ଷ୍ଟାର୍‌ସିପ୍‌ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍‌ପ୍ୟାଡ୍‌

ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍‌ସିପ୍‌ ରକେଟର ଉତ୍‌କ୍ଷେପଣ ଓ ଅବତରଣ କରାଯାଇଛି, ଯାହା ଇତିହାସ ସୃଷ୍ଟି କରିଛି। ପୂର୍ବ ୪ଟି ପ୍ରୟାସ ପରି ଚଳିତ ଥର ଷ୍ଟାର୍‌ସିପ୍‌ ରକେଟର ବୁଷ୍ଟର ଭାସମାନ ସମୁଦ୍ର ପ୍ଲାଟ୍‌ଫର୍ମରେ ଅବତରଣ କରିନାହିଁ। ବରଂ ଏହା ସମୁଦ୍ରରେ ଅବତରଣ କରିବା ପୂର୍ବରୁ ଲଞ୍ଚ୍‌ପ୍ୟାଡ୍‌ର ମେକାନିକାଲ ଆର୍ମସ ବା ଯାନ୍ତ୍ରିକ ବାହୁ ମେକାଜିଲା ଷ୍ଟାରଶିପ୍‌ ରକେଟର ବୁଷ୍ଟରକୁ ସଫଳତା ସହ ଆକାଶରେ ଧରିବାକୁ ସକ୍ଷମ ହୋଇଛି। ସ୍ପେସ୍‌ ଏକ୍ସ’ ଏହାର ଲଞ୍ଚ୍‌ପ୍ୟାଡ୍‌ରେ ଯାନ୍ତ୍ରିକ ବାହୁକୁ ବ୍ୟବହାର କରି ଲଞ୍ଚିଂର ମାତ୍ର ୭ ମିନିଟ ମଧ୍ୟରେ ଷ୍ଟାର୍‌ସିପ୍‌ ରକେଟର ବୁଷ୍ଟରକୁ ସିଧାସଳଖ ଲଞ୍ଚ୍‌ପ୍ୟାଡ୍‌ରେ ଅବତରଣ କରାଇପାରିଛି। ସ୍ପେସ୍‌ ଏକ୍ସ’ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଭିଡିଓ ଜାରି କରାଯାଇଛି। ଚଳିତ ଥର ସ୍ପେସ୍‌ ଏକ୍ସ’ ଏହାର ଲଞ୍ଚ୍‌ପ୍ୟାଡ୍‌ରେ ବିରାଟ ଏବଂ ଶକ୍ତିଶାଳୀ ମେକାନିକାଲ ଆର୍ମସ୍‌ ମେକାଲିଜାର ବ୍ୟବହାର କରିଛି। ଭବିଷ୍ୟତରେ ରକେଟ ଲଞ୍ଚିଂ ସମୟରେ ମଧ୍ୟ ଉକ୍ତ ଟେକ୍ନୋଲୋଜୀକୁ ବ୍ୟବହାର କରାଯିବ ବୋଲି ଏହି ମହାକାଶଯାନ ନିର୍ମାତା କମ୍ପାନୀ କହିଛି। ସୂଚନାଯୋଗ୍ୟ, ମେକାଲିଜା ହେଉଛି ଏକ ପ୍ରକାରର ଯାନ୍ତ୍ରିକ ବାହୁ ଯାହା ନିକଟତର ହେବା ସମୟରେ ରକେଟ ବୁଷ୍ଟରକୁ ଧରିବାକୁ ସକ୍ଷମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

‘ଆସାମରେ ୪୦ ପ୍ରତିଶତ ବାଂଲାଦେଶ ମୁସଲିମ’, ଆଶ୍ଚର୍ଯ୍ୟଜନକ ଦାବି କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୭।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ବାଂଲାଦେଶୀ ମୁସଲମାନ। ସେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri