ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର, ଆଡିଆ, ପୁରୁଷଣ୍ଢ, କାଦବରାଙ୍ଗ, ଅଣିଜୋ ସମେତ ବହୁ ପଞ୍ଚାୟତରେ ଗୋରୁଙ୍କଠାରେ ଏହି ରୋଗ ଦେଖାଯାଇଛି। ଏହା ସଂକ୍ରାମକ ଭଳି ଗୋଟିଏ ଗାଈରୁ ଅନ୍ୟକୁ ବ୍ୟାପି ଚାଲିଛି। ଗୋସମ୍ପଦକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷେ ପ୍ରାଣୀ ଚିକିତ୍ସକଙ୍କୁ କାଳିଆ ଯୋଜନାରେ ନିଯୁକ୍ତ କରାଯାଇ ଥିବାରୁ ଆକ୍ରାନ୍ତ ଗୋରୁଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି।
ଗତ କିଛିଦିନ ଧରି ଗାଈଗୋରୁଙ୍କ ଶରୀରରେ ଆବୁ ସୃଷ୍ଟି ହେଉଛି ଓ ପରେ କ୍ରମଶଃ ବୃଦ୍ଧି ପାଇ ବଡ଼ ଆକାର ଧାରଣ କରି ତାହା ଫାଟିଯାଇ କ୍ଷତରେ ପରିଣତ ହେଉଛି। ଏଥିରେ ଆକ୍ରାନ୍ତ ଗୋରୁ ଚଳପ୍ରଚଳ କରିପାରୁ ନ ଥିବା ସହ ଖାଦ୍ୟ ମଧ୍ୟ ଖାଉ ନ ଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। କେତେକ ବାଛୁରୀ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। କେତେକ ପ୍ରାଣୀ ଚିକିତ୍ସକ କେଉଁ ରୋଗ ଜାଣିପାରୁ ନ ଥିବାବେଳେ ଅନ୍ୟ କେତେକ ଏହାକୁ ବସନ୍ତ ରୋଗର ଲକ୍ଷଣ ବୋଲି ମତ ଦେଇଛନ୍ତି। ତେବେ ବିଭାଗ ପକ୍ଷରୁ ଅଦ୍ୟାବଧି ପ୍ରତିଷେଧକ ଟୀକାର ବ୍ୟବସ୍ଥା କରାଯାଇ ନ ଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବ୍ଲକରେ ମାତ୍ର ୧୦ ଜଣ ପ୍ରାଣୀ ଚିକିତ୍ସକ ନିଯୁକ୍ତ ଥିବାବେଳେ ସେମାନଙ୍କୁ କାଳିଆ ଯୋଜନାରେ ନିୟୋଜିତ କରାଯାଇଛି। ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିକିତ୍ସକମାନଙ୍କ୍ୁ ତୁରନ୍ତ କାଳିଆ ଯୋଜନା ଡ୍ୟୁଟିରୁ ଅପସାରଣ କରି ଗୋ ଚିକିତ୍ସାରେ ନିୟୋଜିତ କରାଇବାକୁ ଚାଷୀ ମହଲରେ ଦାବି କରାଯାଇଛି।
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍
ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...
ବିଜେଡିକୁ ଶକ୍ତ ଝଟ୍କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ
ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...
ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ
ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...
ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…
ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...
ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ
ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...
ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ
ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...
Archives


