରମ୍ଭ ହୋଇଛି । କିଛି ଦିନ ତଳେ ଉତ୍ତରପ୍ରଦେଶର ବାରଣାସୀରେ ଥିବା କାଶୀ ବିଦ୍ୱାନ ପରିଷଦ ଦାବି କରିଥିଲେ ଯେ ଦୀପାବଳି ଅକ୍ଟୋବର ୩୧ରେ ଅଛି। କିନ୍ତୁ ଦେଶର ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ ଏବଂ କାଶୀର ଆଉ କେତେକ ପଣ୍ଡିତ ଦୀପାବଳି ତାରିଖ ୧ ନଭେମ୍ବର ବୋଲି କହିଥିଲେ। ଏବେ କାଶୀ ବିଦ୍ୱାନ ପରିଷଦ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ଙ୍କ ସମେତ ଅନ୍ୟ ସମସ୍ତ ପଣ୍ଡିତଙ୍କୁ ଚ୍ୟାଲେଞ୍ଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri