Posted inଜାତୀୟ

ଲରେନ୍ସ ବିଷ୍ଣୋଇଙ୍କ ସହ ଭିଡ଼ିଓ କଲ୍‌ରେ କଥା ହେବାକୁ ଚାହୁଁଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା: ଜାଣନ୍ତୁ କାହିଁକି

ମୁମ୍ବାଇ, ୧୮।୧୦:ଅଭିନେତା ସଲମାନ ଖାନ୍‌ଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ଓ ଆମେରିକୀୟ ମହିଳା ଅଧିକାର କର୍ମୀ ସୋମି ଅଲ୍ଲୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏହି ପୋଷ୍ଟରେ ସୋମି ଗୁଜରାଟର ସାବରମତି ଜେଲରେ ବନ୍ଦୀ ଥିବା ଲରେନ୍ସଙ୍କର ଏକ ଫଟୋକୁ ଶେୟାର କରି ଲେଖିଛନ୍ତି, ”ଲରେନ୍ସ ଭାଇ, ଶୁଣିବାକୁ ପାଇଛି ଜେଲରୁ ଆପଣ ଜୁମ୍‌ କଲ୍‌ କରିପାରୁଛନ୍ତି। ଆପଣଙ୍କ ସହ କିଛି ଆଲୋଚନା କରିବାର ଅଛି। ଦୟାକରି ଏହା କିପରି ସମ୍ଭବ ହେବ ସେନେଇ ଜଣାନ୍ତୁ। ରାଜସ୍ଥାନ ମୋର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ। ସେଠାରେ ଥିବା ଆପଣଙ୍କ ମନ୍ଦିରକୁ ଯାଇ ପୂଜା କରିବାକୁ ଚାହୁଁଛି। ଏ ସମ୍ବନ୍ଧରେ ଆପଣଙ୍କ ସହ ଜୁମ୍‌ କଲ୍‌ରେ କିଛି ଆଲୋଚନା କରିବାକୁ ଚାହୁଁଛି। ବିଶ୍ୱାସ କରନ୍ତୁ ଏହି ଆଲୋଚନା ଆପଣଙ୍କ ପାଇଁ ଲାଭଦାୟକ ହେବ। ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ, ଧନ୍ୟବାଦ।“ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଓ ସଲମାନଙ୍କ ଘନିଷ୍ଠ ସହଯୋଗୀ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଥିବାବେଳେ ସୋମିଙ୍କ ଏହି ପୋଷ୍ଟ ସାମ୍‌ନାକୁ ଆସିଛି। ସଲମାନଙ୍କ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କର ବାବା ସିଦ୍ଦିକୀଙ୍କର ପରି ଅବସ୍ଥା ହେବ ବୋଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଫଳରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମୁମ୍ବାଇ ପୋଲିସ ବୃଦ୍ଧି କରିଛି।
୯୦ ଦଶକରେ ସୋମି ଓ ସଲମାନଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ସେ ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ୧୯୯୯ରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା। ସେବେଠାରୁ ସୋମି ମୁମ୍ବାଇ ଛାଡ଼ି ଆମେରିକାରେ ରହି ଆସୁଛନ୍ତି। ଯଦିଓ ସୋମି ଓ ସଲମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ତେବେ ମଧ୍ୟ ଅନେକବାର ସୋମି ବିଭିନ୍ନ ପ୍ରସଙ୍ଗରେ ସଲମାନଙ୍କୁ ସମର୍ଥନ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଉଥିବାର ଦେଖିବାକୁ ମିଳିଛି। ଗତ ମେ’ରେ ସୋମି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଥିଲେ, କୃଷ୍ଣସାର ମୃଗ ଶିକାର କରିବା ମାମଲାକୁ ନେଇ ସଲମାନଙ୍କୁ ହତ୍ୟା ଧମକ ଦେବା ଓ ତାଙ୍କ ଗତିବିଧି ଉପରେ ନଜର ରଖିବା ଠିକ୍‌ ନୁହେଁ। ଏବେ ଉକ୍ତ ଘଟଣାକୁ ବହୁତ ବର୍ଷ ବିତିଗଲାଣି। ତେଣୁ ଘଟଣାକୁ ଭୁଲି ଯିବାକୁ ଓ ସଲମାନଙ୍କୁ କ୍ଷମା ଦେବାକୁ ସେ ବିଷ୍ଣୋଇ ସମାଜର ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। ସଲମାନ ହୁଅନ୍ତୁ କିମ୍ବା କୌଣସି ସାଧାରଣ ବ୍ୟକ୍ତି କାହାରିକୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ଗ୍ରହଣୀୟ ନୁହେଁ। ଯଦି ସେମାନେ ନ୍ୟାୟ ଚାହୁଁଛନ୍ତି, ତେବେ କୋର୍ଟକୁ ଯାଆନ୍ତୁ ବୋଲି ସୋମି କହିଥିଲେ। ସଲମାନଙ୍କୁ କ୍ଷତି ପହଞ୍ଚାଇବା ଦ୍ୱାରା ମୃତ କୃଷ୍ଣସାର ମୃଗ ଫେରି ଆସି ପାରିବ ନାହିଁ। ଯାହା ହୋଇଯାଇଛି, ତାହା ବଦଳାଯାଇପାରିବ ନାହିଁ ବୋଲି ସେ କହିଥିଲେ। ପ୍ରକାଶ ଯେ, ରାଜସ୍ଥାନରେ ୧୯୯୮ ମସିହାରେ ‘ହମ୍‌ ସାଥ୍‌ ସାଥ୍‌ ହେ’ଫିଲ୍ମର ଶୁଟିଂ କରୁଥିବା ସମୟରେ ସଲମାନ ଓ କେତେଜଣ ସାଥୀ ତାରକା କୃଷ୍ଣସାର ମୃଗକୁ ଶିକାର କରିଥିଲେ। କୃଷ୍ଣସାର ପ୍ରଜାତିର ହରିଣ ପବିତ୍ର ହୋଇଥିବା ଦାବି କରି ଏହାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ୨୦୧୮ରେ ପ୍ରଥମ ଥର ପାଇଁ ସଲମାନଙ୍କୁ ଧମକ ଦିଆଯାଇଥିଲା। କୃଷ୍ଣସାର ମୃଗକୁ ଶିକାର କରିବାର ପରିଣାମ ଭୟଙ୍କର ହେବ ବୋଲି ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଥିଲା। ଏହାପରଠାରୁ ଉକ୍ତ ଗ୍ୟାଙ୍ଗ୍‌ ପକ୍ଷରୁ ସଲମାନ ଓ ତାଙ୍କ ପରିବାରକୁ ବାରମ୍ବାର ଧମକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri