ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି। ଉକ୍ତ ଅଞ୍ଚଳର ଜଣେ ଯୁବକ ଏହି ଚୋରାମଦ କାରବାର ରୋକିବାକୁ ଉଭୟ ପୋଲିସ ଓ ଅବକାରୀ ବିଭାଗକୁ ନିବେଦନ କରିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ସେ ଉକ୍ତ ଭିଡିଓରେ କହୁଛନ୍ତି, ସିମନବାଡ଼ି ଅଞ୍ଚଳରେ ଚୋରାମଦ କାରବାର ଦିନକୁ ଦିନ ବୃଦ୍ଧି ପାଇଛି ତାକୁ ଶୀଘ୍ର ବନ୍ଦ କରିବା ଆବଶ୍ୟକ। କେଉଁମାନେ ଏହି ମଦ ବିକ୍ରି କରୁଛନ୍ତି ସେ ସେମାନଙ୍କ ନାମ ପ୍ରକାଶ କରିବାକୁ ମଧ୍ୟ ବିଭାଗକୁ ସହଯୋଗ କରିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ସିମନବାଡ଼ିରେ ନକଲି ମଦ ବିକ୍ରି ବୃଦ୍ଧି ପାଇଛି। ଏହାକୁ ରୋକିବା ଆବଶ୍ୟକ ନ ହେଲେ ଲୋକଙ୍କ ଜୀବନପ୍ରତି ବିପଦ ବଢ଼ିବା ଆଶଙ୍କା କରାଯାଇପାରେ ବୋଲି ସେ ଜଣାଇଛନ୍ତି। ଯୁବକ ଜଣକ ମାତ୍ର ୩୧ ସେକେଣ୍ଡର ଏହି ଭିଡିଓରେ ଆହୁରି କହିଛନ୍ତି, ଆମେ ଜାଣିଛୁ କେଉଁଠି ନା କେଉଁଠ ଏହି ଚୋରାମଦ କାରବାର ହେଉଛି। କେମିତି ଅବକାରୀ କିମ୍ବା ପୋଲିସ ଜାଣିପାରୁନି ସେ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବ୍ଲକର ସିମନବାଡ଼ି ପଞ୍ଚାୟତର ତେଲିଛକ ସମେତ ଜୁଡ଼ାବାଡି, ରାଇକିଆ ରୋଡ୍‌, ଶିବମନ୍ଦିର ରୋଡ୍‌, ଦଡ଼ିବାଡ଼ି ସମେତ କିରିକୁଟି, ଶ୍ରାନିକେତା, ବୁଡ଼ାଗୁଡ଼ା ଆଦି ଅଞ୍ଚଳରେ ବେଧଡ଼କ ଚୋରା ମଦ କାରବାର ହେଉଛି। ବିଶେଷକରି ସିମନବାଡ଼ି ଅଞ୍ଚଳରେ ରାତି ୨ଟାରୁ ଭୋର୍‌ ୫ଟା ମଧ୍ୟରେ ମଦ୍ୟପଙ୍କ ମଦ ପାଇଁ ବଜାରରେ ଦେଖିବାକୁ ମିଳୁଥିବାବେଳେ ସରକାରୀ ଲାଇସେନ୍ସ ମଧ୍ୟ ଖୁଲମଖୁଲା ଚୋରା ମଦ କାରବାର କରାଯାଉଥିବା ଅଭିଯୋଗ ହେଉଛି। ସିମନବାଡ଼ି ଓ ବୁଡ଼ାଗୁଡ଼ା ପ୍ରମୁଖ ବ୍ୟବସାୟୀ ପେଣ୍ଠ ହୋଇଥିବାବେଳେ ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଲୋକମାନେ ଶହଶହ ମାର୍କେଟ ଉପରେ ନିର୍ଭର କରନ୍ତି। ହେଲେ ମଦ୍ୟପଙ୍କ ଉତ୍ପାତ ଯୋଗୁ ବଜାରକୁ ମହିଳାମାନେ ବିଶେଷକରି ବ୍ୟାଙ୍କକୁ ଆସିବାକୁ ଭୟ କରୁଥିବା ଜଣାପଡ଼ିଛି।

ଏନେଇ ଦାରିଙ୍ଗବାଡ଼ି ଅବକାରୀ ଓଆଇସି ପ୍ରକାଶ ଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ ଏବେ ନୂଆରେ ଦାରିଙ୍ଗବାଡ଼ିରେ ନିଯୁକ୍ତି ପାଇଛନ୍ତି। କିଛି ମଦ ମାମଲା କରାଯାଇଛି। ଅଭିଯୋଗ ପାଇଲେ ନିଶ୍ଚିତ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଅବକାରୀ ବିଭାଗର କାର୍ଯ୍ୟ ଗୁଇନ୍ଦାଗିରି କରି ତଥ୍ୟ ସଂଗ୍ରହ କରିବା ବଦଳରେ ଅଭିଯୋଗର ଅପେକ୍ଷା କରିଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଆଗାମୀ ଦିନରେ ମହିଳାମାନେ ମଦ ବିରୋଧୀ ଅଭିଯାନ କରିବାକୁ ସଜବାଜ ହେଉଥିବା ଜଣାପଡିଛି। ଏହି ଚୋରାମଦ କାରବାର ବୃଦ୍ଧି ଯୋଗୁ ଅନେକ ପରିବାର ଏବେ ରୋଜଗାର ହରାଇ ଆର୍ଥିକ ଅନଟନ ଭିତରେ ଗତି କରୁଥିବା ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି। ଉକ୍ତ ପଞ୍ଚାୟତର ଲାଦାମାଲା ସମେତ ସଲାବାଡ଼ି, ଜୁଡ଼ାବାଡ଼ି ଆଦି ସାହିର ମହିଳାମାନେ ଆଗକୁ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri